cm
ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ରହୁଥିବା ଲୋକଙ୍କ ପାଇଁ ଖୁସି ଖବର । ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଟିକାକରଣକୁ ତୀବ୍ର କରାଯାଉଛି । ଦିଲ୍ଲୀ ସରକାରଙ୍କ ଦ୍ୱାରା ଏକ ଅଭିଯାନ ଆରମ୍ଭ ହୋଇଛି, ଯେଉଁଥିରେ ଘର ଘର ଯାଇ ଲୋକଙ୍କୁ ଟିକା ସ୍ଲଟ୍ ଉପଲବ୍ଧ କରାଯିବ । ଭୋଟ୍ ଦିଆଯାଉଥିବା ପୋଲିଂ ଷ୍ଟେସନରେ ଟିକାକରଣ ସୁବିଧା ମିଳିବ । ପ୍ରତି ଲୋକଙ୍କୁ ଟିକା ନେବାପାଇଁ ଅପିଲ କରିବେ କର୍ମଚାରୀ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେନ୍ଦ୍ରିୱାଲ କହିଛନ୍ତି, କେନ୍ଦ୍ର ପକ୍ଷରୁ ଟିକା ଯୋଗାଣରେ କୌଣସି ଅସୁବିଧା ନହେଲେ ୧ ମାସ ମଧ୍ୟରେ ୪୫ ବର୍ଷରୁ ଅଧିକ ବୟସ ବର୍ଗର ସମସ୍ତ ଲୋକଙ୍କୁ ଟିକା ଦିଆଯିବ ।
ଆଜିଠାରୁ ଦିଲ୍ଲୀରେ ‘ଯେଉଁଠାରେ ଭୋଟ୍-ସେଇଠି ଟିକାକରଣ’ ଅଭିଯାନ ଆରମ୍ଭ ହୋଇଥିବା କହିଛନ୍ତି ଅରବିନ୍ଦ କେଜ୍ରିୱାଲ । ଯେଉଁଠାରେ ଆପଣ ଭୋଟ୍ ଦେଇଛନ୍ତି, ସେହି ମତଦାନ କେନ୍ଦ୍ରରେ ଟିକା ମିଳିବ ବୋଲି ଏହି ଅଭିଯାନର ସାହାଯ୍ୟରେ ଲୋକଙ୍କୁ କୁହାଯିବ । ଏଥିପାଇଁ ଖୁବ ଶୀଘ୍ର ଡୋର୍ ଟୁ ଡୋର ଅଭିଯାନ ଆରମ୍ଭ ହେବ। ଆସନ୍ତା ୪ ସପ୍ତାହ ମଧ୍ୟରେ ଦିଲ୍ଲୀରେ ରହୁଥିବା ସମସ୍ତ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କର ଟିକାକରଣ କରାଯିବ।
ଘର ଘର ଯାଇ ଟିକା ସ୍ଲଟ୍ ଉପଲବ୍ଧ କରାଇବ ଟିମ୍
ସେ ଆହୁରି କହିଛନ୍ତି ଅନେକ ଲୋକ ଟିକାକରଣ କେନ୍ଦ୍ରକୁ ଆସୁନାହାଁନ୍ତି । ଆଗାମୀ ଦୁଇ ଦିନ ମଧ୍ୟରେ ବୁଥ ସ୍ତରରେ ଅଧିକାରୀ ମାନଙ୍କର ଏକ ଟିମ୍ ଗଠନ ହେବ, ଯେଉଁମାନେ ସ୍ଲଟ୍ ଯୋଗାଇବା ପାଇଁ ସେମାନେ ଘର ଘର ବୁଲିବେ । ଲୋକଙ୍କୁ ଟିକା ସମ୍ପର୍କରେ ଜାଗରୁକ କରିବା ସହ ବୁଥକୁ ଯିବାକୁ ଉତ୍ସାହିତ କରିବା ଦାୟିତ୍ୱ ଅଧିକାରୀଙ୍କ ଉପରେ ରହିବ । କୌଣସି ବ୍ୟକ୍ତି ଟିକା ନେଇନଥିଲେ ଘରେ ସ୍ଲଟ୍ ଦେଇ ଆସିବେ ଅଧିକାରୀ । ଏହି ଅଭିଯାନ ଆଜି ୭୦ ୱାର୍ଡରେ ଆରମ୍ଭ ହେଉଛି । ପ୍ରତି ମାସରେ ୭୦ଟି ୱାର୍ଡରେ ଏହି ମିଶନ ଆରମ୍ଭ ହେବ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/cm_1623052475.jpg)