vaccine
ନୂଆଦିଲ୍ଲୀ: କୋଭିଡ୍ ଟିକାକରଣ ପରେ ଦେଶରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳର ଏକ ପ୍ୟାନେଲ୍ ତାଙ୍କର ମୃତ୍ୟୁ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ସେ ଟିକା ନେବା ପରେ ହିଁ ତାଙ୍କରର ମୃତ୍ୟୁ ହୋଇଛି। ତେବେ ୬୮ ବର୍ଷିୟ ଏହି ବ୍ୟକ୍ତି ଜଣକ କରୋନା ଭ୍ୟାକ୍ସିନ ନେବା ପରେ ତାଙ୍କ ଶରୀରରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଇଥିଲା। ତେଣୁ ତାଙ୍କୁ ଚିକିତ୍ସା ଲାଗି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଆଉ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ସମୟରେ ତାଙ୍କର ଭ୍ୟାକ୍ସିନ ନେବା ପରେ ହିଁ ମୃତ୍ୟୁ ହୋଇଥିବା ସରକାର ମଧ୍ୟ ସ୍ପଷ୍ଟ କରିଛନ୍ତି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ତାଙ୍କର କରୋନା ଟିକା ନେବା ପରେ ହିଁ ଦେହ ଖରାପ ହୋଇଥିଲା ତେଣୁ ତାଙ୍କୁ ପରିବାର ଲୋକେ ତୁରନ୍ତ ମେଡ଼ିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ମେଡ଼ିକାଲରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଡାକ୍ତରଙ୍କ କହିବା ଅନୁସାରେ, ଟିକା ନେବା ପରେ ତାଙ୍କର ଶରୀରରେ ଏଲାର୍ଜିକ ହୋଇଥିଲା। AEFI Chairperson Dr NK Arora ତାଙ୍କ ମୃତ୍ୟୁକୁ ନେଇ ଗଣମାଧ୍ୟମକୁ ବିସୃତ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ମାର୍ଚ୍ଚ ୮ ତାରିଖରେ ସେ କରୋନା ଟିକା ନେବା ପରେ ଅସୁସ୍ଥ ହୋଇପଡ଼ିଥିଲେ ଏବଂ ତାଙ୍କର ପୂର୍ବରୁ ମଧ୍ୟ ଅନ୍ୟ କିଛି ରୋଗ ଥିଲା। ତେଣୁ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ଅବନତି ହେବା ସହ ପ୍ରାଣ ଯାଇଛି। କେବଳ ଏତିକି ନୁହେଁ ବରଂ ଦେଶରେ ଭ୍ୟାକ୍ସିନ ନେବା ପରେ ୧୯ ଓ ୧୬ ଜାନୁଆରୀରେ ୨ ଜଣ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ହୋଇଥିଲା ଆଉ ସେ ସୁସ୍ଥ ମଧ୍ୟ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ଦେଶରେ ଏମିତି ୩୧ ମାମଲା ସାମ୍ନାକୁ ଆସିଛି ଯେଉଁମାନେ କି ଅଭିଯୋଗ କରିଛନ୍ତି ସେମାନେ ଟିକା ନେବା ପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ଅବନତି ହୋଇଛି। କିନ୍ତୁ ଭ୍ୟାକ୍ସିନ ନେବା ପରେ ହିଁ ସେମାନଙ୍କର ମୃତ୍ୟୁ ହୋଇଥିବା ନେଇ କୌଣସି ପ୍ରମାଣ ମିଳିନାହିଁ।
ତେବେ ସୂଚନା ଅନୁସାରେ, ଦେଶରେ କରୋନା ସଂକ୍ରମଣ ପ୍ରଭାବ ଦିନକୁ ଦିନ ହ୍ରାସ ପାଉଛି। ସଂକ୍ରମିତଙ୍କ ସଂଖ୍ୟା ଏବେ ୬୦ ହଜାରରେ ସୀମତି ରହିଛି। ଏପରିକି ଆଜି ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ଗତ ୨୪ ଘଣ୍ଟାରେ ଦେଶରେ ୬୦ ହଜାର ୪୭୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ୭୬ ଦିନ ମଧ୍ୟରେ ଆଜି ସବୁଠାରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଏହି ସମୟ ମଧ୍ୟରେ ୨ ହଜାର ୭୨୬ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/vaccine-1-1_1623748943.jpg)