Advertisment

ଇସ୍ରାଏଲରେ ନେତାନ୍ୟାହୁଙ୍କ ଯୁଗ ଶେଷ : ନାଫତାଲି ବେନେଟ୍ ନୂଆ ପ୍ରଧାନମନ୍ତ୍ରୀ

ଜେରୁଜେଲମ: ଇସ୍ରାଏଲରେ ବେଞ୍ଜାମିନ୍ ନେତନ୍ୟାହୁଙ୍କ ଯୁଗ ଶେଷ । ଇସ୍ରାଏଲର ନୂଆ ପ୍ରଧାନମନ୍ତ୍ରୀ ହେଲେ ନାଫତାଲି ବେନେଟ୍ । ଆସ୍ଥା ଭୋଟରେ ହାରିଲେ ବେଞ୍ଜାମିନ୍ ନେତାନ୍ୟାହୁ । ୧୨ ବର୍ଷ ଧରି ପ୍ରଧାନମନ୍ତ୍ରୀ ଥିବା ନେତନ୍ୟାହୁ ଏବେ ତାଙ୍କର ପଦ ହରାଇଛନ୍ତି…

ଅଦ୍ୟତନ ହୋଇଛି
ଇସ୍ରାଏଲରେ ନେତାନ୍ୟାହୁଙ୍କ ଯୁଗ ଶେଷ : ନାଫତାଲି ବେନେଟ୍ ନୂଆ ପ୍ରଧାନମନ୍ତ୍ରୀ

israel

Advertisment

ଜେରୁଜେଲମ: ଇସ୍ରାଏଲରେ ବେଞ୍ଜାମିନ୍ ନେତନ୍ୟାହୁଙ୍କ ଯୁଗ ଶେଷ । ଇସ୍ରାଏଲର ନୂଆ ପ୍ରଧାନମନ୍ତ୍ରୀ ହେଲେ ନାଫତାଲି ବେନେଟ୍ । ଆସ୍ଥା ଭୋଟରେ ହାରିଲେ ବେଞ୍ଜାମିନ୍ ନେତାନ୍ୟାହୁ । ୧୨ ବର୍ଷ ଧରି ପ୍ରଧାନମନ୍ତ୍ରୀ ଥିବା ନେତନ୍ୟାହୁ ଏବେ ତାଙ୍କର ପଦ ହରାଇଛନ୍ତି । ସଂସଦରେ ହୋଇଥିବା ଆସ୍ଥା ଭୋଟରେ ହାରିବ ପରେ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।  ସଂସଦରେ ବେନେଟ୍ ସରକାର ବହୁମତ ହାସଲ କରିଛି । ଫଳରେ ବିରୋଧୀ ଦଳ ନେତା ନାଫତାଲି ବେନେଟ୍ ଇସ୍ରାଏଲର ନୂଆ ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଇଛନ୍ତି । ନୂଆ ସରକାର ଶପଥ ନେବା ସହ ବିଗତ ୨ ବର୍ଷରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟର ସମାଧାନ ହୋଇଛି ।

Advertisment

ରବିବାର ଦିନ ଇସ୍ରାଏଲ୍ ସଂସଦରେ ସରକାର ଗଢ଼ିବା ନେଇ ମତଦାନ ହୋଇଥିଲା । ନୂତନ ମେଣ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା । ଫଳରେ ନେତାନ୍ୟାହୁଙ୍କୁ ତାଙ୍କ ପଦ ହରାଇବାକୁ ପଡିଥିଲା । ହେଲେ ନେତାନ୍ୟାହୁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଆଶା ଛାଡି ନଥିଲେ । ଇସ୍ରାଏଲରେ ୮ଟି ଦଳର ଗଠବନ୍ଧନକୁ ନେଇ ଗଠିତ ସରକାରକୁ ୬୦ ଭୋଟ୍ ମିଳିଥିବା ବେଳେ ବିପକ୍ଷକୁ ୫୯ ଭୋଟ୍ ମିଳିଥିଲା । ଗଠବନ୍ଧନ ଦଳଗୁଡ଼ିକର ନିଷ୍ପତ୍ତି ଅନୁଯାୟୀ ନାପଥାଳି ବେନେଟ୍ ୨୭ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ଇସ୍ରାଏଲର ପ୍ରଧାନମନ୍ତ୍ରୀ ରହିବେ । ସେହିପରି ୟେର୍ ଲେପିଡ୍ ସେପର୍ଯ୍ୟନ୍ତ ବିଦେଶ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବେ । ନୂତନ ସରକାରରେ ୨୭ଜଣ ମନ୍ତ୍ରୀ ସାମିଲ ହୋଇଛନ୍ତି । ଏହା ପରେ ପଦର ଅଦଳ ବଦଳ କରାଯିବ ।

ନେତାନ୍ୟାହୁ ସରକାରରେ ନଥିଲେ ସୁଦ୍ଧା ଦକ୍ଷିଣପନ୍ଥୀ ଲିକୁଡ ଦଳର ମୁଖ୍ୟ ତଥା ଇସ୍ରାଏଲ୍ ସଂସଦରେ ବିରୋଧୀ ଦଳର ନେତା ରହିବେ । ନେତାନ୍ୟାହୁ ଇସ୍ରାଏଲର ଦୀର୍ଘତମ ପ୍ରଧାନମନ୍ତ୍ରୀ । ସେ ପାଞ୍ଚ ଥର ଇସ୍ରାଏଲର ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ। ପ୍ରଥମ ଥର ପାଇଁ ସେ ୧୯୯୬ ରୁ ୧୯୯୯ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ହୋଇଥିଲେ, ଏହା ପରେ ସେ ୨୦୦୯ ରୁ ୨୦୨୧ ପର୍ଯ୍ୟନ୍ତ ନେତୃତ୍ୱ ଜାରି ରଖିଥିଲେ।

Advertisment

ୟାମିନା ଦଳର ଦକ୍ଷିଣପନ୍ଥୀ ନେତା ନାଫତାଲି ବେନେଟ ଇସ୍ରାଏଲର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ନିଜ ଦଳର ମାତ୍ର ଛଅ ଜଣ ସାଂସଦ ଅଛନ୍ତି, ମେଣ୍ଟ ସରକାର ତାଙ୍କୁ ନେତା ଚୟନ କରିଛି । ୪୯ ବର୍ଷୀୟ ନାଫତାଲି ଏକଦା ନେତାନ୍ୟାହୁଙ୍କ ଅତ୍ୟନ୍ତ ବିଶ୍ୱସ୍ତ ବୋଲି ବିବେଚନା କରାଯାଉଥିଲା । ନେତାନ୍ୟାହୁଙ୍କ ଠାରୁ ଅଲଗା ହେବା ପୂର୍ବରୁ ସେ ୨୦୦୬ ରୁ ୨୦୦୮ ପର୍ଯ୍ୟନ୍ତ ଇସ୍ରାଏଲର ଚିଫ୍ ଅଫ୍ ଷ୍ଟାଫ୍ ଭାବେ ଦାୟିତ୍ୱ ତୁଲାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ