Advertisment

ବିଷ ପିଇଥିବା ଏସ୍‌ପିଙ୍କ ପରଲୋକ

ଉତ୍ତର ପ୍ରଦେଶ : ପାରିବାରିକ ବିବାଦରୁ ବିଷ ପିଇଥିବା କାନପୁର ଏସପି ସୁରେନ୍ଦ୍ର ଦାସଙ୍କ ଅାଜି ମୃତ୍ୟୁ ହୋଇଛି। ଚାରି ଦିନ ତଳେ ସେ ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ଅପରେସନ କରାଯାଇଥିଲେ ମଧ୍ୟ ଗତକାଲିଠାରୁ ତାଙ୍କ ଅବସ୍ଥା ଅାହୁରି ବିଗିଡିଥିଲା।  ଅାଜି କାନପୁରର ଏକ ଘରୋଇ ମେଡିକାଲରେ ତାଙ୍କର ପରଲୋକ ହୋଇଛି । ୨୦୧୪ ବ୍ୟାଚର ଅାଇପିଏସ ଅଧିକାରୀ ସୁରେନ୍ଦ୍ର ଦାସ ମାସକ ତଳେ […]

ବିଷ ପିଇଥିବା ଏସ୍‌ପିଙ୍କ ପରଲୋକ

sp-up

Advertisment

ଉତ୍ତର ପ୍ରଦେଶ : ପାରିବାରିକ ବିବାଦରୁ ବିଷ ପିଇଥିବା କାନପୁର ଏସପି ସୁରେନ୍ଦ୍ର ଦାସଙ୍କ ଅାଜି ମୃତ୍ୟୁ ହୋଇଛି। ଚାରି ଦିନ ତଳେ ସେ ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ଅପରେସନ କରାଯାଇଥିଲେ ମଧ୍ୟ ଗତକାଲିଠାରୁ ତାଙ୍କ ଅବସ୍ଥା ଅାହୁରି ବିଗିଡିଥିଲା।  ଅାଜି କାନପୁରର ଏକ ଘରୋଇ ମେଡିକାଲରେ ତାଙ୍କର ପରଲୋକ ହୋଇଛି ।

Advertisment

୨୦୧୪ ବ୍ୟାଚର ଅାଇପିଏସ ଅଧିକାରୀ ସୁରେନ୍ଦ୍ର ଦାସ ମାସକ ତଳେ କାନପୁର ଇଷ୍ଟର ଏସପି ଭାବେ ଯୋଗ ଦେଇଥିଲେ। ଅାତ୍ମହତ୍ୟାର କାରଣ ସମ୍ପର୍କରେ ଜଣାପଡିନାହିଁ। ତାଙ୍କ ଘରୁ ଏକ ସୁଇସାଇଡ ନୋଟ ଜବତ କରାଯାଇଛି। ଏଥିରେ ପାରିବାରିକ ବିବାଦ ଥିବା ଉଲ୍ଲେଖ କରିଛନ୍ତି। କିନ୍ତୁ ଏଥିପାଇଁ କାହାକୁ ସେ ଦାୟୀ କରି ନାହାନ୍ତି ।

ସେପଟେ ସୁଇସାଇଡ ନୋଟକୁ କେହି ହେରଫେର କରିଥିବା ସୁରେନ୍ଦ୍ରଙ୍କ ପରିବାର ଲୋକ ଅଭିଯୋଗ ହୋଇଛି। ଏନେଇ ପୁଲିସ ତଦନ୍ତ କରୁଛି। ମୁଖ୍ୟମନ୍ତ୍ରୀ ଯୋଗୀ ଅାଦିତ୍ୟନାଥ, ପୁଲିସ ଡିଜି ଓ ପି ସିଂ ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ସୁରେନ୍ଦ୍ର ଇଲେକ୍ଟ୍ରିକାଲ ଇଂଜିନିୟରିଂରେ ବିଟେକ୍‌ କରିବା ପରେ ୟୁପିଏସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଅାଇପିଏସ ଅଧିକାରୀ ଭାବେ ଯୋଗ ଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ