Advertisment

ସହି ପାରିଲେନି ଦୁଃଖ, ବାପାଙ୍କ ଜୁଇକୁ ଡେଇଁ ପଡିଲେ ଝିଅ

ଜୟପୁର: ମହାମାରୀ କରୋନା ବର୍ତ୍ତମାନ ଲୋକଙ୍କ ମଧ୍ୟରେ ସଂକ୍ରମଣର ଭୟ ସୃଷ୍ଟି କରିଛି। ନିଜ ଲୋକ ବି ପର କରି ଦେଉଛନ୍ତି। ଏପରିକି ମୃତ୍ୟୁ ପରେ ପରିଜନ ମୃତଦେହ ପାଖ ମାଡୁ ନାହାନ୍ତି। ଶବକୁ ଚାରି କାନ୍ଧ ଦେବାକୁ କେହି ନାହାନ୍ତି।…

ଅଦ୍ୟତନ ହୋଇଛି
ସହି ପାରିଲେନି ଦୁଃଖ, ବାପାଙ୍କ ଜୁଇକୁ ଡେଇଁ ପଡିଲେ ଝିଅ

Capture

Advertisment

ଜୟପୁର: ମହାମାରୀ କରୋନା ବର୍ତ୍ତମାନ ଲୋକଙ୍କ ମଧ୍ୟରେ ସଂକ୍ରମଣର ଭୟ ସୃଷ୍ଟି କରିଛି। ନିଜ ଲୋକ ବି ପର କରି ଦେଉଛନ୍ତି। ଏପରିକି ମୃତ୍ୟୁ ପରେ ପରିଜନ ମୃତଦେହ ପାଖ ମାଡୁ ନାହାନ୍ତି। ଶବକୁ ଚାରି କାନ୍ଧ ଦେବାକୁ କେହି ନାହାନ୍ତି। ଏଭଳି ସମୟରେ ଜଣେ ଯୁବତୀ ବାପାଙ୍କ ମୃତ୍ୟୁ ଦୁଃଖ ସହିନପାରି ଅନ୍ତିମ ସଂସ୍କାର ବେଳେ ଜୁଇକୁ ଡେଇଁ ପଡ଼ିଥିଲେ। ଫଳରେ ସେ ଗୁରୁତର ଆହତ ହୋଇଛନ୍ତି। କରୋନାରେ ତାଙ୍କ ବାପାଙ୍କ ମୃତ୍ୟୁ ଘଟିଥିଲା। ରାଜସ୍ଥାନରେ ଏହି ଦୁଃଖଦ ଘଟଣା ଘଟିଛି।

Advertisment

ମଙ୍ଗଳବାର ଦିନ ସମ୍ପୃକ୍ତ ମହିଳାଙ୍କ ବାପା ଦାମୋଦରଦାସ ଶାରଦା(୭୩)ଙ୍କ ଏକ ହସ୍ପିଟାଲରେ କରୋନାରେ ମୃତ୍ୟୁ ଘଟିଥିଲା। ଏହାପରେ ମୃତଦେହ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ନିଆଯାଇଥିଲା। ବାପାଙ୍କ ମୃତ୍ୟୁ ଦୁଃଖ ସହିନପାରି ଶବ ସତ୍କାର ବେଳେ ଶାରଦାଙ୍କ ୩ ଝିଅଙ୍କ ମଧ୍ୟରୁ ସାନ ଝିଅ ଚନ୍ଦ୍ରା ହଠାତ ଜୁଇକୁ ଡେଇଁ ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ତାଙ୍କ ଶରୀରର ୭୦ ପ୍ରତିଶତ ଭାଗ ପୋଡ଼ି ଯାଇଛି। ପ୍ରଥମେ ଚନ୍ଦ୍ରାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ପରେ ଯୋଧପୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ଦାମୋଦରଦାସଙ୍କ ତିନି ଝିଅ ଥିବାବେଳେ କିଛିଦିନ ତଳେ ତାଙ୍କ ପତ୍ନୀଙ୍କ ଦେହାନ୍ତ ହୋଇଥିଲା।

Advertisment

ଆଜି ଦେଶରେ ୩ ଲକ୍ଷ ୮୨ ହଜାର ୩୧୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ଦେଶରେ ୩, ୭୮୦ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଆଜିର ସଂକ୍ରମିତଙ୍କୁ ମିଶାଇଲେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୬ ଲକ୍ଷ ୬୫ ହଜାର ୧୪୮କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ବର୍ତ୍ତମାନ ସୁଦ୍ଧା କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୨୬ ହଜାର ୧୮୮ରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ