himant
ନୂଆଦିଲ୍ଲୀ: ଆସାମର ମୁଖ୍ୟମନ୍ତ୍ରୀ ଭାବେ ବିଜେପି ନେତା ହିମନ୍ତ ବିଶ୍ୱଶର୍ମା ଆଜି ଶପଥଗ୍ରହଣ କରିବେ । ମଧ୍ୟାହ୍ନ ୧୨ଟାରେ ଶଙ୍କରଦେବ କଳାକ୍ଷେତ୍ରରେ ଆୟୋଜିତ ସମାରୋହରେ ରାଜ୍ୟପାଳ ଜଗଦୀଶ ମୁଖି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ହିମନ୍ତଙ୍କ ସହ ଅଳ୍ପ କିଛି ନେତା ମନ୍ତ୍ରୀ ଭାବେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି । ଗତକାଲି ଗୁଆହାଟୀରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ବି. ଏଲ୍. ସନ୍ତୋଷ, ଅରୁଣ ସିଂ ଓ ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବସିଥିବା ବିଧାୟକ ଦଳ ବୈଠକରେ ହିମନ୍ତଙ୍କୁ ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇଥିଲେ ।
ବିଦାୟୀ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ୱାଲ ହିମନ୍ତଙ୍କ ନାଁ ପ୍ରସ୍ତାବ ଦେଇଥିବାବେଳେ ଅନ୍ୟ ବିଧାୟକ ଏହାକୁ ସମର୍ଥନ କରିଥିଲେ । ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ପରେ ହିମନ୍ତ ରାଜଭବନ ଗସ୍ତ କରି ବିଧାୟକଙ୍କ ସମର୍ଥନ ପତ୍ର ଦେଇଥିଲେ । ଏହାସହ ସରକାର ଗଠନ ଓ ଶପଥ ଗ୍ରହଣ ଲାଗି ଦାବି ଜଣାଇଥିଲେ । ତେବେ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେବା ପରେ ହିମନ୍ତ ବିଦାୟୀ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ୱାଲଙ୍କୁ ଖୁବ୍ ପ୍ରଶଂସା କରିଥିଲେ । କହିଥିଲେ, ଚନ୍ଦ୍ରମାରେ କଳଙ୍କ ଥାଇପାରେ ହେଲେ ସୋନଓ୍ୱାଲଙ୍କ ୫ ବର୍ଷ ଶାସନ କାଳ ନିଷ୍କଳଙ୍କ ଥିଲା । ବୈଠକ ପୂର୍ବରୁ ରବିବାର ଦିନ ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ରାଜ୍ୟପାଳଙ୍କ ନିକଟରେ ତାଙ୍କର ଇସ୍ତଫା ପତ୍ର ଦାଖଲ କରିଥିଲେ। ଆସାମର ମୁଖ୍ୟମନ୍ତ୍ରୀ ହେବା ପୁୂର୍ବରୁ ସର୍ବାନନ୍ଦ ସୋନଓ୍ବାଲ ମାଦି ସରକାରରେ ୨୦୧୪ରୁ ୨୦୧୬ ପର୍ଯ୍ୟନ୍ତ ମନ୍ତ୍ରୀ ରହିସାରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/himant-1_1620614569.jpg)