Advertisment

୨ ମାସର ଝିଅ ପାଇଁ ଜହ୍ନ ରାଇଜରେ ଜାଗା କିଣିଲେ ବାପା

ସୁରତ: ଘରକୁ ଲକ୍ଷ୍ନୀ ଆସିବା ଖୁସିରେ ଅର୍ଥାତ୍‌ ଝିଅ ଜନ୍ମ ହେବା ଖୁସିରେ ଆତ୍ମବିଭୋର ହୋଇ ଦୁଇ ମାସର ଝିଅକୁ ଉପହାର ଦେବା ପାଇଁ ଜହ୍ନ ରାଇଜରେ ଜାଗା କିଣିଲେ ବାପା। ଜାତୀୟ ଗଣମାଧ୍ୟମ ସଂସ୍ଥା Aaj Takର ଏକ ରିପୋର୍ଟ ଅନୁସାରେ, ଗୁଜରାଟ ସୁରତର ସରଥାଣା ଅଞ୍ଚଳରେ ରହୁଥିବା ବ୍ୟବସାୟୀ ବିଜୟ କଥୋରିୟା ନିଜ ୨ ମାସର ଝିଅ ନିତ୍ୟାଙ୍କ ପାଇଁ ଜହ୍ନରେ ଜାଗା କିଣିଛନ୍ତି। ଜହ୍ନରେ ଜାଗା କିଣିବା ପାଇଁ ସେ ନ୍ୟୁୟର୍କ ଇଣ୍ଟରନ୍ୟାସନାଲ୍‌ […]

୨ ମାସର ଝିଅ ପାଇଁ ଜହ୍ନ ରାଇଜରେ ଜାଗା କିଣିଲେ ବାପା

business man

Advertisment

ସୁରତ: ଘରକୁ ଲକ୍ଷ୍ନୀ ଆସିବା ଖୁସିରେ ଅର୍ଥାତ୍‌ ଝିଅ ଜନ୍ମ ହେବା ଖୁସିରେ ଆତ୍ମବିଭୋର ହୋଇ ଦୁଇ ମାସର ଝିଅକୁ ଉପହାର ଦେବା ପାଇଁ ଜହ୍ନ ରାଇଜରେ ଜାଗା କିଣିଲେ ବାପା। ଜାତୀୟ ଗଣମାଧ୍ୟମ ସଂସ୍ଥା Aaj Takର ଏକ ରିପୋର୍ଟ ଅନୁସାରେ, ଗୁଜରାଟ ସୁରତର ସରଥାଣା ଅଞ୍ଚଳରେ ରହୁଥିବା ବ୍ୟବସାୟୀ ବିଜୟ କଥୋରିୟା ନିଜ ୨ ମାସର ଝିଅ ନିତ୍ୟାଙ୍କ ପାଇଁ ଜହ୍ନରେ ଜାଗା କିଣିଛନ୍ତି। ଜହ୍ନରେ ଜାଗା କିଣିବା ପାଇଁ ସେ ନ୍ୟୁୟର୍କ ଇଣ୍ଟରନ୍ୟାସନାଲ୍‌ ଲୁନାର୍‌ ଲ୍ୟାଣ୍ଡ୍‌ ରେଜିଷ୍ଟ୍ରି କମ୍ପାନୀକୁ ଇ-ମେଲ୍ ‌ପଠାଇଥିଲେ ଓ ତାଙ୍କର ଏହି ଆବେଦନକୁ କମ୍ପାନୀ ଗ୍ରହଣ କରିଥିଲା।

Advertisment

ଝିଅ ଜନ୍ମ ହେବାପରେ ବିଜୟ ସେହି ସମୟରେ ଭାବି ନେଇଥିଲେ ଯେ, ଝିଅକୁ କିଛି ଖାସ୍ ଉପହାର ଦେବେ। ଏହାପରେ ଝିଅକୁ ଏମିତି ଏକ ଖାସ୍‌ ଉପହାର ଦେବା କଥା ସେ ଯୋଜନା କରିଥିଲେ। ହେଲେ ତାଙ୍କର ଏହି ଉପହାର ଅନ୍ୟ ଉପହାରଠୁ ଖାସ୍‌ ଓ ଭିନ୍ନ ଥିଲା। ଏହାପରେ ବିଜୟ, ନ୍ୟୁୟର୍କ ଇଣ୍ଟରନ୍ୟାସନାଲ୍‌ ଲୁନାର୍‌ ଲ୍ୟାଣ୍ଡ୍‌ ରେଜିଷ୍ଟ୍ରି ନାମକ କମ୍ପାନୀ ସହ ଯୋଗାଯୋଗ କରିଥିଲେ। ଜହ୍ନରେ ୧ ଏକର ଜମି କିଣିବା ପାଇଁ ମାର୍ଚ୍ଚ ୧୩ରେ ସେ ଅନ୍‌ଲାଇନ୍‌ରେ ଆବେଦନ କରିଥିଲେ ଓ କମ୍ପାନୀ ପକ୍ଷରୁ ଏହାକୁ ଗ୍ରହଣ କରାଯାଇଥିଲା। କମ୍ପାନୀ ସବୁ କାଗଜପତ୍ର କାମ ସମ୍ପୂର୍ଣ୍ଣ କରିବା ପରେ ଜହ୍ନରେ ଜାଗା କିଣିବା ପାଇଁ ମଞ୍ଜୁରୀ ଦେଇଥିଲେ ଓ ଏନେଇ କମ୍ପାନୀ ପକ୍ଷରୁ ବିଜୟଙ୍କୁ ଇ-ମେଲ୍ ପଠା‌ ଯାଇଥିଲା।

moon

ସୂଚନାଥାଉ କି, ବିଜୟ କଥୋରିୟା ହେଉଛନ୍ତି ପ୍ରଥମ ବ୍ୟବସାୟୀ, ଯିଏକି ଜହ୍ନରେ ଜାଗା କିଣିଛନ୍ତି। ଆଉ ନିତ୍ୟା ହେଉଛନ୍ତି ସବୁଠାରୁ କମ୍‌ ବୟସର ଝିଅ, ଯାହାଙ୍କ ନାଁରେ ଜହ୍ନରେ ଜାଗା କିଣା ଯାଇଛି।

Advertisment

ଏଠି କହିରଖିବୁ, ଜହ୍ନରେ ଜମି କିଣି ହେବ ନାହିଁ । ୧୯୬୭ ମସିହାରେ ସୋଭିଏତ ଋଷ, ଆମେରିକା ଓ ଇଂଲଣ୍ଡ ଏକ ଅନ୍ତର୍ଜାତୀୟ ଚୁକ୍ତି କରିଛନ୍ତି । ଏହି ଚୁକ୍ତିରେ ଭାରତ ସମେତ ୧୦୯ଟି ଦେଶ ସ୍ୱାକ୍ଷର କରିଛନ୍ତି । ଏହି ଚୁକ୍ତିରେ ନୂଆ ଢାଞ୍ଚାର ଉପନିବେଶ ପ୍ରତିଦ୍ୱନ୍ଦ୍ୱିତାକୁ ବାରଣ କରାଯାଇଛି । ଏହି ଚୁକ୍ତିର ନାଁ ହେଉଛି ଆଉଟର ସ୍ପେସ ଟ୍ରିଟି । ଏହାର ଲକ୍ଷ୍ୟ ହେଉଛି କେହି ନିଜର ପରାକ୍ରମ ଦେଖାଇବାକୁ ଯାଇ କିଛି କ୍ଷତି କରିବେ ନାହିଁ । ଏହି ଚୁକ୍ତିର ଦ୍ୱିତୀୟ ପରିଚ୍ଛେଦରେ କୁହାଯାଇଛି , କୌଣସି ଦେଶ ଚନ୍ଦ୍ର ସମେତ ବିଭିନ୍ନ ଗ୍ରହ ବା ଉପଗ୍ରହରେ ନିଜର ସାର୍ବଭୌମତ୍ୱ ବା ଆଧିପତ୍ୟ ଜାହିର କରିପାରିବେ ନାହିଁ । ଏହାର ଅର୍ଥ କୌଣସି ବ୍ୟକ୍ତି ବି ଚନ୍ଦ୍ରରେ ମାଲିକାନା ଜାହିର କରିପାରିବେ ନାହିଁ ।

ତେଣୁ ଏହି ସନ୍ଧି ଅନୁସାରେ ଜଣେ ଜହ୍ନରେ ଜମି କିଣିଲେ ବି  ଆଇନଗତ ମାଲିକାନା ମିଳିବ ନାହିଁ । କାରଣ ପୃଥିବୀରୁ ବାହାର ଦୁନିଆ ଉପରେ ପୂରା ମାନବ ଜାତିର ଅଧିକାର ରହିଛି ।

Advertisment

ଚନ୍ଦ୍ରରେ ଅନୁସନ୍ଧାନ, ସେଟେଲମେଣ୍ଟ ଓ ବିକାଶ ପାଇଁ ପାଣ୍ଠି ସଂଗ୍ରହ କରିବାକୁ ଏପରି ସମ୍ପତ୍ତି ଦାବି ପ୍ରଦାନ କରାଯାଉଛି ।
ଜମି କିଣିବା ପାଇଁ ଦିଆଯାଉଥିବା ଅର୍ଥ ଏକ ଏସ୍କ୍ରୋ ଆକାଉଣ୍ଟରେ ରହୁଛି । ଅର୍ଥାତ ଏହା ଏକ ଥାର୍ଡ ପାର୍ଟି ପାଖରେ ରହୁଛି । ଏହି ଆକାଉଣ୍ଟକୁ ସ୍ୱାଧୀନ ଭାବେ ନିର୍ବାଚିତ ବୋର୍ଡ ଅଫ୍ ଗଭର୍ଣ୍ଣର୍ସ ପରିଚାଳନା କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ