Advertisment

ଟ୍ୱିଟରକୁ ସରକାରଙ୍କ ଶେଷ ଚେତାବନୀ : ନିୟମ ନମାନିଲେ ପରିଣାମ ପାଇଁ ପ୍ରସ୍ତୁତ ରୁହ

ନୂଆଦିଲ୍ଲୀ : ନୂଆ ଆଇଟି ନିୟମ ଅନୁସାରେ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରକୁ ସରକାରଙ୍କ ପକ୍ଷରୁ ଅନ୍ତିମ ଚେତାବନୀ ଦିଆଯାଇଛି । ଶନିବାର ଅର୍ଥାତ ଆଜି ଭାରତୀୟ ଅଧିକାରୀଙ୍କୁ ନିଯୁକ୍ତ କରିବା ପାଇଁ ଟ୍ୱିଟରକୁ ଶେଷ ସୁଯୋଗ ଦେଇଥିଲେ ସରକାର । ଏଥିସହିତ…

ଅଦ୍ୟତନ ହୋଇଛି
ଟ୍ୱିଟରକୁ ସରକାରଙ୍କ ଶେଷ ଚେତାବନୀ : ନିୟମ ନମାନିଲେ ପରିଣାମ ପାଇଁ ପ୍ରସ୍ତୁତ ରୁହ

twitter

Advertisment

ନୂଆଦିଲ୍ଲୀ : ନୂଆ ଆଇଟି ନିୟମ ଅନୁସାରେ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରକୁ ସରକାରଙ୍କ ପକ୍ଷରୁ ଅନ୍ତିମ ଚେତାବନୀ ଦିଆଯାଇଛି । ଶନିବାର ଅର୍ଥାତ ଆଜି ଭାରତୀୟ ଅଧିକାରୀଙ୍କୁ ନିଯୁକ୍ତ କରିବା ପାଇଁ ଟ୍ୱିଟରକୁ ଶେଷ ସୁଯୋଗ ଦେଇଥିଲେ ସରକାର । ଏଥିସହିତ ସରକାର ସ୍ପଷ୍ଟ କରିଛନ୍ତି , ଟ୍ୱିଟର ଏପରି ନକଲେ କମ୍ପାନୀ ପରିଣାମ ପାଇଁ ପ୍ରସ୍ତୁତ ହେବା ଉଚିତ। କେନ୍ଦ୍ର ଏବଂ ଟ୍ୱିଟର ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଚାଲିଆସୁଛି। ଆଜି କମ୍ପାନୀ ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କିୟା ନାଇଡୁଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିିକ୍ ହଟାଇ ଦେଇଥିଲେ । ଅବଶ୍ୟ କିଛି ଘଣ୍ଟା ବ୍ୟବଧାନ ଭିତରେ ପୁଣି ଉପରାଷ୍ଟ୍ରପତିଙ୍କ ଆକାଉଣ୍ଟ୍ ଭେରିଫାଏଡ୍ କରିଥିଲା ଟ୍ୱିଟର ।

Advertisment

ଏନଡିଟିଭି ରିପୋର୍ଟ ଅନୁଯାୟୀ ସରକାର କହିଛନ୍ତି, ତୁରନ୍ତ ନିୟମ ପାଳନ କରିବାକୁ ଟ୍ୱିଟରକୁ ଚୂଡ଼ାନ୍ତ ବିଜ୍ଞପ୍ତି ଦିଆଯାଉଛି। ନିୟମ ଉଲ୍ଲଂଘନ କଲେ ଆଇଟି ଆକ୍ଟ ୨୦୦୦ ର ଧାରା ୭୯ ଅନୁଯାୟୀ କୋହଳ ସୀମାକୁ ବାତିଲ କରାଯିବ । ଏବଂ ଆଇଟି ଆକ୍ଟ ଏବଂ ଅନ୍ୟାନ୍ୟ ନିୟମ ଅନୁଯାୟୀ ଦଣ୍ଡବିଧାନ ପାଇଁ ଦାୟୀ ରହିବ ଟ୍ୱିଟର । ଏହାପୂର୍ବରୁ ମଧ୍ୟ କମ୍ପାନୀକୁ ଭାରତୀୟ ଅଧିକାରୀଙ୍କ ନିଯୁକ୍ତି ଓ ସବିଶେଷ ବିବରଣୀ ଦେବାପାଇଁ ସରକାରଙ୍କ ପକ୍ଷରୁ କୁ ହାଯାଇଥିଲା । ଗୁଗୁଲ ଓ ଫେସବୁକ୍ ଗାଇଡଲାଇନ୍ ମାନିବାକୁ ରାଜି ଥିବାବେଳେ ନୂଆ ନିୟମ ମାନିବାକୁ ଅମଙ୍ଗ ହେଉଥିଲା ମାଇକ୍ରୋ ବ୍ଲଗିଂ କମ୍ପାମୀ ଟ୍ୱିଟର ।

ଶନିବାର ଆରମ୍ଭ ହେଲା ବ୍ଲୁ ଟିକ୍ ନାଟକ :
ଆଜି ସକାଳେ ସୋସିଆଲ ମିଡିଆ ସାଇଟ୍ ଟ୍ୱିଟର ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କିୟା ନାଇଡୁଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟକୁ ଅନଭେରିଫାଏଡ୍ କରିଦେଇଥିଲା । ଯଦ୍ୱାରା ଉପରାଷ୍ଟ୍ରପତିଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍ ହଟିଯାଇଥିଲା । ଏହି ଖବର ପ୍ରଘଟ ହେବା ପରେ ଟ୍ୱିଟରରେ ଟ୍ରେଣ୍ଡ କରୁଥିଲା ‘ଭାରତର ଉପରାଷ୍ଟ୍ରପତି’। ସୋସିଆଲ ମିଡିଆରେ ଅନେକ ଲୋକ ଟ୍ୱିଟରର ଏହି ପଦକ୍ଷେପକୁ ବିରୋଧ କରିଥିଲା । ତେବେ ଦୁଇ ଘଣ୍ଟା ପରେ ଏମ ଭେଙ୍କିୟା ନାଇଡୁଙ୍କ ବ୍ୟକ୍ତିଗତ ଟ୍ୱିଟର ହ୍ୟାଣ୍ଡେଲକୁ ପୁଣି ଭେରିଫାଏ କରିଥିଲା ଟ୍ୱିଟର ।

Advertisment

ଅନ୍ୟପଟେ ଏବେ ଆରଏଏସ୍ ମୁଖ୍ୟ ମୋହନ ଭାଗବତ୍ ଆକାଉଣ୍ଟକୁ ଅନଭେରିଫାଏଡ୍ କରିଛି ଟ୍ୱିଟର । ଭେଙ୍କିୟା ନାଇଡୁଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇବା ପରେ ଟ୍ୱିଟର ଯୁକ୍ତି ବାଢ଼ିଥିଲା, ଲମ୍ବା ସମୟ ଧରି ଟ୍ୱିଟର ଆକାଉଣ୍ଟ୍ ଲଗ ଇନ୍ ହୋଇନଥିବାରୁ ଆପେ ଆପେ ବ୍ଲୁ ଟିକ୍ ହଟିଯାଇଛି । ମୋହନ ଭାଗବତଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟିବା ପଛରେ ମଧ୍ୟ ଏହି କାରଣ ଥାଇପାରେ । ୨୦୧୯ରେ ମୋହନ ଭାଗବତଙ୍କ ଟ୍ୱିଟର ଆକାଉଣ୍ଟ୍ ତିଆରି ହୋଇଥିଲା । ଆକାଉଣ୍ଟ୍ ଖୋଲିବା ଠାରୁ ଏବେ ଯାଏଁ ଗୋଟିଏ ବି ଟ୍ୱିଟ କରିନାହାନ୍ତି ଆରଏସଏସ ମୁଖ୍ୟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ