indonesia
ଇଣ୍ଡୋନେସିଆ : ଇଣ୍ଡୋନେସିଆ ବାଲିରେ ପ୍ରଦାନ କରାଯାଇଛି ଦ୍ୱିତୀୟ ଭୂମିରତ୍ନ ଆନ୍ତର୍ଜାତିକ ସମ୍ମାନ। ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ସମାଜରେ ବିଭିନ୍ନ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ୮ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ଏବଂ ୪ ଜଣ ବ୍ୟକ୍ତି ବିଶେଷଙ୍କୁ ବିଶ୍ୱ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଛି।
ଏଥିରେ ଯୁବ ଉଦ୍ୟୋଗୀ ଅମରେନ୍ଦ୍ର ସାହୁ, ସଂଜୟ ଦାସ ଏବଂ ତରନଜିତ ସିଂହ ପ୍ରମୁଖଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଉତ୍ସବରେ ଓଡ଼ିଶା ସରକାରୀ ଦଳ ମୁଖ୍ୟ ସଚେତକ ସଚେତକ ଅମର ପ୍ରସାଦ ଶତପଥୀ ଯୋଗ ଦେଇଥିଲେ।
ଏହି ଅବସରରେ ବାଲି ରାଜା ଇଡା ଡାଲେମ ସ୍ମରପୁତ୍ର , ଇଣ୍ଡୋନେସିଆ କିଂଗ ଆସୋସିଏସନ ପ୍ରତିଷ୍ଠାତା ପି. ନାଟାଡିଗୁନା, ଜାଭାର ରାଣୀ ପ୍ରମୁଖ ଉପସ୍ଥିତ ଥିଲେ। ପୁରସ୍କାର ପ୍ରଦାନ ଉତ୍ସବରେ ଦୁଇ ଦେଶର ସଂସ୍କୃତିକୁ ନେଇ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/indonesia_1626421544.jpg)