pratapgarh
ପ୍ରତାପଗଡ଼ : ହାତରେ ବନ୍ଧୁକ, ବିବାହ ମଣ୍ଡପକୁ ଦବଙ୍ଗ ଷ୍ଟାଇଲରେ ଏଣ୍ଟ୍ରି ମାରିଲେ କନ୍ୟା । ମୁଣ୍ଡରେ ହାତେ ଲମ୍ବର ଓଢ଼ଣା ଟାଣି ପ୍ରଥମେ ଗୁଳି ଫୁଟାଇଲେ ତା’ ପରେ ବରକୁ ବରଣମାଳା ପିନ୍ଧାଇଲେ । ଉତ୍ତରପ୍ରଦେଶର ପ୍ରତାପଗଡ଼ର ଜେଠୱାରା ପୋଲିସ ଷ୍ଟେସନ ନିକଟ ଏକ ଗାଁରେ ଆୟୋଜିତ ଏକ ବିବାହ ଉତ୍ସବରେ ଏପରି ଦେଖିବାକୁ ମିଳିଛି । ନିଜ ବିବାହରେ କନ୍ୟା ଏକ ଲାଇସେନ୍ସପ୍ରାପ୍ତ ରିଭଲଭରରୁ ଗୁଳି ଫୁଟାଇ ମଣ୍ଡପକୁ ଚଢ଼ିଥିଲେ । ନାଲି ଲେହେଙ୍ଗାରେ ସଜେଇ ହୋଇ କନ୍ୟା ଗୁଳି ଚଳାଇବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ରଙ୍ଗବେରଙ୍ଗୀ ଫୁଲ ଓ ଭଳି ଭଳିକା ଲାଇଟରେ ମଣ୍ଡପ ସଜା ହୋଇଥିଲା । ରବିବାର ରାତିରେ ଜେଠୱାରା ପୋଲିସ ଷ୍ଟେସନଠାରୁ ପ୍ରାୟ ତିନି କିଲୋମିଟର ଦୂରରେ ଥିବା ଏକ ଗାଁରେ ରବିବାର ବିଳମ୍ବିତ ରାତ୍ରିରେ ପହଞ୍ଚିଥିଲା ବିବାହ ଶୋଭାଯାତ୍ରା । ରାତି ପ୍ରାୟ ସାଢ଼େ ୧୧ଟାରେ କନ୍ୟା ବରଣମାଳା ପିନ୍ଧାଇବା ପାଇଁ ଘରୁ ବାହାରିବା ପରେ ମଙ୍ଗଳ ଗୀତ ଗାଉଥିଲେ ଗାଁର ମହିଳା । ତେବେ କନ୍ୟା ବିବାହ ମଣ୍ଡପରେ ପହଞ୍ଚିବା ପରେ ହାତରେ ଥିବା ରିଭଲଭରରୁ ପ୍ରଥମେ ଗୁଳି ଚଳାଇଥିଲେ । ତା’ପରେ ଆରମ୍ଭ ହୋଇଥିଲା ବିବାହର ରୀତିନୀତି । ଅ କନ୍ୟା ରିଭଲଭରରୁ ଗୁଳି ଚଳାଇବା ପରେ କରତାଳି ମାରି ତାଙ୍କୁ ଉତ୍ସାହିତ କରିଥିଲେ ସେଠାରେ ଉପସ୍ଥିତ ଲୋକେ ।
ସୋମବାର ଏହି ଭିଡିଓ ଭାଇରାଲ ହୋଇଥିଲା । ବିବାହ ମଣ୍ଡପରେ କନ୍ୟା ରିଭଲଭର ବାହାର କରି ଗୁଳି ଚଳାଇବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଜେଠୱାରା ଏସଓ ସଞ୍ଜୟ ପାଣ୍ଡେ ବିବାହରେ ଗୁଳି ଚଳାଇଥିବା ଘଟଣାକୁ ଅସ୍ୱୀକାର କରିଛନ୍ତି। ଏହି ଘଟଣାରେ ସତ୍ୟତା ଥିଲେ ଲାଇସେନ୍ସ ବାତିଲ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/pratapgarh_1622540886.jpg)