Advertisment

ଆଗାମୀ ୬ରୁ ୮ ସପ୍ତାହ ମଧ୍ୟରେ କରୋନାର ତୃତୀୟ ଲହରୀ ସମ୍ଭାବନା : ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ : ଦ୍ୱିତୀୟ ଲହରୀ ସମ୍ପୂର୍ଣ୍ଣ ଯାଇନଥିବା ବେଳେ ଦେଶରେ ତୃତୀୟ ଲହରୀ ଆତଙ୍କ । ଆଗାମୀ ୬-୮ ସପ୍ତାହ ମଧ୍ୟରେ ଭାରତକୁ ଆସିପାରେ କରୋନାର ତୃତୀୟ ଲହରୀ । ତୃତୀୟ ଲହରୀ ସମ୍ପର୍କରେ ସୂଚନା ଦେଇଛନ୍ତି  ଏମ୍ସ ନିର୍ଦ୍ଦେଶକ ରଣଦୀପ…

ଅଦ୍ୟତନ ହୋଇଛି
ଆଗାମୀ ୬ରୁ ୮ ସପ୍ତାହ ମଧ୍ୟରେ କରୋନାର ତୃତୀୟ ଲହରୀ ସମ୍ଭାବନା : ଏମ୍ସ ନିର୍ଦ୍ଦେଶକ

corona

Advertisment

ନୂଆଦିଲ୍ଲୀ : ଦ୍ୱିତୀୟ ଲହରୀ ସମ୍ପୂର୍ଣ୍ଣ ଯାଇନଥିବା ବେଳେ ଦେଶରେ ତୃତୀୟ ଲହରୀ ଆତଙ୍କ । ଆଗାମୀ ୬-୮ ସପ୍ତାହ ମଧ୍ୟରେ ଭାରତକୁ ଆସିପାରେ କରୋନାର ତୃତୀୟ ଲହରୀ । ତୃତୀୟ ଲହରୀ ସମ୍ପର୍କରେ ସୂଚନା ଦେଇଛନ୍ତି  ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ । ସେ କହିଛନ୍ତି କୌଣସ ମତେ ତୃତୀୟ ଲହରୀକୁ ଏଡାଇ ହେବ ନାହିଁ। ମାର୍ଚ୍ଚ ଶେଷରେ ଆରମ୍ଭ ହୋଇଥିବା ଲକଡାଉନ ଅବଧିରେ ଧୀରେ ଧୀରେ ଶେଷ ହେବାରେ ଲାଗିଛି । ଏବେ ଦେଶର ବିଭିନ୍ନ ସ୍ଥାନରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ କିଛି ସମୟ ପୂର୍ବରୁ ତୃତୀୟ ତରଙ୍ଗ ବିଷୟରେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି।

Advertisment

ଦେଶରେ ଅନଲକ୍ ଆରମ୍ଭ ହୋଇସାରିଥିବା ବେଳେ ତୃତୀୟ ଲହରୀ ସଂକ୍ରମଣ ସମ୍ପୂର୍ଣ୍ଣ ରୂପେ ଲୋକଙ୍କ ଉପରେ ନିର୍ଭର କରେ । ପ୍ରଥମ ଓ ଦ୍ୱିତୀୟ ଲହରୀରୁ ଅନେକ କିଛି ଶିଖିବାକୁ ମିଳୁଛି । ଜନସାଧାରଣ ସଚେତନ ହେଲେ ସଂକ୍ରମଣର ଭୟାବହତାକୁ ଏଡ଼ାଇ ହେବ । କିନ୍ତୁ ଅନଲକ୍ ପରେ ବି ଅନେକ ସ୍ଥାନରେ ଭିଡ଼ ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି । ଏପରି ସ୍ଥଳେ କରୋନାର ତୃତୀୟ ଲହରୀ ଆଗାମୀ ୬ ରୁ ୮ ସପ୍ତାହ ମଧ୍ୟରେ ହୋଇପାରେ … କିମ୍ବା ହୁଏତ ଟିକିଏ ଅଧିକ ସମୟ ନେଇପାରେ ବୋଲି କହୁଛନ୍ତି  ଏମ୍ସ ନିର୍ଦ୍ଦେଶକ  ।

ସେପଟେ ଆସନ୍ତା ୨ରୁ ୪ ସପ୍ତାହ ମଧ୍ୟରେ ମହାରାଷ୍ଟ୍ରରେ କରୋନା ନିଜ କାୟା ମେଳାଇ ପାରେ ବୋଲି ଆଶଙ୍କା କରାଯାଉଛି । ମୁମ୍ବାଇରେ ତୃତୀୟ ଲହର ଆସିବ ବୋଲି ବିଶେଷଜ୍ଞ ଆଶଙ୍କା ପ୍ରକାଶ କରିସାରିଛନ୍ତି । ତୃତୀୟ ଲହର, ଦ୍ୱିତୀୟ ଲହର ଅପେକ୍ଷା ଦୁଇଗୁଣ ମାରାତ୍ମକ ହୋଇପାରେ । ତେବେ ମୁଖ୍ୟ କଥା ହେଉଛି ଏଥିରେ ଶିଶୁ ଓ ଯୁବକ ଏତେ ମାତ୍ରାରେ ପ୍ରଭାବିତ ହୋଇନପାରନ୍ତି । ଯୁବକ ଓ ମଧ୍ୟ ବୟସ୍କ ଲୋକେ ପ୍ରଥମ ଓ ଦ୍ୱିତୀୟ ଲହରେ ଆକ୍ରାନ୍ତ ହୋଇଛନ୍ତି । ଆଣ୍ଟିବଡି ସୃଷ୍ଟି ହୋଇଥିବାରୁ ସେମାନେ ଆକ୍ରାନ୍ତ ହେବା ଆଶଙ୍କା କମ୍ ରହିଛି । ସେହିଭଳି ଶିଶୁ ବି ଏତେ ପ୍ରଭାବିତ ହେବେନି ବୋଲି ଆକଳନ କରିଛନ୍ତି ବିଶେଷଜ୍ଞ । WHO-AIIMS ଟିମ୍ ପକ୍ଷରୁ ହୋଇଥିବା ସର୍ଭେରେ ଏହି ତଥ୍ୟ ଆସିଛି ।

Advertisment

ସୂଚନାଯୋଗ୍ୟ ଦେଶରେ ଲଗାତାର ଭାବରେ କମିଚାଲିଛି ସଂକ୍ରମଣ। ମେ ମାସରେ ସଂକ୍ରମଣ ଶିଖର ଛୁଇଁଥିଲା କିନ୍ତୁ ଏବେ ଦେଶରେ ପ୍ରାୟ ୮୫ ପ୍ରତିଶତ ସଂକ୍ରମଣ ହ୍ରାସ ପାଇଛି ବୋଲି ସୂଚନା ମିଳିଛି। କେବଳ ଏତିକି ନୁହେଁ ବରଂ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ମଧ୍ୟ ୭୮.୬ ପ୍ରତିଶତ ହ୍ରାସ ପାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ୍ କହିଛନ୍ତି। ମେ ପ୍ରଥମ ସପ୍ତାହରେ ଦେଶର ୫୩୧ଟି ଜିଲ୍ଲାରେ ଦିନକୁ ୧୦୦ରୁ ଅଧିକ ମାମଲା ଚିହ୍ନଟ ହେଉଥିବାବେଳେ ଏବେ ମାତ୍ର ୧୪୭ଟି ଜିଲ୍ଲାରେ ଦିନକୁ ୧୦୦ରୁ ଅଧିକ ମାମଲା ଚିହ୍ନଟ ହେଉଥିବା ଲବ୍ କହିଛନ୍ତି।

Corona 3rd Wave
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ