bjp and opposition party
ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ଆଜି ହେଉଛି ଆଜି ଫଇସଲାର ଦିନ। ଦେଶରେ ପୁଣି କିଏ ସରକାର ଗଢ଼ିବ ତାହା ଉପରେ ସସ୍ତଙ୍କ ନଜର। ବିଜେପିର ମ୍ୟାଜିକ୍ ମ୍ୟାନ୍ କୁହାଯାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯାଦୁ କାମ କରିବ ନା ତାଙ୍କୁ ପୁଣି ଥରେ କ୍ଷମତା ଗାଦିରେ ନ ବସାଇବା ପାଇଁ ବିରୋଧୀଙ୍କ ମେଣ୍ଟ ଭାରି ପଡ଼ିବ !
ଆଜିର ଫଳାଫଳରୁ ବିଜେପି ଯଦି ଲୋକସଭା ଆସନରେ ମ୍ୟାଜିକ୍ ନମ୍ବର ଛୁଏଁ, ତା’ହେଲେ ପ୍ରଧାନମନ୍ତ୍ରୀ ମୋଦି ପୁଣି ଥରେ ପୂର୍ଣ୍ଣସଂଖ୍ୟା ଗରିଷ୍ଠତା ସମର୍ଥନରେ ଦେଶରେ ସରକାର ଗଢ଼ିବେ। ଏଭଳି ହେଲେ ସାରା ଦେଶରେ ମୋଦିଙ୍କ ଯାଦୁ, ଜାତୀୟ ରାଜନୀତିରେ ମୋଦିଙ୍କ ପ୍ରତିଷ୍ଠା ଆହୁରି ବଢ଼ିବ। ସେହିପରି ଦଳରେ ମୋଦିଙ୍କ ପତିଆରା ମଧ୍ୟ ଆହୁରି ମଜବୁତ୍ ହେବ।
ଏକ୍ଜିଟ୍ ପୋଲର ଆକଳନ ଅନୁଯାୟୀ ଦେଶରେ ବିଜେପି ପୁଣି ସରକାର ଗଢ଼ିବ। ତେବେ ଏହି ଆକଳନକୁ ଭୁଲ୍ ବୋଲି ବିରୋଧୀ କହିଛନ୍ତି।
ସାରା ଦେଶରେ ସାଧାରଣ ନିର୍ବାଚନ ପାଇଁ ଆଜି ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ଖବର ଲେଖାଯିବା ସୁଦ୍ଧା ୫୪୨ ଲୋକସଭା ଆସନରୁ ୩୭୩ଟିର ଗଣତି ଚାଲିଥିବା ବେଳେ ବିଜେପି ମେଣ୍ଟ ୨୩୬ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୭୦ଟି ଓ ଅନ୍ୟାନ୍ୟ ଦଳ ୬୯ରେ ଆଗୁଆ ରହିଛନ୍ତି।
ସେହିପରି କେରଳର ୱାଇନାଡ଼ା ଆସନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଗରେ ଥିବାବେଳେ ଆମେଥିରେ ସେ ପଛରେ ଅଛନ୍ତି। ବିଜେପିର ସ୍ମୃତି ଇରାନୀ ଆଗରେ ଚାଲିଛନ୍ତି। ରାଏବରେଲୀରେ କଂଗ୍ରେସର ସୋନିଆ ଗାନ୍ଧି ଆଗରେ ଚାଲିଛନ୍ତି।
ଆହୁରି ମଧ୍ୟ ପଢ଼ନ୍ତୁ: ସାରା ଦେଶରେ ଭୋଟ୍ ଗଣତି ଆରମ୍ଭ, ବିଜେପି ଆଗରେ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/BeFunky-collage-9_1625932570.jpg)