Advertisment

ଏଇଠି ରହିଛି ସ୍ୱର୍ଗକୁ ବାଟ

ନୂଆଦିଲ୍ଲୀ: ଆପଣ ଜାଣିଛନ୍ତି କି କେଉଁଠାରେ ରହିଛି ସ୍ୱର୍ଗକୁ ରାସ୍ତା? ହୁଏତ ଏହି ଘଟଣା ସମ୍ପର୍କରେ ଆପଣ ଶୁଣିଥିବେ କିନ୍ତୁ ଆଜି କେଉଁଠି ସ୍ୱର୍ଗକୁ ରାସ୍ତା ଅଛି ସେ ସମ୍ପର୍କରେ ବିସୃତ ସୂଚନା ମିଳିଛି। ଆମ ବିଶ୍ୱରେ ଅନେକ ଅଜବ ଗଜବ…

ଏଇଠି ରହିଛି ସ୍ୱର୍ଗକୁ ବାଟ

Heaven Hills

Advertisment

ନୂଆଦିଲ୍ଲୀ: ଆପଣ ଜାଣିଛନ୍ତି କି କେଉଁଠାରେ ରହିଛି ସ୍ୱର୍ଗକୁ ରାସ୍ତା? ହୁଏତ ଏହି ଘଟଣା ସମ୍ପର୍କରେ ଆପଣ ଶୁଣିଥିବେ କିନ୍ତୁ ଆଜି କେଉଁଠି ସ୍ୱର୍ଗକୁ ରାସ୍ତା ଅଛି ସେ ସମ୍ପର୍କରେ ବିସୃତ ସୂଚନା ମିଳିଛି। ଆମ ବିଶ୍ୱରେ ଅନେକ ଅଜବ ଗଜବ ସ୍ଥାନ ବି ରହିଛି ଯାହା ବିଷୟରେ ଜାଣିଲେ ଆମେ ସବୁବେଳେ ଆଶ୍ଚର୍ଯ୍ୟ ହେଉଥାଉ। ଆଉ ସେହିଭଳି ଆଶ୍ଚର୍ଯ୍ୟ କରିବ ଏକ ଗୁମ୍ଫାର କାହାଣୀ। ଯାହାକୁ ସ୍ୱର୍ଗକୁ ଦ୍ୱାର ବୋଲି ବି ଲୋକ ବିଶ୍ୱାସ କରୁଛନ୍ତି। ଆଉ ଏହି ଗୁମ୍ଫାଟି ଚାଇନାରେ ରହିଛି।

Advertisment

ସମଗ୍ର ବିଶ୍ୱରେ ରହିଛି ଅନେକ ଅଦ୍ଭୁତ ସ୍ଥାନ। ଯେଉଁ ସ୍ଥାନ ଗୁଡିକ ବିଷୟରେ ଜାଣିବା ପରେ ବି ଆପଣ ଆଶ୍ଚର୍ଯ୍ୟ ହେବେ। କିନ୍ତୁ ଲୋକମାନଙ୍କୁ ଏହା ଅନେକାଂଶରେ ଆକୃଷ୍ଟ କରିଥାଏ। ଏହି ସ୍ଥାନ ଗୁଡିକ ଭିତରୁ କିଛି ସ୍ଥାନକୁ ମଣିଷ ନିଜ ପରିଶ୍ରମରେ ବନାଇଛି। ଅନ୍ୟପଟେ କିଛି ସ୍ଥାନକୁ ପ୍ରକୃତିର ଚମତ୍କାର କହିବା ଭୁଲ୍ ହେବ ନାହିଁ। ସେହିଭଳି ଏକ ସ୍ଥାନ ହେଉଛି ଚୀନର ତିୟାନମେନ ମାଉଣ୍ଟେନ୍। ଏହି ସ୍ଥାନଟି ଏକ ପ୍ରମୁଖ ଟୁରିଷ୍ଟ ଆଟ୍ରାକ୍ସନ୍। ୧୫୧୮ ମିଟର ଉଚ୍ଚ ଏହି ପାହାଡ ଦୁନିଆର ସବୁଠାରୁ ଉଚ୍ଚ ଗୁମ୍ପାର ପରଚିୟ ପାଇଥିଲା। ଏହି ଗୁମ୍ଫାର ସବୁଠାରୁ ମୁଖ୍ୟ ବିଶେଷତ୍ୱ ହେଉଛି, ଏହି ଗୁମ୍ପାକୁ ସ୍ୱର୍ଗର ଦ୍ୱାର ବୋଲି କୁହାଯାଏ।

ଦୀର୍ଘ ବର୍ଷ ପୂର୍ବେ ଏହି ପାହାଡର କିଛି ଅଂଶ ଭାଙ୍ଗି ଯାଇଥିଲା। ଫଳରେ ଏହି ଗୁମ୍ପାର ନିର୍ମାଣ ହୋଇଥିଲା ବୋଲି ଜଣାଯାଏ। ୧୯୬ ଫୁଟ୍ ଲମ୍ବା, ୪୩୧ ଫୁଟ ଉଚ୍ଚ ତଥା ୧୮୭ ଫୁଟ ଚଉଡା ଏହି ଗୁମ୍ଫାକୁ ଦୁନିଆର ଏକ ବିଚିତ୍ର କହିଲେ କିଛି ଭୁଲ୍ ହେବ ନାହିଁ। ପାଖାପାଖି ୫ ହଜାର ଫୁଟ ଉଚ୍ଚତା ହୋଇଥିବା କାରଣରୁ ଏହି ଗୁମ୍ଫା ବାଦଲରେ ଘେରି ହୋଇ ରହିଥାଏ। ସମ୍ଭବତଃ ଏହି କାରଣରୁ ଲୋକମାନେ ଏହାକୁ ସ୍ୱର୍ଗର ଦ୍ୱାର ବୋଲି କହିବା ଆରମ୍ଭ କରିଥିଲେ। ଏଠାକୁ ଯିବା ପାଇଁ ଲୋକମାନେ ରାସ୍ତା ବ୍ୟବହାର କରିବା ସହ କେବଲ ୱେରର ମଧ୍ୟ ବ୍ୟବହାର କରିଥାଆନ୍ତି।

Advertisment

ତେବେ ଦୁନିଆର ସବୁଠାରୁ ଲମ୍ବା ଓ ଉଚ୍ଚତାରେ ନିର୍ମିତ ଏହି କେବଲ୍ ୱେରର ନାମ ଗିନିଜ ବୁକ୍ସ ଅଫ୍ ଓ୍ୱାର୍ଲଡ୍ ରେକର୍ଡରେ ନାମିତ ହୋଇ ସାରିଛି। କେବଲ ୱେର ଓ ସଡକରୁ ଓହ୍ଲାଇବା ପରେ ଲୋକମାନେ ୯୯୯ ସିଡି ଚଢି ଗୁମ୍ଫା ଯାଏଁ ପହଁଚିଥାଆନ୍ତି। ଏହି ୯୯୯ ପାହାଚକୁ ସୁପ୍ରିମ ନମ୍ବର ବୋଲି କୁହାଯାଏ ଓ ଏହା ସମ୍ରାଟଙ୍କ ପ୍ରତୀକ ବୋଲି ମନାଯାଏ। ୨୦ ଶତାବ୍ଦୀରେ ତିୟାନମେନ ମାଉଣ୍ଟେନ ନିକଟରେ ଏକ ଓ୍ୱାଟରଫଲ୍ ଥିଲା ଯାହା କେବଳ ୧୫ ମିନିଟ ପାଇଁ ଦୃଶ୍ୟମାନ ହେଉଥିଲା।

ଏହାର ପାଣି ୧୫୦୦ ମିଟର ଉଚ୍ଚତାରୁ ସିଧା ତଳକୁ ପଡିଥାଏ କିନ୍ତୁ ଆଶ୍ଚର୍ଯ୍ୟର କଥା ବର୍ତ୍ତମାନ ଏହି ଝରଣାର କୌଣସି ଚିହ୍ନ ବର୍ଣ୍ଣ ନାହିଁ। ଏହି ପାହାଡରେ ଅନେକ ଗୁପ୍ତ ସମ୍ପତ୍ତି ଲୁଚି ରହିଛି। ଅନେକ ଲୋକ ଏହି ସମ୍ପତ୍ତିର ସନ୍ଧାନରେ ଲାଗିଛନ୍ତି କିନ୍ତୁ ଅସଫଳ ହୋଇଛନ୍ତି। ଏଠାରେ ଏକ ବୌଦ୍ଧ ମଠ ବି ରହିଛି। ୧୧ହଜାର ୯୦୦ ଏକର ଜମିରେ ପରିବ୍ୟାପ୍ତ ଏକ ଗୁମ୍ଫା ମଧ୍ୟ ଏଠାରେ ରହିଛି।୧୯୯୨ ମସିହାରେ ୟୁନେକ୍ସୋ ଏହାକୁ ବିଶ୍ୱ କୀର୍ତ୍ତିରାଜିରେ ସାମିଲ କରିଛି। ତେବେ ଏତେ ସବୁ ପ୍ରକୃତିର ବିଶେଷତ୍ତ୍ୱ କାରଣରୁ ଏହି ସ୍ଥାନଟି ଦର୍ଶକଙ୍କୁ ଆତ୍କୃଷ୍ଟ କରିଥାଏ। ଆଉ ବହୁଳ ସଂଖ୍ୟାରେ ଏଠାକୁ ପର୍ଯ୍ୟଟକମାନେ ଆସନ୍ତି। ଆଉ ଏହି ପ୍ରାକୃତିକ ପରିବେଶ ସହ ସ୍ୱର୍ଗର ଦ୍ୱାର ନିକଟରେ ପହଁଚିବାର ଅନୁଭୂତିକୁ ବେଶ୍ ଉପଭୋଗ କରିଥାଆନ୍ତି। ତେବେ ଆପଣ ବି ଏହି ସ୍ଥାନକୁ ଆସି ଥରେ ବୁଲିଯାଆନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ