Advertisment

କୁନି ଝିଅ ଆଗରେ ଚାକିିରି ତୁଚ୍ଛ : ଛୁଟି ନମିଳିବାରୁ ଇସ୍ତଫା ଦେଲେ ଡେପୁଟି ଏସପି

‘ମୁଁ ବି ଜଣେ ବାପା, ଚାରି ବର୍ଷର କୁନି ଝିଅକୁ କାହା ଭରସାରେ ଛାଡ଼ିବି’ କରୋନା ସହ ଲଢ଼େଇ କରୁଛି ସ୍ତ୍ରୀ ଘରେ ଏକୁଟିଆ କୁନି ଝିଅ ଛୁଟି ନମିଳିବାରୁ ଚାକିରିରୁ ଇସ୍ତଫା ଦେଇଦେଲେ ଡେପୁଟି ଏସପି ଝାନ୍ସି : କୁନି…

ଅଦ୍ୟତନ ହୋଇଛି
କୁନି ଝିଅ ଆଗରେ ଚାକିିରି ତୁଚ୍ଛ : ଛୁଟି ନମିଳିବାରୁ ଇସ୍ତଫା ଦେଲେ ଡେପୁଟି ଏସପି

maish

Advertisment
  • ‘ମୁଁ ବି ଜଣେ ବାପା, ଚାରି ବର୍ଷର କୁନି ଝିଅକୁ କାହା ଭରସାରେ ଛାଡ଼ିବି’
  • କରୋନା ସହ ଲଢ଼େଇ କରୁଛି ସ୍ତ୍ରୀ
  • ଘରେ ଏକୁଟିଆ କୁନି ଝିଅ
  • ଛୁଟି ନମିଳିବାରୁ ଚାକିରିରୁ ଇସ୍ତଫା ଦେଇଦେଲେ ଡେପୁଟି ଏସପି
Advertisment

ଝାନ୍ସି : କୁନି ଝିଅ ଆଗରେ ଚାକିିରି ତୁଚ୍ଛ । ଟଙ୍କା ପଇସାର କିଛି ମୂଲ୍ୟ ନାହିଁ । ଛୁଟି ନମିଳିବାରୁ ଉଚ୍ଚପଦସ୍ଥ ଚାକିରିରୁ ଇସ୍ତଫା ଦେଲେ ଡେପୁଟି ଏସପି । ଝାନ୍ସିରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା । କରୋନା ସଂକ୍ରମିତ ସ୍ତ୍ରୀ ଓ ୪ ବର୍ଷର କୁନି ଝିଅର ଦେଖାରଖା ପାଇଁ ଛୁଟି ନମିଳିବାରୁ ମନୀଷ ସୋନକର ଚାକିରିରୁ ଇସ୍ତଫା ଦେଇଛନ୍ତି । ଉପରିସ୍ଥ ଅଧିକାରୀଙ୍କ ଦ୍ୱାରା ଛୁଟି ନାମଞ୍ଜୁର ହେବା ପରେ ଏପରି ଚରମ ନିଷ୍ପତ୍ତି ନେଇଛନ୍ତି । ତେବେ ସେ ଇସ୍ତଫା ଦେବାପରେ ଚାରିଆଡ଼େ ହଇଚଇ ସୃଷ୍ଟି ହୋଇଛି ।

ଝାନ୍ସିର ସିଓ ସଦର ପଦରେ ନିଯୁକ୍ତ ମନୀଷ ସୋନକର । ସ୍ତ୍ରୀ କରୋନା ସଂକ୍ରମିତ ହୋଇ ଜୀବନମୃତ୍ୟୁ ସହ ଲଢ଼େଇ କରୁଛନ୍ତି । ଘରେ ମାତ୍ର ୪ ବର୍ଷର କୁନି ଝିଅ । ପରିବାରର ଦାୟିତ୍ୱ ବୁଝିବା ପାଇଁ ଉପରିସ୍ଥ ଛୁଟି  ଦିଆଗଲା ନାହିଁ । ଛୁଟି ମଞ୍ଜୁର ନକରିବାରୁ ସେ ବାଧ୍ୟ ହୋଇ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ସୋସିଆଲ ମିଡ଼ିଆରେ ଏବେ ତାଙ୍କର ଇସ୍ତଫା ପତ୍ରର ନକଲ ଚାରିଆଡ଼େ ଘୁରିବୁଲୁଛି । ଅଭିଯୋଗ ଅନୁସାରେ ପତ୍ନୀ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି, ତାଙ୍କର ଅବସ୍ଥା ଭଲ ନାହିଁ ।  ୪ ବର୍ଷର କୁନି ଝିଅ ଅହରହ ମା’ ମା’ ହୋଇ କାନ୍ଦୁଛି । ବାପାର ପାଖ ଛାଡ଼ୁନି । ଘରେ ତା’ର ଦେଖାରଖା କରିବାକୁ କେହି ନାହିଁ । ମହାମାରୀର ମହାସଙ୍କଟ ମଧ୍ୟରେ କୁନି ଝିଅକୁ କାହା ଦାୟିତ୍ୱରେ ଛାଡ଼ିବେ, ସେ ଚିନ୍ତା କରିପାରୁ ନାହାନ୍ତି ।

Advertisment

ଏଥିପାଇଁ ଛୁଟି ଦରଖାସ୍ତ ଦେଇଥିଲେ ମନୀଷ ସୋନକର । ଘର ପରିବାର ପାଇଁ ୧ ମେ ରୁ ୬ ମେ ପର୍ଯ୍ୟନ୍ତ ଛୁଟି ମାଗିଥିଲେ ଏସପି । ତାଙ୍କ ଛୁଟି ଦରଖାସ୍ତକୁ ଗୁରୁତର ସହ ନନେଇ ୨ ଓ ୩ ତାରିଖ ପାଇଁ ତାଙ୍କୁ ବଡ଼ଗାଁ ଭୋଟଗଣତି କେନ୍ଦ୍ରରେ ଡ୍ୟୁଟି ପକାଇଥିଲେ ।  ଶେଷରେ ଝିଅ ଓ ସ୍ତ୍ରୀର ଜୀବନ ବଞ୍ଚାଇବାକୁ ଚାକିରି ଛାଡ଼ିବାକୁ ଶ୍ରେୟସ୍କର ମଣିଲେ ଏସପି ।

ସେପଟେ ଏକଥାକୁ ଖଣ୍ଡନ କରିଛନ୍ତି ଛୁଟି ନାମଞ୍ଜୁର କରିଥିବା ଉପରିସ୍ଥ ଅଧିକାରୀ ।  କହିଛନ୍ତି, ମନୀଷ ସୋନକର ଘରେ ଜଣେ ସହାୟକ ରଖିପାରିବେ । ହେଲେ ମନୀଷ ଜଣେ ବଦଳରେ ୨ ଜଣ ସହାୟକ ନିଯୁକ୍ତ କରିଥିଲେ ହେଁ ଅଫିସ ଆସିବାକୁ ମନା କରୁଛନ୍ତି । ଅନ୍ୟପଟେ ସହାୟକଙ୍କ ସମସ୍ତ ବେତନ ସରକାର ଭରୁଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ଏହାସହ ସେ କହିଛନ୍ତି, ଦୁଇ ଜଣ ସହାୟକଙ୍କୁ ବାହନା କରି ଘରୁ ତଡ଼ି ଦେଇଛନ୍ତି ମନୀଷ ସୋନକର । ସରକାରୀ ସହାୟକଙ୍କୁ ବାହାର କରିଦେବାରୁ ତାଙ୍କୁ ଦିଆଯାଉଥିବା ଟଙ୍କା ଆଉ ଦିଆଯାଉ ନାହିଁ । ଫଳରେ ଏପରି ନଖରା ଦେଖାଉଛନ୍ତି ଏସପି ବୋଲି କହିଛନ୍ତି ଉପରିସ୍ଥ ଅଧିକାରୀ ।

Advertisment

୨ମେ ରେ ଭୋଟ ଗଣତି କେନ୍ଦ୍ରରେ ଡିଏମ ପହଞ୍ଚିଥିଲେ । ହେଲେ ସେଠାରେ ନିଯୁକ୍ତ ହୋଇଥିବା ମନୀଷ ସୋନକର କେନ୍ଦ୍ର ନିକଟରେ ଉପସ୍ଥିତ ନଥିଲେ । ତାଙ୍କ ଦାୟିତ୍ୱରେ ଥିବା ପୋଲିସ ଫୋର୍ସ ଏପଟ ସେପଟ ହୋଇ ବୁଲୁଥିଲେ । ତେବେ ଏନେଇ ତାଙ୍କୁ ପ୍ରଶ୍ନ କରାଯିବା ପରେ ମନୀଷ ହାତରେ ଲେଖାଥିବା ଏକ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ଯାହାକୁ ଉପରିସ୍ଥ ଅଧିକାରୀଙ୍କ ନିକଟକୁ ପଠାଇ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ