1
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ଭାଇରସ କାରଣରୁ ହାହାକାର ଖେଳିଯାଇଛି। ଏହି ସମୟରେ ନା ଯେ କେବଳ ଲଗାତର ୨୪ ହଜାର ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି ବରଂ ମୃତ୍ୟୁ ସଂଖ୍ୟା ମଧ୍ୟ ହୁ ହୁ ହୋଇ ବଢିଚାଲିଛି। ପରିସ୍ଥିତି ଏପରି ହୋଇଯାଇଛି ଯେ ଶବଦାହ ପାଇଁ ମଶାଣିରେ ଲମ୍ବା ଲାଇନ ଦେବାକୁ ପଡୁଛି। ଅନେକ ସ୍ଥାନରେ ପାର୍କରେ ଶବ ସତ୍କାର ହେଉଥିବା ଦେଖିବାକୁ ମିଳୁଛି। ଏଭଳି ମର୍ମସ୍ପର୍ଶି ଘଟଣା ଦିଲ୍ଲୀର ସରାଇ କାଲେ ଖାନ୍ସ୍ଥ ମଶାଣିରେ ଦେଖିବାକୁ ମିଳିଛି।
ପ୍ରକାଶ ଥାଉକି, ଦିଲ୍ଲୀର ୩ ନଗର ନିଗମର ୯ଟି କ୍ଷେତ୍ରରେ ୨୧ଟି ମଶାଣି ଓ କବରସ୍ଥାନ ରହିଛି। କିନ୍ତୁ ଲଗାତର ମୃତ୍ୟୁ ସଂଖ୍ୟା ବୃଦ୍ଧି କାରଣରୁ ସବୁ ଜାଗାରେ ଧାଡ଼ି ଦେବାକୁ ପଡୁଛି। ଲୋକଙ୍କୁ ଆବଶ୍ୟକତା ଠାରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡୁଛି। ଫଳରେ ସରାଇ କାଲେ ଖାନର ସବୁଜ ପାର୍କରେ ଯେଉଁଠି ଲୋକେ ବୁଲିବା ବା ପବନ ଖାଇବାକୁ ଆସନ୍ତି ସେଠି ଲୋକେ ବାଧ୍ୟ ହୋଇ ଶବ ସତ୍କାର କରୁଛନ୍ତି, ଯେଉଁଠି ବିଭିନ୍ନ ଫୁଲର ସୁବାଶ ମହକିବା କଥା ସେଠି ଜଳୁଛି ଚିତାଗ୍ନି । ତେବେ କରୋନାରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ଶବଦାହ ପାଇଁ ଏହି ପାର୍କର କିଛି ଜାଗାରେ ୫୦ଟି ପ୍ଲାଟଫର୍ମ ତିଆରି କରାଯାଇଛି। ପୂର୍ବରୁ ପାର୍କର ଗୋଟିଏ ପାଖରେ ୨୦ ଟି ପ୍ଲାଟଫର୍ମ ଥିଲା। ଏହି ଅବସରରେ ପ୍ଲାଟଫର୍ମ ତିଆରି କରିଥିବା ଠିକାଦାର କହିଛନ୍ତି ଯେ “ଏଠାକୁ ଏତେ ଶବ ଆସୁଛି ଯେ ମଶାଣି ଛୋଟ ପଡିଯାଉଛି। ଏନେଇ ନୂଆ ପ୍ଲାଟଫର୍ମ ତିଆରି ହେଉଛି।“ ସେ ଆହୁରି ମଧ୍ୟ କହିଛନ୍ତି ଯେ ଖାଲି ସେତିକି ନୁହେଁ ଶବ ସତ୍କାର ପାଇଁ କାଠର ମଧ୍ୟ ଅଭାବ ପଡୁଛି। ଫଳରେ ଅନେକ ସମୟରେ ଏମ୍ସିଡି ତରଫରୁ ପଠାଯାଉଛି କିମ୍ବା ଅନ୍ୟ କିଛି କାଠର ବ୍ୟବସ୍ଥା କରିବାକୁ ପଡୁଛି।
/odishatv-khabar/media/post_attachments/wp-content/uploads/2021/04/Untitled-1-31.jpg)
ପ୍ରକାଶ ଥାଉକି କରୋନା ଭାଇରସ୍ ସଂକ୍ରମଣ କାରଣରୁ ଦିଲ୍ଲୀରେ ଶନିବାର ଗୋଟିଏ ଦିନରେ ସର୍ବାଧିକ ୩୫୭ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪,୦୦୦ରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି। ଏହା ଫଳରେ ଦିଲ୍ଲୀରେ ସଂକ୍ରମିତଙ୍କ ଦର ୩୨.୨୭ ପ୍ରତିଶତ ଧାର୍ଯ୍ୟ କରାଯାଇଛି। ପୂର୍ବ ୨୪ ଘଣ୍ଟା ମଧ୍ୟରେ ଏକ ଆକଳନ ଅନୁସାରେ ଦିଲ୍ଲୀରେ ଅଣ୍ଡର-ଟ୍ରାଏଲ ମାମଲା ସଂଖ୍ୟା ଏକ ଲକ୍ଷ ପାଖାପାଖି ହେବାକୁ ଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/1-25_1626258977.jpg)