s
ନୂଆଦିଲ୍ଲୀ: ଭାରତରେ ରୁଷର କୋଭିଡ ଟିକା ସ୍ପୁଟନିକ୍-ଭିର ପରୀକ୍ଷଣ ପାଇଁ ଅନୁମତି ମିଳିଲା। ଫାର୍ମା କମ୍ପାନୀ ଡକ୍ଟର ରେଡ୍ଡୀକୁ ଅନୁମତି ଦେଇଛନ୍ତି ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ ଅଫ୍ ଇଣ୍ଡିଆ।
ପ୍ରଥମ ପ୍ରସ୍ତାବକୁ ଖାରଜ କରିବା ପରେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ପାଇଁ ଡକ୍ଟର ରେଡ୍ଡୀକୁ DCGI ଲାବୋରାଟୋରୀ ଅନୁମତି ଦେଇଛନ୍ତି। ଏ ସଂପର୍କରେ ଡକ୍ଟର ରେଡ୍ଡୀ ଏବଂ ରସିଆନ୍ ଡାଇରେକ୍ଟ ଇନ୍ଭେଷ୍ଟମେଣ୍ଟ ଫଣ୍ଡ (RDIF) ପକ୍ଷରୁ ଏକ ମିଳିତ ବିବୃତି ଜାରି କରାଯାଇଛି।
ରୁଷରେ ଅଳ୍ପ ସଂଖ୍ୟକ ଲୋକଙ୍କ ଶରୀରରେ ସ୍ପୁଟନିକ୍-ଭିର ପରୀକ୍ଷଣ କରାଯାଇଥିଲା। ଯେହେତୁ ଭାରତରେ ଅଧିକ ସଂଖ୍ୟକ ଲୋକଙ୍କ ଶରୀରରେ ଏହାର ପରୀକ୍ଷଣ ପାଇଁ ଅନୁମତି ମଗାଯାଇଥିଲା, ତା’ଉପରେ ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ ଇଣ୍ଡିଆ-DCGI ପକ୍ଷରୁ ପ୍ରଶ୍ନ ଉଠାଯାଇଥିଲା। ବର୍ତ୍ତମାନ ୪୦ ହଜାର ଲୋକଙ୍କ ଶରୀରରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s-1_1625216208.jpg)