Advertisment

ଉଇଗୁର୍ ସତ ସାମ୍ନାକୁ ଆଣିଥିବା ସାମ୍ବାଦିକାଙ୍କୁ ମିଳିଲା ପୁଲିଟର ପୁରସ୍କାର

ଡ୍ରାଗନର କଳା କାରନାମାକୁ ଲୋକଲୋଚନକୁ ଆଣି, ଆମେରିକାରେ ସାମ୍ବାଦିକଙ୍କୁ ମିଳୁଥିବା ସର୍ବୋଚ୍ଚ ସମ୍ମାନ ପୁଲିଟର ପୁରସ୍କାର ପାଇଛନ୍ତି ଭାରତୀୟ ବଂଶୋଦ୍ଭବ ମେଘା ରାଜଗୋପାଲନ। ନିର୍ଭୀକ ଖବର ସଂଗ୍ରହ ଓ ନୂଆଶୈଳୀର ରିପୋର୍ଟ ପ୍ରସ୍ତୁତ ଲାଗି ତାଙ୍କୁ ମିଳିଛି ଏହି ସମ୍ମାନଜନକ ପୁରସ୍କାର

ଉଇଗୁର୍ ସତ ସାମ୍ନାକୁ ଆଣିଥିବା ସାମ୍ବାଦିକାଙ୍କୁ ମିଳିଲା ପୁଲିଟର ପୁରସ୍କାର

Pulitzar

Advertisment
  • ଉଇଗୁର୍ ସତ ସାମ୍ନାକୁ ଆଣିଥିବା ସାମ୍ବାଦିକାଙ୍କୁ ପୁଲିଟର ପୁରସ୍କାର
  • ଭାରତୀୟ ବଂଶୋଦ୍ଭବ ସାମ୍ବାଦିକା ମେଘା ରାଜଗୋପାଲନ
  • ସିନ୍ଜିଆଙ୍ଗ ପ୍ରଦେଶରେ କ୍ୟାଂପକୁ ୨୦୧୭ରେ ଯାଇଥିଲେ
  • ପ୍ରଥମ ସାମ୍ବାଦିକ ଭାବେ ଯାଇ ଜିନପିଙ୍ଗ୍ ପ୍ରଶାସନର ଆକ୍ରୋଶ ସହିଥିଲେ
Advertisment

ନୂଆଦିଲ୍ଲୀ: ଡ୍ରାଗନର କଳା କାରନାମାକୁ ଲୋକଲୋଚନକୁ ଆଣି, ଆମେରିକାରେ ସାମ୍ବାଦିକଙ୍କୁ ମିଳୁଥିବା ସର୍ବୋଚ୍ଚ ସମ୍ମାନ ପୁଲିଟର ପୁରସ୍କାର ପାଇଛନ୍ତି ଭାରତୀୟ ବଂଶୋଦ୍ଭବ ମେଘା ରାଜଗୋପାଲନ। ନିର୍ଭୀକ ଖବର ସଂଗ୍ରହ ଓ ନୂଆଶୈଳୀର ରିପୋର୍ଟ ପ୍ରସ୍ତୁତ ଲାଗି ତାଙ୍କୁ ମିଳିଛି ଏହି ସମ୍ମାନଜନକ ପୁରସ୍କାର। ଅନ୍ତର୍ଜାତୀୟ ଶ୍ରେଣୀରେ ଗୋପାଲନଙ୍କ ସିନଜିଙ୍ଗଙ୍କ ସିରିଜ୍, ତାଙ୍କୁ ଏହି ସମ୍ମାନର ଅଧିକାରୀ କରିଛି ଚୀନ୍। ସରକାର ସିନଜଆଙ୍ଗ ପ୍ରଦେଶରେ ସ୍ୱତନ୍ତ୍ର ଶିବିର କରି ସେଠାରେ ଲକ୍ଷ ଲକ୍ଷ ଉଇଗୁର୍ ମୁସଲମାନଙ୍କୁ ଅଟକ ରଖିବା ଏବଂ ସେମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ଚଳାଇଥିବା ଖବର ମିଳିଥିଲା। ଅନ୍ତର୍ଜାତୀୟ ଗଣମାଧ୍ୟମ ଉପରେ ଶକ୍ତ କଟକଣା ହେତୁ ସେଠାକୁ କେହି ସାମ୍ବାଦିକ ଯାଇପାରୁନଥିଲେଷ

ତେବେ ୨୦୧୭ରେ ମେଘା ଗୋପାଲନ ଉଇଗୁରଙ୍କୁ ଅଟକ ରଖାଯାଇଥିବା ଏକ କ୍ୟାମ୍ପରେ ପହଞ୍ଚିବା ସହ, ସେମାନଙ୍କ ଦୁର୍ଦ୍ଦଶାର ଚିତ୍ର ଉତ୍ତୋଳନ କରିଥିଲେ। ତେବେ ଏହା ପରେ ତାଙ୍କୁ ଚୀନ ସରକାରଙ୍କ ରୋଷର ଶିକାର ହେବାକୁ ପଡିଥିଲା। ସି ଜିନପିଙ୍ଗ ସରକାର ତାଙ୍କୁ ଚୀନରୁ ବିତାଡିତ କରିବା ସହ ତାଙ୍କ ପାସପୋର୍ଟ ରଦ୍ଦ କରିଦେଇଥିଲେ ସେ ଉଠାଇଥିବା ଫଟୋ ଓ ଭିଡିଓକୁ ମଧ୍ୟ ସେନ୍ସର୍ କରାଯାଇଥିଲା।

Advertisment

ଚୀନ ସରକାରଙ୍କ ଆକ୍ରୋଶ ସତ୍ତ୍ୱେ ଚୁପ୍ ବସିନଥିଲେ ଗୋପାଳନ୍। ସେ ଯାହା ଦେଖିଥିଲେ ସେଇ ଦୃଶ୍ୟକୁ ଡିଜିଟାଲ ଟେକ୍ନୋଲୋଜି ସହାୟତାରେ ବାସ୍ତବତାର ରୂପ ଦେବାକୁ ଚେଷ୍ଟା କରିଥିଲେ। ଏଥିପାଇଁ ସେ ଆର୍କିଟେଟ୍ ଆଲିସନ କିଲିଂ ଓ କଂପୁଟର ପ୍ରୋଗ୍ରାମର୍ କ୍ରିଷ୍ଟୋ ବୁସେକର ସହାୟତା ନେଇଥିଲେ ସିନ୍ଜିଆଙ୍ଗ୍ ପ୍ରଦେଶର ସାଟେଲାଇଟ ଚିତ୍ରକୁ ବିଶ୍ଳେଷଣ କରି ଉଇଗୁରୁମାନଙ୍କୁ କେଉଁଠି କେଉଁଠି ରଖା ଯାଇଛି ତାହା ଜାଣିବା ଲାଗି ମେଘା ଓ ତାଙ୍କର ଦୁଇ ସହଯୋଗୀ ଅଭିଯାନ ଆରମ୍ଭ କରିଥିଲେ। ଚୀନ ସରକାରଙ୍କ ଦ୍ୱାରା ସେନ୍ସର ହୋଇଥିବା ଫଟୋ ଏବଂ ଭିଜୁଆଲକୁ ମ୍ୟାପିଂ ସ୍ପଷ୍ଟେଓ୍ୱର ସହ ତୁଳନା କରି ୫୦ ହଜାର ସ୍ଥାନର ଡାଟା ବେସ୍ ପ୍ରସ୍ତୁତ କରାଯାଇଥିଲା।

ଏଥିରେ ଉଇଗୁରଙ୍କୁ ଅଟକ ରଖାଯାଇଥିବା ୨୫୬ଟି କ୍ୟାମ୍ପକୁ ଚିହ୍ନଟ କରାଯାଇଥିଲା। ପ୍ରତି କ୍ୟାମ୍ପରେ ୧୦ହଜାରରୁ ଅଧିକ ଲୋକ ରହିପାରିବା ଭଳି ବ୍ୟବସ୍ଥା ରହିଛି। ଅନ୍ୟପକ୍ଷରେ ଚୀନର ପ୍ରବେଶ ଉପରେ କଟକଣା ଲାଗିବା ପରେ, ରାଜଗୋପାଳନ କାଜାକସ୍ତାନ ଯିବା ସହ ସେଠାରେ ଶରଣାର୍ଥୀଭାବେ ରହୁଥିବା କିଛି ଚୀନି ମୁସଲମାନଙ୍କୁ ଭେଟିଥିଲେ। ଏମାନଙ୍କୁ ମଧ୍ୟରୁ କିଛି ଲୋକଙ୍କ ବିଶ୍ୱାସ ଜିତିବା ସହ ସତ କହିବା ଲାଗି ମେଘା ସେମାନଙ୍କୁ ପ୍ରବର୍ତ୍ତାଇରେ ସଫଳ ହୋଇଥିଲେ। ଆଉ ଏମାନେ ଯେଉଁ ହୃଦୟ ବିଦାରକ କାହାଣୀ ବର୍ଣ୍ଣନା କରିଥିଲେ ତାକୁ ନିଜ ରିପୋର୍ଟ ଜରିଆରେ ଜନସମ୍ମୁଖକୁ ଆଣିଛନ୍ତି ମେଘା।

Advertisment

ବଜ୍ ଫିଡ୍ ନ୍ୟୁଜ୍‌ ଲାଗି କାମ କରୁଥିବା ମେଘା ରାଜଗୋପାଲନ ଲଣ୍ଡନରେ ରହୁଛନ୍ତି। ଉଇଗୁର୍ ମୁସଲମାନଙ୍କ ଉପରେ ଚୀନ୍ ଯେଉଁ ଦମନଲୀଳା ଚଳାଇଛି ତା ଉପରେ ଆଲୋକପାତ ହେବା ନିହାତି ଜରୁରୀ ଥିଲା ବୋଲି କହିଛନ୍ତି ବଜ୍ ଫିଡ୍ ନ୍ୟୁଜ୍‌ର ଏଡିଟର ଇନ୍ ଚିଫ୍ ମାର୍କ ସ୍କୁଫ୍ସ। ଅନ୍ୟପକ୍ଷରେ ଏହି ସଫଳତାର ଶ୍ରେୟ ମେଘା ଆର୍କିଟେଟ୍ ଆଲିସନ୍ କିଲିଂ ଓ କଂପୁଟର ପ୍ରୋଗ୍ରାମର କ୍ରିଷ୍ଟୋ ବୁସେକଙ୍କ ସହ ଟିମର ଅନ୍ୟ ସଦସ୍ୟଙ୍କୁ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ