Advertisment

ନୂଆଦିଲ୍ଲୀର ଏକ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଏକ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ। ପଶ୍ଚିମ ଦିଲ୍ଲୀର ନାରାଇନା ଶିଳ୍ପାଞ୍ଚଳରେ ଥିବା ଆର୍‌ଚିସ୍‌ ଗ୍ରିଟିଙ୍ଗ୍‌ କାର୍ଡ ଫ୍ୟାକ୍ଟ୍ରିରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଆଜି ସକାଳ ପ୍ରାୟ ୭ଟା ୧୫ ମିନିଟ୍‌ ସମୟରେ ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିବା ଜଣାପଡ଼ିଛି। ୩୦ଟି ଦମକଳ ନିଆଁ ଲିଭାଇବା କାର୍ଯ୍ୟରେ ସାମିଲ ହୋଇଥିଲେ। ମିଳିଥିବା ସୂଚନା ଅନୁସାରେ, ଫ୍ୟାକ୍ଟ୍ରିର ଟେଲିଫୋନ୍‌ ସୁଇଚ୍‌ ବୋର୍ଡରେ ପ୍ରଥମେ ନିଆଁ ଲାଗି ଯାଇଥିଲା। ପରେ ଏହା ଅନ୍ୟ ବିଲ୍ଡିଂକୁ ବ୍ୟାପି ଯାଇଥିଲା। ତେବେ […]

ନୂଆଦିଲ୍ଲୀର ଏକ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

fire...

Advertisment

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଏକ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ। ପଶ୍ଚିମ ଦିଲ୍ଲୀର ନାରାଇନା ଶିଳ୍ପାଞ୍ଚଳରେ ଥିବା ଆର୍‌ଚିସ୍‌ ଗ୍ରିଟିଙ୍ଗ୍‌ କାର୍ଡ ଫ୍ୟାକ୍ଟ୍ରିରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଆଜି ସକାଳ ପ୍ରାୟ ୭ଟା ୧୫ ମିନିଟ୍‌ ସମୟରେ ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିବା ଜଣାପଡ଼ିଛି।

Advertisment

୩୦ଟି ଦମକଳ ନିଆଁ ଲିଭାଇବା କାର୍ଯ୍ୟରେ ସାମିଲ ହୋଇଥିଲେ।

ମିଳିଥିବା ସୂଚନା ଅନୁସାରେ, ଫ୍ୟାକ୍ଟ୍ରିର ଟେଲିଫୋନ୍‌ ସୁଇଚ୍‌ ବୋର୍ଡରେ ପ୍ରଥମେ ନିଆଁ ଲାଗି ଯାଇଥିଲା। ପରେ ଏହା ଅନ୍ୟ ବିଲ୍ଡିଂକୁ ବ୍ୟାପି ଯାଇଥିଲା। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନାହିଁ। କ୍ଷୟକ୍ଷତି ସମ୍ପର୍କରେ ମଧ୍ୟ କୌଣସି ସୂଚନା ମିଳିପାରି ନାହିଁ।

ଗତ ଦୁଇ ଦିନରେ ନୂଆଦିଲ୍ଲୀରେ ୨ଟି ବଡ଼ ଅଗ୍ନିକାଣ୍ଡ ଘଟିଛି।

ବୁଧବାର ଦିନ ପଶ୍ଚିମ ପୁରୀ ଅଞ୍ଚଳର ଏକ ବସ୍ତିରେ ନିଆଁ ଲାଗି ୨୫୦ଟି କୁଡ଼ିଆ ପୋଡ଼ି ପାଉଁଶ ହୋଇଯାଇଥଇଲା। ସେହିପରି ଗୁରୁବାର ଦିନ ସେଣ୍ଟ୍ରାଲ୍‌ ଦିଲ୍ଲୀ କରୋଲ ବାଗ୍‌ ସ୍ଥିତ ହୋଟେଲ୍‌ ଅର୍ପିତ ପ୍ୟାଲେସ୍‌ରେ ନିଆଁ ଲାଗି ୧୭ ଜଣଙ୍କ ମୃତ୍ୟୁ ଘଟିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ