Advertisment

ଅକ୍ସିଜେନ୍ କମ୍ ହେଲେ ଭୟ କରନ୍ତୁନି, ସଂକ୍ରମିତଙ୍କ ଘରେ ସରକାର ପହଞ୍ଚାଇବେ ସିଲିଣ୍ଡର

ନୂଆଦିଲ୍ଲୀ : କରେନା ସଂକ୍ରମିତଙ୍କ ଘରେ ପହଞ୍ଚିବ ଅକ୍ସିଜେନ୍‌, ସରକାର ପହଞ୍ଚାଇବେ ସିଲିଣ୍ଡର । ଦେଶର ଜାତୀୟ ରାଜଧାନୀ ଦିଲ୍ଲୀରେ ହୋମ ଆଇସୋଲେସନରେ ରହୁଥିବା ଭାଇରସ୍ ସଂକ୍ରମିତ ଲୋକଙ୍କ ପାଇଁ ସରକାର ଜରୁରୀକାଳୀନ ଅମ୍ଳଜାନ ବିତରଣ କରିବା ପାଇଁ ଏକ ଅମ୍ଳଜାନ…

ଅଦ୍ୟତନ ହୋଇଛି
ଅକ୍ସିଜେନ୍ କମ୍ ହେଲେ ଭୟ କରନ୍ତୁନି, ସଂକ୍ରମିତଙ୍କ ଘରେ ସରକାର ପହଞ୍ଚାଇବେ ସିଲିଣ୍ଡର

oxygen

Advertisment

ନୂଆଦିଲ୍ଲୀ : କରେନା ସଂକ୍ରମିତଙ୍କ ଘରେ ପହଞ୍ଚିବ ଅକ୍ସିଜେନ୍‌, ସରକାର ପହଞ୍ଚାଇବେ ସିଲିଣ୍ଡର । ଦେଶର ଜାତୀୟ ରାଜଧାନୀ ଦିଲ୍ଲୀରେ ହୋମ ଆଇସୋଲେସନରେ ରହୁଥିବା ଭାଇରସ୍ ସଂକ୍ରମିତ ଲୋକଙ୍କ ପାଇଁ ସରକାର ଜରୁରୀକାଳୀନ ଅମ୍ଳଜାନ ବିତରଣ କରିବା ପାଇଁ ଏକ ଅମ୍ଳଜାନ ପୁଲ ସୃଷ୍ଟି କରିବାକୁ ଯୋଜନା କରିଛନ୍ତି । ଡିଏମଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟ କରିବ ଏହି ପୁଲ୍ ।

Advertisment

କିପରି ମିିଳିବ ସିଲିଣ୍ଡର ?
କୋଭିଡ ରୋଗୀଙ୍କ ଗମ୍ଭୀରତାକୁ ଦୃଷ୍ଟିରେ ରଖି ଅକ୍ସିଜେନ ପହଞ୍ଚାଇବ ପଶାସନ । କାହାକୁ ଅକ୍ସିଜେନ ସିଲିଣ୍ଡର ଦିଆଯିବ ଏବଂ କାହାକୁ ଦିଆଯିବନି ତାହା ସ୍ଥିର କରିବେ ନିଜେ ଜିଲ୍ଲା ମାଜିଷ୍ଟ୍ରେଟ। ବର୍ତ୍ତମାନ ୫୦ ହଜାରରୁ ଅଧିକ ରୋଗୀ ଦିଲ୍ଲୀରେ ଘରେ ସଂଗରୋଧରେ ଅଛନ୍ତି । ଅକ୍ସିଜେନ ଅଭାବ ଯୋଗୁଁ ହସ୍ପିଟାଲ ଦଉଡ଼ୁଛନ୍ତି କରୋନା ରୋଗୀ । ଫଳରେ ଅଯଥାରେ ଭିଡ଼ ବଢ଼ୁଛି ଓ ସଂକ୍ରମଣ ମଧ୍ୟ ବଢ଼ୁଛି । ଏହି ସବୁ ଦିଗକୁ ଦୃଷ୍ଟିରେ ରଖି ଘରେ ଅକ୍ସିଜେନ ପହଞ୍ଚାଇ ହସ୍ପିଟାଲରେ ଭିଡ଼ କମ୍ କରିବାକୁ ପ୍ରୟାସ କରୁଛନ୍ତି ଦିଲ୍ଲୀସରକାର ।

ଅକ୍ସିଜେନ ସିଲିଣ୍ଡର ଯୋଗାଣରେ ସାହାଯ୍ୟ କରିବା ପାଇଁ ଖାଲି ଅମ୍ଳଜାନ ସିଲିଣ୍ଡର ଦାନ କରିବାକୁ ଦିଲ୍ଲୀ ସରକାର ନିବେଦନ କରିଛନ୍ତି । ରାଜଘାଟ ଡିଟିସି ବସ୍ ଡିପୋରେ ଏକ ସେଣ୍ଟର କରାଯାଇଛି, ଯେଉଁଠାରେ ଅମ୍ଳଜାନ ସିଲିଣ୍ଡର ଦାନ କରାଯାଇପାରିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଆଶିଷ କୁନ୍ଦ୍ରା । ତେବେ ଅଧିକ ସୂଚନା ପାଇଁ ଲୋକମାନେ ୦୧୧-୨୩୨୭୦୭୧୮ କୁ ମଧ୍ୟ କଲ କରିପାରିବେ ।

Advertisment

କେମିତି କରିବେ ପଞ୍ଜୀକରଣ :
ହୋମ ଆଇସୋଲେସନରେ ରହୁଥିବା କରୋନା ରୋଗୀ, ଦିଲ୍ଲୀ ସରକାରଙ୍କ ପୋର୍ଟାଲ www.delhi.gov.in ରେ ପଞ୍ଜୀକୃତ କରିବେ । ପଞ୍ଜୀକରଣର ପରେ ଘରେ ବସି ଅକ୍ସିଜେନ୍ ସିଲିଣ୍ଡର ପାଇପାରିବେ କରୋନା ରୋଗୀ । ପଞ୍ଜୀକରଣ ପାଇଁ ଫଟୋ, ଆଧାର କାର୍ଡ, ପରିଚୟ ପତ୍ର ଏବଂ କରୋନା ପରୀକ୍ଷା ରିପୋର୍ଟ ଆବଶ୍ୟକ । ସିଟି ସ୍କାନ୍ ରିପୋର୍ଟ ଥିଲେ ମଧ୍ୟ ସରକାରୀ ପୋର୍ଟାଲରେ ଅପଲୋଡ୍ କରିବେ । ପୋର୍ଟାଲରେ ପଞ୍ଜୀକରଣ ପରେ ଡିଏମଙ୍କ ନିର୍ଦ୍ଦେଶ ଆଧାରରେ କୋଭିଡ ରୋଗୀଙ୍କୁ ଅମ୍ଳଜାନ ସିଲିଣ୍ଡର ଯୋଗାଇ ଦିଆଯିବ। ପରେ ଆବଶ୍ୟକ ହେଲେ ରିଫିଲିଂ ପ୍ଲାଣ୍ଟରୁ ସିଲିଣ୍ଡର ରିଫିଲ୍ କରିବା ପାଇଁ ଏକ ପାସ୍ ମଧ୍ୟ ଦିଆଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ