Advertisment

ସିଲିଣ୍ଡର ବିସ୍ଫୋରଣ ଘଟି ଭୁଶୁଡ଼ିଲା ଦୁଇ ମହଲା କୋଠା : ୮ ମୃତ, ୭ ଗୁରୁତର

ଗୋଣ୍ଡା : ଉତ୍ତରପ୍ରଦେଶ ଗୋଣ୍ଡାରେ ସିଲିଣ୍ଡର ବିସ୍ଫୋରଣ ଘଟି ଭୁଶୁଡ଼ିଲା କୋଠା । କୋଠା ତଳେ ଦବିଯାଇ ୮ ମୃତ, ୭ ଜଣ ଗୁରୁତର । ଏହି ବିସ୍ଫୋରଣରେ ୧୫ ଜଣରୁ ଅଧିକ ଲୋକ ଫସି ଯାଇଥିବା ସୂଚନା ମିଳିଥିଲା ।…

ଅଦ୍ୟତନ ହୋଇଛି
ସିଲିଣ୍ଡର ବିସ୍ଫୋରଣ ଘଟି ଭୁଶୁଡ଼ିଲା ଦୁଇ ମହଲା କୋଠା : ୮ ମୃତ, ୭ ଗୁରୁତର

gonda

Advertisment

ଗୋଣ୍ଡା : ଉତ୍ତରପ୍ରଦେଶ ଗୋଣ୍ଡାରେ ସିଲିଣ୍ଡର ବିସ୍ଫୋରଣ ଘଟି ଭୁଶୁଡ଼ିଲା କୋଠା । କୋଠା ତଳେ ଦବିଯାଇ ୮ ମୃତ, ୭ ଜଣ ଗୁରୁତର । ଏହି ବିସ୍ଫୋରଣରେ ୧୫ ଜଣରୁ ଅଧିକ ଲୋକ ଫସି ଯାଇଥିବା ସୂଚନା ମିଳିଥିଲା । ଗାଁ ଲୋକେ ବହୁ କଷ୍ଟରେ ସେମାନଙ୍କୁ ବାହାର କରିଛନ୍ତି । ଗାଁ ଲୋକଙ୍କ ସାହାଯ୍ୟରେ ଉଦ୍ଧାର କରାଯାଇଥିବା ଲୋକଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦିଆଯାଇଥିଲା । ହେଲେ ସେଥିମଧ୍ୟରୁ ୮ ଜଣ ଜୀବନ ଚାଲି ଯାଇଥିବା ବେଳେ ୭ ଜଣ ଗୁରୁତର ଆହତ ଅଛନ୍ତି ।

Advertisment

ବଜିରଗଞ୍ଜ ଥାନା ଅଞ୍ଚଳର ଠଠେର ପୁରୱା ଅଞ୍ଚଳରେ ଏହି ଅଘଟଣ ଘଟିଛି । ଦେଖଦେଖୁ ଅଚାନକ୍ ଏକ କୋଠାରେ ବିସ୍ଫୋରଣ ଘଟିଥିଲା । ଫଳରେ ଦୁଇ ମହଲା କୋଠା ଭୁଠୁଡ଼ି ପଡ଼ିଲା । ଗ୍ୟାସ ସିଲିଣ୍ଡର ବ୍ଲାଷ୍ଟ ପାଇଁ ଏହି ଅଘଟଣ ହୋଇଥିବା ପୋଲିସ ସୂଚନା ଦେଇଛି । ଏହି ବିସ୍ଫୋରଣରେ ଦୁଇ ଜଣ ପୁରଷ, ଦୁଇ ଜଣ ମହିଳା ଓ ୪ ଜଣ ଶିଶୁ ମଙ୍କର ମୃତ୍ୟୁ ହୋଇଛି । ଏବେ ଘଟଣାସ୍ଥଳରେ ପହଞ୍ଚି ପୋଲିସ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । କୋଠା ତଳେ ଆଉ ଲୋକେ ଦବି ରହିଥିବା ଆଶଙ୍କା କରାଯାଉଛି ।

Advertisment

ବିସ୍ଫୋରଣ ହୋଇଥିବା କୋଠା ମାଲିକ ପାଖରେ ବାଣ ତିଆରି ଲାଇସେନ୍ସ ଥିବା କୁହାଯାଉଛି । ଏପରିସ୍ଥଳେ ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଦେଇଛି ଏବଂ ବିସ୍ଫୋରଣର କାରଣ ଖୋଜୁଛି । ତେବେ ବର୍ତ୍ତମାନ ଅଘଟଣର କାରଣ ସିଲିଣ୍ଡର ବିସ୍ଫୋରଣ ବୋଲି କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ