Advertisment

ଏଣିକି ପ୍ରଥମ ଡୋଜ୍‌ ଟିକା ନେବାର ଏତିକି ଦିନ ପରେ ମିଳିବ ଦ୍ୱିତୀୟ ଡୋଜ୍‌

କରୋନା ଟିକାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବଡ଼ ଘୋଷଣା। ଏଣିକି କୋଭିସିଲ୍ଡ ଟିକା ଡୋଜ୍ ମଧ୍ୟରେ ବ୍ୟବଧାନ ଅବଧି ବଢ଼ିଲା। ପ୍ରଥମ ଡୋଜର ୧୨ରୁ ୧୬ ସପ୍ତାହ ପରେ ୨ୟ ଡୋଜ୍ ଦିଆଯିବ ବୋଲି ସୂଚନା ମିଳିଛି । ୬ରୁ ୮ ସପ୍ତାହ ବଦଳରେ ଏଣିକି ୧୨ରୁ ୧୬ ସପ୍ତାହ ପରେ ମିଳିବ କରୋନା ଟିକା

ଅଦ୍ୟତନ ହୋଇଛି
ଏଣିକି ପ୍ରଥମ ଡୋଜ୍‌ ଟିକା ନେବାର ଏତିକି ଦିନ ପରେ ମିଳିବ ଦ୍ୱିତୀୟ ଡୋଜ୍‌

COVISHIELD

Advertisment

ନୂଆଦିଲ୍ଲୀ: କରୋନା ଟିକାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବଡ଼ ଘୋଷଣା। ଏଣିକି କୋଭିସିଲ୍ଡ ଟିକା ଡୋଜ୍ ମଧ୍ୟରେ ବ୍ୟବଧାନ ଅବଧି ବଢ଼ିଲା। ପ୍ରଥମ ଡୋଜର ୧୨ରୁ ୧୬ ସପ୍ତାହ ପରେ ୨ୟ ଡୋଜ୍ ଦିଆଯିବ ବୋଲି ସୂଚନା ମିଳିଛି । ୬ରୁ ୮ ସପ୍ତାହ ବଦଳରେ ଏଣିକି ୧୨ରୁ ୧୬ ସପ୍ତାହ ପରେ ମିଳିବ କରୋନା ଟିକା। ବ୍ୟବଧାନ ଅବଧି ବଢ଼ିଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି। ସେ କହିଛନ୍ତି ବିଶେଷଜ୍ଞଙ୍କ ସୁପାରିଶ ପରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

Advertisment

ତେବେ ମେ ୧୨ ତାରିଖରେ ଟିକାର ଡ଼ୋଜକୁ ନେଇ ସମୟ ପରିବର୍ତ୍ତନ କରିଥିଲା କେନ୍ଦ୍ର।  କୋଭିଶିଲଡ ଟିକାର ଦ୍ୱିତୀୟ ଡୋଜ ନେବାପାଇଁ ସମୟ ବ୍ୟବଧାନରେ ପରିବର୍ତ୍ତନ ହୋଇଥିଲା। ପୂର୍ବରୁ ପ୍ରଥମ ଡୋଜ ଟିକା ନେବାର ୪ ସପ୍ତାହ ଅର୍ଥାତ ୨୮ ଦିନ ପରେ ଦ୍ୱିତୀୟ ଡୋଜ ନେବାକୁ ଧାର୍ଯ୍ୟ ହୋଇଥିଲା। ପରେ ଦ୍ୱିତୀୟ ଡୋଜ ପାଇଁ ସମୟ ବ୍ୟବଧାନରେ ପରିବର୍ତ୍ତନ କରଯାଇ ଏହାକୁ ୬ ସପ୍ତାହ ବା ୪୨ ଦିନ କରାଯାଇଥିଲା ଅର୍ଥାତ ଜୋଭିସିଲ୍ଡ ଟିକାର ପ୍ରଥମ ଡୋଜ ନେବାର ୪୨ ଦିନ ପରେ ଦ୍ୱିତୀୟ ଡୋଜ ଦିଆଯିବା ନେଇ ନିଷ୍ପତ୍ତି ହୋଇଥିଲା।  କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏହି ପରିବର୍ତ୍ତନ କରିଥିଲା। ହେଲେ ଆଜି ଏହି ନିୟମକୁ ପୁଣି ପରିବର୍ତ୍ତନ କରିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ