Advertisment

ହାତୀଙ୍କ ପିକ୍‌ନିକ୍ ପାର୍ଟି; ଗଳ୍ପ ନୁହେଁ ବାସ୍ତବ

ଭୋପାଳ: ହାତୀପଲ ଆସିଛନ୍ତି ପିକ୍‌ନିକ୍‌ରେ। ଖାଲି ସେତିକି ନୁହେଁ ସେମାନଙ୍କ ପାଇଁ ବିଭିନ୍ନ ପ୍ରକାର ଖାଦ୍ୟ ଓ ପାନୀୟ ସହ ଖେଳକୁଦର ବ୍ୟବସ୍ଥା ମଧ୍ୟ କରାଯାଇଛି। ଆଉ ହାତୀପଲ ବି ବେଶ୍‌ ଖୁସିରେ ମାତିଛନ୍ତି। ପିକନିକ୍‌କୁ ଭରୂପର ଉପଭୋଗ କରୁଛନ୍ତି। ଏ ଏକ ଗଳ୍ପ ନୁହେଁ ସତ। ଏମିତି ଘଟଣା ଘଟିଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା କାହ୍ନା ଜାତୀୟ ଉଦ୍ୟାନରେ। ହାତୀପଲଙ୍କୁ ଖୋଲା ପଡ଼ିଆରେ ଏକ ତମ୍ବୁ ପକାଇ ରଖାଯାଇଛି। ହାତୀପଲଙ୍କୁ ସେମାନଙ୍କ ଶାବକମାନଙ୍କ ସହ ବୁଲିବା […]

ହାତୀଙ୍କ ପିକ୍‌ନିକ୍ ପାର୍ଟି; ଗଳ୍ପ ନୁହେଁ ବାସ୍ତବ

vlcsnap-error508

Advertisment

ଭୋପାଳ: ହାତୀପଲ ଆସିଛନ୍ତି ପିକ୍‌ନିକ୍‌ରେ। ଖାଲି ସେତିକି ନୁହେଁ ସେମାନଙ୍କ ପାଇଁ ବିଭିନ୍ନ ପ୍ରକାର ଖାଦ୍ୟ ଓ ପାନୀୟ ସହ ଖେଳକୁଦର ବ୍ୟବସ୍ଥା ମଧ୍ୟ କରାଯାଇଛି। ଆଉ ହାତୀପଲ ବି ବେଶ୍‌ ଖୁସିରେ ମାତିଛନ୍ତି। ପିକନିକ୍‌କୁ ଭରୂପର ଉପଭୋଗ କରୁଛନ୍ତି। ଏ ଏକ ଗଳ୍ପ ନୁହେଁ ସତ।

Advertisment

ଏମିତି ଘଟଣା ଘଟିଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା କାହ୍ନା ଜାତୀୟ ଉଦ୍ୟାନରେ। ହାତୀପଲଙ୍କୁ ଖୋଲା ପଡ଼ିଆରେ ଏକ ତମ୍ବୁ ପକାଇ ରଖାଯାଇଛି। ହାତୀପଲଙ୍କୁ ସେମାନଙ୍କ ଶାବକମାନଙ୍କ ସହ ବୁଲିବା ଓ ଖେଳିବା ପାଇଁ ଖୋଲା ପଡ଼ିଆରେ ଛାଡ଼ି ଦିଆଯାଇଛି।

ମଧ୍ୟପ୍ରଦେଶ ସ୍ଥିତ କାହ୍ନା ଜାତୀୟ ପାର୍କରେ ପ୍ରତ୍ୟେକ ବର୍ଷ ହାତୀଙ୍କ ପାଇଁ ଏଭଳି ବ୍ୟବସ୍ଥା କରାଯାଇଥିଏ। ଚଳିତବର୍ଷ ଏହି ପିକ୍‌ନିକ୍ ୭ ଦିନ ପାଇଁ ଚାଲିବ। ପିକ୍‌ନିକ୍ ବେଳେ ହାତୀଙ୍କୁ ବିଶେଷ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦିଆଯିବ। ଏହା ମଧ୍ୟରେ ହାତୀପଲଙ୍କୁ ମସାଜ୍‌ ଦେବା ସହ ୨୪ ଘଣ୍ଟିଆ ସୁରକ୍ଷା ପାଇଁ ଏକ ଡାକ୍ତରୀ ଟିମ୍ ମଧ୍ୟ ରହିଛନ୍ତି।

Advertisment

ମନୁଷ୍ୟ ଓ ପଶୁ ମଧ୍ୟରେ ସମ୍ପର୍କର ଏ ଏକ ଅଦ୍ଭୁତପୂର୍ବ ନିଦର୍ଶନ। ଏଥିପାଇଁ କାହ୍ନା ଜାତୀୟ ଉଦ୍ୟାନରେ ହାତୀପଲଙ୍କ ଏହି ପିକ୍‌ନିକ୍‌କୁ ଉପଭୋଗ କରିବା ପାଇଁ ଏବେ ଉଦ୍ୟାନକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ