Advertisment

କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ସାରାଦେଶରେ କରୋନା ସଂକ୍ରମଣ ଯେଭଳି ଭାବରେ ବୃଦ୍ଧି ପାଉଛି ତାକୁ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି। କିଛିଦିନ ହେବ ଲଗାତାର ଭାବେ ପ୍ରତ୍ୟେକ ଦିନ ୩ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ଯାହା…

ଅଦ୍ୟତନ ହୋଇଛି
କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ଆତ୍ମହତ୍ୟା

doctor suicide

Advertisment

ନୂଆଦିଲ୍ଲୀ: ସାରାଦେଶରେ କରୋନା ସଂକ୍ରମଣ ଯେଭଳି ଭାବରେ ବୃଦ୍ଧି ପାଉଛି ତାକୁ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି। କିଛିଦିନ ହେବ ଲଗାତାର ଭାବେ ପ୍ରତ୍ୟେକ ଦିନ ୩ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି। ଯାହା ଆହୁରି ଚିନ୍ତା ବଢ଼ାଇଛି। ଏସବୁ ଭିତରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲର ଜଣେ ରେସିଡେଣ୍ଟ ଡାକ୍ତର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତ ଡାକ୍ତରଙ୍କ ନାଁ ବିବେକ ରାୟ। Indian Medical Association (IMA)ର ପୂର୍ବତନ ମୁଖ୍ୟ ଡାକ୍ତର ରବି ୱାଖେଣ୍ଡକର କହିଛନ୍ତି, କରୋନାର ଦ୍ୱିତୀୟ ଲହରକୁ ନେଇ ଡାକ୍ତର ବିବେକ ଅଧିକ ଚିନ୍ତିତ ଥିଲେ। ଯାହାକୁ ନେଇ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ଜଣାପଡିଛି।

Advertisment

ଡାକ୍ତର ରବି ୱାଖେଣ୍ଡକର କହିଛନ୍ତି, ସେ(ଡାକ୍ତର ବିବେକ ରାୟ) ଜଣେ ବହୁତ ଭଲ ଡାକ୍ତର ଥିଲେ ମହାମାରୀ ସମୟରେ ଉତ୍ତରପ୍ରଦେଶ ଗୋରଖପୁରର ଡାକ୍ତର ବିବେକ ଅନେକଙ୍କ ଜୀବନ ବଞ୍ଚାଇଥିଲେଗତ ମାସେ ହେବ ସେ ଉକ୍ତ ପ୍ରାଇଭେଟ ହସ୍ପିଟାଲରେ କରୋନା ରୋଗୀଙ୍କ ଚିକିତ୍ସା କରୁଥିଲେ ସେ ପ୍ରତ୍ୟେକ ଦିନ ୭ରୁ ୮ ଗୁରୁତର ରୋଗୀଙ୍କ ଚିକିତ୍ସା କରୁଥିଲେ ଦିନକୁ ଦିନ  ଅଧିକରୁ ଅଧିକ ଲୋକ ମୃତ୍ୟୁବରଣ କରିବା ନେଇ ସେ ଡିପ୍ରେସନରେ ଥିଲେ ଫଳରେ ସେ ଏଭଳି ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଛି

Advertisment


ସିଲିଂ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ପୋଲିସ ଡାକ୍ତର ବିବେକଙ୍କ ମୃତଦେହ ଉଦ୍ଧାର କରିଛି ଏହାସହ ଏକ ସୁଇସାଇଡ ନୋଟ ମଧ୍ୟ ଜବତ ହୋଇଛି ପୋଲିସ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି

ଗତବର୍ଷ ନଭେମ୍ବରରେ ୩୫ ବର୍ଷୀୟ ବିବେକ ବିବାହ କରିଥିଲେମାଲଭିୟା ନଗରରେ ପତ୍ନୀଙ୍କ ସହ ସେ ରହୁଥିଲେ। ତାଙ୍କ ପତ୍ନୀ ୨ ମାସର ଗର୍ଭବତୀ ଥିବା ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ