Advertisment

ଆମାଜନ ସିଇଓ ପଦ ଛାଡ଼ିବେ ଜେଫ୍ ବେଜୋସ୍ : ଦାୟିତ୍ୱ ଗ୍ରହଣ କରିବେ ଆଣ୍ଡି ଜେସି

ବିଶ୍ୱର ସର୍ବବୃହତ ଇ-କମର୍ସ କମ୍ପାନୀ ଆମାଜନର ସିଇଓ ଜେଫ ବେଜୋସ ଖୁବ ଶୀଘ୍ର ପଦରୁ ଇସ୍ତଫା ଦେବେ । ନିଜ ପଦ ଛାଡିବା ପାଇଁ ସେ ତାରିଖ ଘୋଷଣା କରି ସାରିଛନ୍ତି । ଜେଫ ବେଜୋସ୍ ଜୁଲାଇ ୫ରେ ଆମାଜନର ସିଇଓ…

ଆମାଜନ ସିଇଓ ପଦ ଛାଡ଼ିବେ ଜେଫ୍ ବେଜୋସ୍ : ଦାୟିତ୍ୱ ଗ୍ରହଣ କରିବେ ଆଣ୍ଡି ଜେସି

jeff

Advertisment

ବିଶ୍ୱର ସର୍ବବୃହତ ଇ-କମର୍ସ କମ୍ପାନୀ ଆମାଜନର ସିଇଓ ଜେଫ ବେଜୋସ ଖୁବ ଶୀଘ୍ର ପଦରୁ ଇସ୍ତଫା ଦେବେ । ନିଜ ପଦ ଛାଡିବା ପାଇଁ ସେ ତାରିଖ ଘୋଷଣା କରି ସାରିଛନ୍ତି । ଜେଫ ବେଜୋସ୍ ଜୁଲାଇ ୫ରେ ଆମାଜନର ସିଇଓ ପଦରୁ ଇସ୍ତଫା ଦେବେ। ଏହାପୂର୍ବରୁ ଫେବୃଆରୀରେ କମ୍ପାନୀ ପକ୍ଷରୁ କୁହାଯାଉଥିଲା ବେଜୋସ୍ ବର୍ଷ ଶେଷ ସୁଦ୍ଧା ତାଙ୍କ ପଦ ଛାଡିବେ।

Advertisment

୨୭ ବର୍ଷ ପୂର୍ବେ ଏହି ଦିନ ଆମାଜନ କମ୍ପାନୀ ପ୍ରତିଷ୍ଠା କରାଯାଇଥିଲା । ବେଜୋସଙ୍କ ସ୍ଥାନରେ ଆମାଜନ ୱେବ୍ ସର୍ଭିସର ହେଡ୍ ଆଣ୍ଡି ଜେସି ସିଇଓ ଦାୟିତ୍ୱ ଗ୍ରହଣ କରିବେ।  ଆଣ୍ଡି ଜେସି ୧୯୯୭ ରେ ମାର୍କେଟିଂ ମ୍ୟାନେଜର ଭାବରେ ଆମାଜନରେ ଯୋଗ ଦେଇଥିଲେ । ୨୦୦୩ରେ କମ୍ପାନୀରେ କ୍ଲାଉଡ୍ ସର୍ଭିସେସ୍ ଡିଭିଜନର ପ୍ରତିଷ୍ଠା କରିଥିଲେ । ଏହା ଆମାଜନ ପାଇଁ ସବୁଠାରୁ ଲାଭଜନକ ୟୁନିଟ୍ ମଧ୍ୟରୁ ଗୋଟିଏ ।

ବୁଧବାର ଦିନ ଆମାଜନ ସେୟାର ହୋଲ୍ଡର ବୈଠକରେ ବେଜୋସ କହିଛନ୍ତି, ଏହି ତାରିଖରେ ପଦ ଛାଡ଼ିବା ନିଷ୍ପତ୍ତି ପଛରେ ଏକ ବିଶେଷ କାରଣ ରହିଛି । ଏହି ତାରିଖ ମୋ ପାଇଁ ଭାବନାତ୍ମକ ମହତ୍ତ୍ୱ ବହନ କରେ । ଠିକ୍ ୨୭ ବର୍ଷ ପୂର୍ବେ ୧୯୯୪ ରେ ଆମାଜନ ଏହି ଦିନ ଆରମ୍ଭ ହୋଇଥିଲା । ସିଇଓ ପଦରୁ ଇସ୍ତଫା ଦେବାପରେ ଜେଫ୍ ବେଜୋସ୍ ଆମାଜନର ଏକଜିକ୍ୟୁଟିଭ୍ ଚେୟାମ୍ୟାନ ରୂପେ କାର୍ଯ୍ୟଭାର ସମ୍ଭାଳିବେ । ଏହାସହ ନୂଆ ସାମଗ୍ରୀ ଉପରେ ଧ୍ୟାନ ଦେବେ । ବେଜୋସ୍ ଆର୍ଥ ଫଣ୍ଡ, ବ୍ଲୁ ଅରିଜିନ୍ ସ୍ପେସ୍ ସିପ୍ କମ୍ପାନୀ, ଆମାଜନ୍ ଡେ ୱାନ୍ ଫଣ୍ଡ୍ ଏବଂ ୱାଶିଂଟନ୍ ପୋଷ୍ଟ ଭଳି କମ୍ପାନୀ ଉପରେ ମଧ୍ୟ ଧ୍ୟାନ ଦେବେ ।

Advertisment

୧୯୯୪ରେ ଜେଫ୍ ବେଜୋସ୍ ତାଙ୍କ ଗ୍ୟାରେଜରେ ଏକ ଅନଲାଇନ୍ ବୁକ୍ ଷ୍ଟୋର ଭାବରେ ଆମାଜନ ଆରମ୍ଭ କରିଥିଲେ । ଆଜି ଆମାଜନ ଅନଲାଇନ୍ ଖୁଚୁରା ବ୍ୟବସାୟର ବେତାଜ ବାଦଶାହା ପାଲଟି ଯାଇଛି । ସାରା ବିଶ୍ୱରେ ସମସ୍ତ ପ୍ରକାରର ଉତ୍ପାଦ ବିକ୍ରୟ ଏବଂ ବିତରଣ କରୁଛି କମ୍ପାନୀ । ଆମାଜନ୍ ଖୁଚୁରା ବ୍ୟବସାୟ ବ୍ୟତୀତ କମ୍ପାନୀ ଷ୍ଟ୍ରିମିଂ, ମ୍ୟୁଜିକ୍ ଏବଂ ଟେଲିଭିଜନ୍, କ୍ଲାଉଡ୍ କମ୍ପ୍ୟୁଟିଂ, ରୋବୋଟିକ୍ସ, ଏଇ ଭଳି କ୍ଷେତ୍ରରେ ମଧ୍ୟ କାର୍ଯ୍ୟ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ