pm modi
Advertisment
ନୂଆଦିଲ୍ଲୀ: ଜାପାନର ଓସାକାରେ ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶଂସା କରିଛନ୍ତି।
Advertisment
ଟ୍ରମ୍ପ କହିଛନ୍ତି,“ ମୋଦି ମୋର ଭଲ ବନ୍ଧୁ। ଆଗରୁ କେବେ ଦୁଇ ଦେଶ ମଧ୍ୟରେ ସଂପର୍କ ଏତେ ନିବିଡ଼ ନ ଥିଲା। ଏବେ ଆମ ସଂପର୍କରେ ବହୁ ସୁଧାର ଆସିଛି। ଆମେ ସାମରିକ କ୍ଷେତ୍ରରେ ମିଳି ମିଶି କାମ କରିବୁ।”
ଏହାସହ ସାଧାରଣ ନିର୍ବାଚନରେ ମୋଦିଙ୍କ ବିଜୟକୁ ନେଇ ଟ୍ରମ୍ପ ଶୁଭେଚ୍ଛା ଜଣାଇଛନ୍ତି। ଭାରତରେ ମୋଦିଙ୍କ ଲୋକପ୍ରିୟତା ଦେଶବାସୀଙ୍କୁ ବାନ୍ଧି ରଖିଛି ବୋଲି ଟ୍ରମ୍ପ କହିଛନ୍ତି। ଏଥିସହ ମୋଦି-ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି।
Advertisment
ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବେଶ୍ ଫଳପ୍ରଦ ହୋଇଛି ବୋଲି କୁହାଯାଉଛି। ଇରାନ ପ୍ରସଙ୍ଗ, 5G ନେଟ୍ୱାର୍କ, ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼, ଡିଫେନ୍ସ ଡିଲ୍ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏହାସହ ଦ୍ୱିପାକ୍ଷିକ ଆଲୋଚନାରେ ମୋଦି ବିଶ୍ୱରେ ଶାନ୍ତି ପ୍ରତିଷ୍ଠା, ଆତଙ୍କବାଦ ମୂଳଉତ୍ପାଟନ ଉପରେ ଗୁରୁତ୍ୱ ଦେଇଛନ୍ତି।
ଗତକାଲି ଟ୍ରମ୍ପ, ମୋଦିଙ୍କୁ ଭେଟିବା ପୂର୍ବରୁ ଭାରତ ଲଗାଇଥିବା ଉତ୍ପାଦ ଶୁଳ୍କ ହ୍ରାସ ନେଇ ଟ୍ୱିଟ୍ କରିଥିଲେ। ଟ୍ରମ୍ପଙ୍କ ଏଭଳି ଆଭିମୁଖ୍ୟକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା।
Advertisment
ପ୍ରଧାନମନ୍ତ୍ରୀ ମୋଦି ସାଉଦି ଆରବ ପ୍ରିନ୍ସ ମହମ୍ମଦ୍ ବିନ୍ ସଲମାନ,ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜ ଇନ୍ଙ୍କ ସହ ବି ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/pm-modi-1_1626080390.jpg)