Advertisment

ପୁଣି ଅଶାନ୍ତ ପବିତ୍ର ସହର ଜେରୁଜେଲମ୍: ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଘମାଘୋଟ ସଂଘର୍ଷ

ଣି ଅଶାନ୍ତ ପବିତ୍ର ସହର ଜେରୁଜେଲମ୍ । ପୁଣି ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଘମାଘୋଟ ସଂଘର୍ଷ ହୋଇଛି। ସଂଘର୍ଷ ପରେ ଗଡ଼ିଛି ମୁଣ୍ଡ, ରକ୍ତରଂଜିତ ହୋଇଛି ଇହୁଦୀ, ଇସଲାମ ଓ ଖ୍ରୀଷ୍ଟିଆନ ସଂପ୍ରଦାୟର ପ୍ରମୁଖ ଧର୍ମୀପୀଠ ଥିବା ଐତିହାସିକ ସହର ପାଲେଷ୍ଟାଇନ୍

ପୁଣି ଅଶାନ୍ତ ପବିତ୍ର ସହର ଜେରୁଜେଲମ୍: ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଘମାଘୋଟ ସଂଘର୍ଷ

Israel

Advertisment

ନୂଆଦିଲ୍ଲୀ: ପୁଣି ଅଶାନ୍ତ ପବିତ୍ର ସହର ଜେରୁଜେଲମ୍ । ପୁଣି ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଘମାଘୋଟ ସଂଘର୍ଷ ହୋଇଛି। ସଂଘର୍ଷ ପରେ ଗଡ଼ିଛି ମୁଣ୍ଡ, ରକ୍ତରଂଜିତ ହୋଇଛି ଇହୁଦୀ, ଇସଲାମ ଓ ଖ୍ରୀଷ୍ଟିଆନ ସଂପ୍ରଦାୟର ପ୍ରମୁଖ ଧର୍ମୀପୀଠ ଥିବା ଐତିହାସିକ ସହର ପାଲେଷ୍ଟାଇନ୍। ଆତଙ୍କବାଦୀ ସଂଗଠନ ହମାଶର ରକେଟ୍ ଆକ୍ରମଣର ଏୟାର ଷ୍ଟ୍ରାଇକ୍ ମାଧ୍ୟମରେ ଜବାବ୍ ଦେଇଛି ଇସ୍ରାଏଲ। ଏଥିରେ ୨୪ ଜଣଙ୍କ ଜୀବନ ଯାଇଛି। ସେହିପରି ପାଲେଷ୍ଟାଇନ ନାଗରିକ ଓ ଇସ୍ରାଏଲ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟି ୭ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି।

Advertisment

ଉଗ୍ର ରୂପରେ ଇସ୍ରାଏଲ-ପାଲେଷ୍ଟାଇନ ବିବାଦ। ଗାଜା,ୱେଷ୍ଟ୍ୟାଙ୍କ ଓ ଜେରୁଜେଲମ ସବୁଠି ସଂଘର୍ଷ, ସବୁଠି ରକ୍ତପାତ ଦେଖିବାକୁ ମିଳିଛି। ପାଲେଷ୍ଟାଇନର ହମାଶ୍ ଆତଙ୍କବାଦୀ ସଂଗଠନ ଜେରୁଜେଲମ ଉପରେ ଦୁଇ ଶହରୁ ଅଧିକ ରକେଟ୍ ମାଡ଼ କରିବା ପରେ ଏୟାର ଷ୍ଟ୍ରାଇକ ମାଧ୍ୟମରେ ଜବାବ୍ ଦେଇଛି ଇସ୍ରାଏଲ। ଫଳରେ ଗ୍ରାଜା ଷ୍ଟ୍ରିପରେ ୨୪ ଜଣଙ୍କର ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ୯ ଶିଶୁ ବି ଅଛନ୍ତି। ସେହିପରି ଇସ୍ରାଏଲ ସୁରକ୍ଷାକର୍ମୀଙ୍କ ସହ ସଂଘର୍ଷରେ ଜେରୁଜେମଲ ଓ ୱେଷ୍ଟବ୍ୟାଙ୍କରେ ୭ଶହରୁ ଅଧିକ ପାଲେଷ୍ଟାଇନ ନାଗରିକ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ପାଲେଷ୍ଟାଇନ ପଟୁ ହୋଇଥିବା ରକେଟ୍ ଆକ୍ରମଣରେ ୬ ଜଣ ଇସ୍ରାଏଲ ନାଗରିକ ଆହତ ହୋଇଥିବା ସୂଚନା ମିଳିଛି।

ବିବାଦ ଘେରରେ ଥିବା ଅଲ ଅକ୍ସା ମଜଜିଦ୍ ପରିସରରୁ ତୁରନ୍ତ ନିଜ ସୈନ୍ୟଙ୍କୁ ହଟାଇ ନେବା ଲାଗି ଇସ୍ରାଏଲକୁ ଚରମବାଣୀ ଶୁଣାଇଥିଲା ହମାଶ୍। ତେବେ ଇସ୍ରାଏଲ ଏହାକୁ କର୍ଣ୍ଣପାତ ନକରିବା ପରେ ହମାଶ୍ ଓ ଗାଜାରେ ସକ୍ରିୟ ଥିବା ଆଉ କିଛି ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ଜେରୁଜେଲମ ଉପରେ ୨ଶହରୁ ଅଧିକ ରକେଟ୍ ମାଡ଼ କରିଥିଲେ। ଇସ୍ରାଏଲ୍ ଆଇରନ ଡୋମ୍ ପ୍ରଣାଳୀ ବ୍ୟବହାର କରି ରକେଟ ଗୁଡିକୁ ଅବରୋଧ କରିଥିଲା। ମାତ୍ର କେତୋଟି ରକେଟ୍ ଜେରୁଜେଲମ ସହରରେ ପଡିଥିଲା। ଏଥିରେ କିଛି ଇସ୍ରାଏଲ ନାଗରିକ ଆହତ ହୋଇଥିଲେ।

Advertisment

ଏହା ପରେ ଇସ୍ରାଏଲ ପକ୍ଷରୁ ବିମାନ ଆକ୍ରମଣ କରାଯାଇଥିଲା। ହମାଶ ଆତଙ୍କବାଦୀଙ୍କ ଟନେଲ, ରକେଟ୍ ଲଞ୍ଚର ଓ ଆଡ୍ଡାକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିବା କହିଛି ଇସ୍ରାଏଲ। ହମାଶ ଲକ୍ଷ୍ମଣ ରେଖା ଉଲ୍ଲଙ୍ଘନ କରି ଇସ୍ରାଏଲ ଉପରେ ଆକ୍ରମଣ କରିଥିବା କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ। ତେବେ ଏଥିପାଇଁ ହମାଶଙ୍କୁ ବହୁମୂଲ୍ୟ ଦେବାକୁ ପଡିବ ବୋଲି ସେ ଚେତାଇ ଦେଇଛନ୍ତି।

ଜେରୁଜେଲମ ସହରରେ ତିନି ପ୍ରମୁଖ ଧର୍ମର ଅନେକ ଐତିହାସିକ ପୀଠ ରହିଛି। ତେଣୁ ଲୋକଙ୍କ ଆଧ୍ୟାତ୍ମିକ ଓ ଭାବନାତ୍ମକ ଧାରଣା ସହ ଏହା ଓତୋପ୍ରୋତ ଭାବେ ଜଡିତ। ସେ ଦୃଷ୍ଟିରୁ ଜେରୁଜେଲମ ଉପରେ ଅଧିକାର ସାବ୍ୟସ୍ତ ପାଇଁ ଲାଗି ରହିଛି ସଂଘର୍ଷ। ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏହାର ଅଂଶ ବିଶେଷ। ତେବେ ସଦ୍ୟତମ ସଂଘର୍ଷକୁ ନେଇ ଆମେରିକା ଚିନ୍ତା ପ୍ରକଟ କରିବା ସହ ଶାନ୍ତି ବଜାୟ ରଖିବାକୁ ଉଭୟ ପକ୍ଷଙ୍କୁ ଅପିଲ କରିଛି।

Advertisment

ଜେରୁଜେଲମରେ ରହିଛି ଇସ୍ଲାମ, ଇହୁଦି ଓ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପ୍ରମୁଖ ଧାର୍ମିକ ପୀଠ। ତିନି ଧର୍ମର ଆସ୍ଥା, ବିଶ୍ୱାସ ଓ ଭାବନା ସହ ଜଡିତ ଏହି ସହର ଉପରେ ଅଧିକାର ସାବ୍ୟସ୍ତ ଲାଗି ଦୀର୍ଘବର୍ଷ ଧରି ଲାଗି ରହିଛି ସଂଘର୍ଷ। ୧୯୬୭ ଯୁଦ୍ଧରେ ଇସ୍ରାଏଲ ଜେରୁଜେଲମ ଅଧିକାର କରିଥିଲା। ତେବେ ସହରରେ ଥିବା ଅଲ ଅକ୍ସା ମଜଜିଦକୁ ନେଇ କିଛି ଦିନ ହେଲା ଉତ୍ତେଜନା ଲାଗି ରହିଛି। ପାଲେଷ୍ଟାଇନ୍ ବାସିନ୍ଦା ଓ ଇସ୍ରାଏଲ ସୁରକ୍ଷାକର୍ମୀଙ୍କ ମଧ୍ୟରେ ନିୟମିତ ସଂଘର୍ଷ ଘଟୁଛି। ତେବେ ପୂର୍ବ ଜେରୁଜେଲମର ସେଖ୍ ଜାରା ଅଞ୍ଚଳରୁ କିଛି ପାଲେଷ୍ଟାଇନ ପରିବାରକୁ ସେମାନଙ୍କ ଘରୁ ହଟା ଯିବାକୁ ନେଇ ଉତ୍ତେଜନା ଚରମସୀମାରେ ପହଞ୍ଚିଛି।

ଇସ୍ରାଏଲ ଦ୍ୱାରା ଏଠାରେ ବସା ଯାଇଥିବା କିଛି ଇହୁଦୀ ପରିବାର ପାଲେଷ୍ଟାଇନ ପରିବାର ରହୁଥିବା ସଂପତ୍ତି ଉପରେ ନିଜ ଅଧିକାର ସାବ୍ୟସ୍ତ କରୁଛନ୍ତି। ତେବେ ହିଂସାକୁ ଦେଖି ଇସ୍ରାଏଲ ସୁପ୍ରିମକୋର୍ଟ ବର୍ତ୍ତମାନ ଲାଗି ଉଚ୍ଛେଦ ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେଣେ ଜେରୁଜେଲମ ହିଂସାକୁ ନେଇ ଉଦବେଗ ପ୍ରକାଶ କରିଛି ଆମେରିକା। ଶାନ୍ତି ବଜାୟ ରଖିବା ଲାଗି ଆମେରିକା ଉଭୟ ପକ୍ଷଙ୍କୁ ଆହ୍ୱାନ ଦେଇଛି।

ତେବେ ଇସ୍ରାଏଲ ଉପରେ ହମାଶର ରକେଟ୍ ଆକ୍ରମଣକୁ ଆମେରିକା ବୈଦେଶିକ ବ୍ୟାପାର ମୁଖପାତ୍ର ନେଡ୍ ପ୍ରାଇସ ନିନ୍ଦା କରିଛନ୍ତି। ଆତ୍ମରକ୍ଷା ଲାଗି ଇସ୍ରାଏଲର ପୂର୍ଣ୍ଣ ଅଧିକାର ରହିଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ଜାତିସଂଘ ସମେତ ଇଜିପଟ୍ ଓ କାତାର ଭଳି ଦେଶ ମଧ୍ୟ ସଂଘର୍ଷ ରୋକିବା ଲାଗି ଇସ୍ରାଏଲ ଓ ହମାଶ ସହିତ କଥାବାର୍ତ୍ତା ଚଳାଇଛନ୍ତି।

ସୋମବାରର ରକେଟ୍ ମାଡ଼ ଓ ବିମାନ ଆକ୍ରମଣ ଘଟଣା ପରେ ସହରର ସ୍ଥିତିରେ ସାମାନ୍ୟ ସୁଧାର ଆସିଥିବା କୁହାଯାଉଛି। ପାଲେଷ୍ଟାଇନ ଶ୍ରଦ୍ଧାଳୁମାନେ ଆଜି ସକାଳେ ଅଲ-ଅକ୍ସା ମସଜିଦରେ ପ୍ରାର୍ଥନା କରିଥିବା ବେଳେ, ଇସ୍ରାଏଲ ସୁରକ୍ଷାକର୍ମୀ ସେମାନଙ୍କୁ ବାଧା ଦେଇନଥିଲେ। ସେହିପରି ମସଦିଜ୍ ଚାରିପାଖରେ କେବଳ କିଛି ଇସ୍ରାଏଲ ସୁରକ୍ଷାକର୍ମୀଙ୍କୁ ଦେଖିବାକୁ ମିଳିଥିଲା। ଇସଲାମ ଧର୍ମାବଲମ୍ବୀ ଅଲ ଅକ୍ସା ମସଜିଦକୁ ନୋବେଲ ସାଂକ୍ଚୁରୀ କହୁଥିବା ବେଳେ ଇହୁଦୀମାନେ ଏହାକୁ ଟେମ୍ପଲ ମାଉଣ୍ଟ୍ କହିବା ସହ ନିଜ ଅଧିକାର ସାବ୍ୟସ୍ତ କରୁଛନ୍ତି। ଏହାକୁ ନେଇ ଦୁଇ ସଂପ୍ରଦାୟ ମଧ୍ୟରେ ନିୟମିତ ସଂଘର୍ଷ ଘଟୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ