Advertisment

ରୋଗୀ ଚିକିତ୍ସା ପାଇଁ ଡାକ୍ତରଙ୍କ ନିଆରା ପଦକ୍ଷେପ, ୟୁଜର୍ସ କହିଲେ...

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି। ଏନେଇ ଲକ୍‌ଡାଉନ୍‌ ଜାରି କରାଯାଇଛି। ଗୋଟେ ପଟେ କରୋନା ଭାଇରସଠୁ ରକ୍ଷା ପାଇବା ପାଇଁ ଲୋକମାନେ ଘରେ ରହୁଥିବାବେଳେ, ଅନ୍ୟପଟେ ଡାକ୍ତର ନିଜ ପରିବାରକୁ ଛାଡ଼ି ଏହି ଭାଇରସ ସହିତ ଲଢ଼େଇ କରୁଛନ୍ତି। ଏଭଳି ପରିସ୍ଥିତିରେ  ସୋସିଆଲ ମିଡିଆରେ ଏକ ଡାକ୍ତରଙ୍କ ଭିଡିଓ ଖୁବ୍‌ ଜୋରରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଡାକ୍ତର ବିନା ପିପିଇ କିଟ୍‌ରେ ରୋଗୀର ଚିକିତ୍ସା କରୁଛନ୍ତି। ନିଜର ଷ୍ଟେଥୋସ୍କୋପ୍ ତାରକୁ […]

ଅଦ୍ୟତନ ହୋଇଛି
ରୋଗୀ ଚିକିତ୍ସା ପାଇଁ ଡାକ୍ତରଙ୍କ ନିଆରା ପଦକ୍ଷେପ, ୟୁଜର୍ସ କହିଲେ...

docter

Advertisment

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି। ଏନେଇ ଲକ୍‌ଡାଉନ୍‌ ଜାରି କରାଯାଇଛି। ଗୋଟେ ପଟେ କରୋନା ଭାଇରସଠୁ ରକ୍ଷା ପାଇବା ପାଇଁ ଲୋକମାନେ ଘରେ ରହୁଥିବାବେଳେ, ଅନ୍ୟପଟେ ଡାକ୍ତର ନିଜ ପରିବାରକୁ ଛାଡ଼ି ଏହି ଭାଇରସ ସହିତ ଲଢ଼େଇ କରୁଛନ୍ତି। ଏଭଳି ପରିସ୍ଥିତିରେ  ସୋସିଆଲ ମିଡିଆରେ ଏକ ଡାକ୍ତରଙ୍କ ଭିଡିଓ ଖୁବ୍‌ ଜୋରରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଡାକ୍ତର ବିନା ପିପିଇ କିଟ୍‌ରେ ରୋଗୀର ଚିକିତ୍ସା କରୁଛନ୍ତି। ନିଜର ଷ୍ଟେଥୋସ୍କୋପ୍ ତାରକୁ ଲମ୍ୱା କରି ରୋଗୀକୁ ଦୂରରେ ବସାଇ ତାଙ୍କର ଚିକିତ୍ସା କରୁଛନ୍ତି।

Advertisment

ଏଭଳି ଭିଡିଓକୁ ଦେଖିବା ପରେ ଆପଣଙ୍କୁ ହସ ଲାଗୁଥିବ। କିନ୍ତୁ ବାସ୍ତବରେ ଆଗଧାଡ଼ିର ଡାକ୍ତରମାନେ କୋଭିଡ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କରୋନା ଯୁଦ୍ଧରେ ପ୍ରାଣ ହରାଉଛନ୍ତି। ସେଥିପାଇଁ ଡାକ୍ତର ଜଣଙ୍କ କ୍ଲିନିକରେ ଏକ ନିଆରା ଢ଼ଙ୍ଗରେ ବିନା ପିପିଇ କିଟ୍‌ରେ ରୋଗୀଙ୍କ ଚିକିତ୍ସା କରୁଛନ୍ତି।

Advertisment

ଭିଡିଓରେ ଦେଖିବାକୁ ମିଳିଛି ଯେ ଡାକ୍ତର ଜଣଙ୍କ କ୍ଲିନିକରେ ରୋଗୀଙ୍କ ଠାରୁ ବହୁତ ଦୂରରେ ବସିଛନ୍ତି। ରୋଗୀଙ୍କୁ ଏକ ଶର୍ଯ୍ୟାର ଅନ୍ୟ ପାର୍ଶ୍ୱରେ ବସାଇଛନ୍ତି। ଡାକ୍ତର ଷ୍ଟେଥୋସ୍କୋପ୍ ତାରକୁ ଲମ୍ୱା କରିଛନ୍ତି। ପରେ ଡାକ୍ତର ସେହି ରୋଗୀଙ୍କୁ ଷ୍ଟେଥୋସ୍କୋପ୍‌ ଦେଇ ଛାତି ଓ ପିଠିରେ ଲଗାଇବାକୁ କହି ତାଙ୍କ ହୃଦସ୍ପନ୍ଦନକୁ ଶୁଣୁଛନ୍ତି। ରୋଗୀ ଦୂରରୁ ଥାଇ ତା’ର ସମସ୍ୟା ବିଷୟରେ କାହୁଛି। ଟ୍ୱିଟରରେ ୟୁଜରମାନେ ଏହି ଡାକ୍ତରଙ୍କୁ 'ଡକ୍ଟର ଅଫ୍ ଦି ଇୟର' ବୋଲି ଘୋଷଣା କରିଛନ୍ତି।

ଏହି ଭିଡିଓଟି ୨୭ ଜୁଲାଇରେ ଶେୟାର କରାଯାଇଛି। ଭିଡିଓକୁ ଦେଖି ୟୁଜରମାନେ ନିଜର ପ୍ରତିକ୍ରିୟା ଦେଉଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ