Advertisment

କରୋନା ଭ୍ୟାକସିନ ନେବା ସମୟରେ ଏମିତି ନାଟକ କଲେ ଯୁବତୀ, ରାଗି ଯାଇ ଡାକ୍ତର କହିଲେ-'ଚାଲି ଯାଅ'

ଭାରତରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି. ଗତ କିଛିଦିନ ହେବ ଲଗାତାର ଭାବେ ଦେଶରେ ୩ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି. ଆଜି ବି ୩ ଲକ୍ଷ ଉପରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କରୋନାଠୁ ନିଜକୁ…

ଅଦ୍ୟତନ ହୋଇଛି
କରୋନା ଭ୍ୟାକସିନ ନେବା ସମୟରେ ଏମିତି ନାଟକ କଲେ ଯୁବତୀ, ରାଗି ଯାଇ ଡାକ୍ତର କହିଲେ-'ଚାଲି ଯାଅ'

COVID Vaccination

Advertisment

ଭାରତରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି. ଗତ କିଛିଦିନ ହେବ ଲଗାତାର ଭାବେ ଦେଶରେ ୩ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି. ଆଜି ବି ୩ ଲକ୍ଷ ଉପରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କରୋନାଠୁ ନିଜକୁ ବଞ୍ଚାଇବା ପାଇଁ ଲୋକମାନେ ଭ୍ୟାକସିନ ନେଉଛନ୍ତି। ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ କରୋନା ଟିକାକରଣ ପରେ ଏବେ ୧୮ ବର୍ଷରୁ ଅଧିକ ଲୋକଙ୍କୁ ଟିକାକରଣ କରାଯାଉଛି। ଏସବୁ ଭିତରେ ଇଞ୍ଜେକ୍ସନ ନେବା ପାଇଁ ଡରୁଥିବା ଲୋକଙ୍କ ଭିଡିଓ ସାମ୍ନାକୁ ଆସିଛି। ଜଣେ ଯୁବତୀ ଭ୍ୟାକସିନ ନେବା ପାଇଁ ଏମିତି ନାଟକ କରିଥିଲେ, ଡାକ୍ତର ମଧ୍ୟ ରାଗି ଯାଇଥିଲେ। ଯୁବତୀ ଜଣକ ବାରମ୍ବାର ମମି ମମି ବୋଲି ଚିତ୍କାର କରିବାସହ ସେଠାରୁ ପଳାଇ ଯିବା ପାଇଁ ଚେଷ୍ଟା କରୁଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

Advertisment

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି, ଯୁବତୀ ଜଣଙ୍କ ଚେୟାର ଉପରେ ବସିଛନ୍ତି। ଏହି ସମୟରେ ଡାକ୍ତର ହାତରେ ଇଞ୍ଜେକ୍ସନ ଧରି  ତାଙ୍କ ନିକଟକୁ ଆସିଥିଲେ। ଇଞ୍ଜେକ୍ସନ ଦେଖି ସମ୍ପୃକ୍ତ ଯୁବତୀ ଡରି ଯାଇ ଗୋଟିଏ ମିନିଟ ଗୋଟିଏ ମିନିଟ ରୁହନ୍ତୁ ବୋଲି ଡାକ୍ତରଙ୍କୁ କହିଥିଲେ। ନର୍ସ ଆସି ତାଙ୍କୁ ଧରିଥିଲେ। ଏହାପରେ ଯୁବତୀ ଜଣକ ମମି ମମି ବୋଲି ଚିତ୍କାର କରିଥିଲେ। ଏଥିରେ ରାଗିଯାଇ ଚାଲି ଯିବାକୁ ଡାକ୍ତର ତାଙ୍କୁ କହିଥିଲେ. ଏହାପରେ ସେ ଡାକ୍ତରଙ୍କୁ ଭ୍ୟାକସିନ ଲଗାଇବା ଲାଗି କହିଥିଲେ। ଡାକ୍ତର ଯେମିତି ତାଙ୍କୁ ଇଞ୍ଜେକ୍ସନ ଲଗାଇଥିଲେ, ଯୁବତୀ ଜଣକ କହିଥିଲେ, ‘ମମି ତ ଡାକିପାରିବି’। ଏହାଶୁଣି ଡାକ୍ତର କହିଥିଲେ, ‘କିଛି କୁହ ନାହିଁ, ଆରାମରେ ବସ’। ଭ୍ୟାକସିନ ଲଗାଇ ସାରିବା ପରେ ରାଗି ଯାଇ ଡାକ୍ତର କହିଥିଲେ, ଚାଲି ଯାଅ।

Advertisment


ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ ୫୭ ହଜାର ୨୨୯ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ସେହିପରି ୨୪ ଘଣ୍ଟା ମଧ୍ୟରେ ୩୪୪୯ ଲୋକଙ୍କର ଜୀବନ ନେଇଛି କରୋନା । ସେହିପରି ସୋମବାର ଦିନ ୨.୯୯ ଲକ୍ଷ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ