ଜେରୁଜେଲମ୍ : ଗାଜା ଷ୍ଟ୍ରିପ ଉପରେ ଇସ୍ରାଏଲର ପୁଣି ଆକ୍ରମଣ । ପାଲେଷ୍ଟାଇନ ସୀମାରେ ଥିବା ଆତଙ୍କବାଦୀମାନେ ବିସ୍ଫୋରକ ଭର୍ତ୍ତି ବେଲୁନ ଦକ୍ଷିଣ ଇସ୍ରାଏଲ ଅଞ୍ଚଳକୁ ଛାଡ଼ିବା ପରେ ଇସ୍ରାଏଲ ପକ୍ଷରୁ ଏୟାର ଷ୍ଟ୍ରାଇକ କରାଯାଇଛି । ମେ ୨୧ ରୁ ହୋଇଥିବା ଅସ୍ତ୍ରବିରତି ପରେ ଗତକାଲି ପ୍ରଥମ ଥର ପାଇଁ ଇସ୍ରାଏଲ୍ ଏହି ଆକ୍ରମଣ କରିଛି । ଗାଜା ସହରର ଖାନ୍ ୟୁନୁସ ଅଞ୍ଚଳକୁ ଟାର୍ଗେଟ କରି ଇସ୍ରାଏଲ୍ ବାୟୁସେନା ଏୟାର ଷ୍ଟ୍ରାଇକ୍ କରିଥିବା ଗାଜା କର୍ତ୍ତୃପକ୍ଷ କହିଛନ୍ତି ।
ବିସ୍ଫୋରକ ଭର୍ତ୍ତି ବେଲୁନ ଛାଡ଼ି ପାଲେଷ୍ଟାଇନ ବଡ଼ ଧରଣ କ୍ଷତି ପହଞ୍ଚାଇବାକୁ ଉଦ୍ୟମ କରିଥିବାରୁ ଏହାର ପାଲଟା ଜବାବ ଦିଆଯାଇଛି ବୋଲି ଇସ୍ରାଏଲ୍ କର୍ତ୍ତୃପକ୍ଷ କହିଛନ୍ତି । ଇସ୍ରାଏଲରେ ନୂଆ ମେଣ୍ଟ ସରକାର ଗଠନ ପରେ ପରେ ହିଁ ଏହି ଆକ୍ରମଣ କରାଯାଇଛି ।
୧୨ ବର୍ଷ କ୍ଷମତାରେ ରହିବା ପରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଇସ୍ତଫା ଦେବା ପରେ ରବିବାର ରାତିରେ ନୂତନ ମିଳିତ ସରକାର ଗଠନ କରାଯାଇଥିଲା। ନୂଆ ସରକାରରେ ବୁଧବାର ଦିନ ଗାଜା ବିରୋଧରେ ପ୍ରଥମ ଏୟାର ଷ୍ଟ୍ରାଇକ୍ କରାଯାଇଛି । ବିସ୍ଫୋରକ ଭର୍ତ୍ତି ବେଲୁନ ବେଲୁନ୍ ବିଷୟରେ ଇସ୍ରାଏଲର ଅଗ୍ନିଶମ ଅଧିକାରୀ କହିଛନ୍ତି, ଏହା ଦକ୍ଷିଣ ଇସ୍ରାଏଲରେ ପ୍ରାୟ ୨୦ ଟି ସ୍ଥାନରେ ଅଗ୍ନିକାଣ୍ଡ ଘଟାଇଛି ।
ସୂଚନାଯୋଗ୍ୟ ଗତମାସରେ ୧୧ ଦିନ ଧରି ହମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ହୋଇଥିଲା । ମେ ୨୧, ୨୦୨୧ରେ ଅସ୍ତ୍ରବିରତି ରାଜିନାମା ରୂପରେ ଏହି ଯୁଦ୍ଧ ସମାପ୍ତ ହୋଇଥିଲା । ତେବେ ସେହି ଚୁକ୍ତିନାମାର ଏବେ ଅନ୍ତ ହେବା ପରି ଲାଗୁଛି । ଏହି ଯୁଦ୍ଧରେ ଇସ୍ରାଏଲ ଓ ହମାସ ଉଭୟ ପକ୍ଷରୁ ଶହ ଶହ ରକେଟ୍ ଆକ୍ରମଣ କରାଯାଇଥିଲା, ଯେଉଁଥିଲେ ପ୍ରାୟ ୨୫୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା । ମୃତକଙ୍କ ମଧ୍ୟରେ ଅଧିକାଂଶ ଫାଲେଷ୍ଟାଇନ୍ ନାଗରିକ ଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/66_1623817412.jpg)