Advertisment

ଜରୁରୀ କାମ ଥିବା ଦର୍ଶାଇ ମୋଦିଙ୍କ ବୈଠକରୁ ପଳାଇଲେ ମମତା ଦିଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୟାସ୍ ବାତ୍ୟା କ୍ଷୟକ୍ଷତିର ରିପୋର୍ଟ ଦେଇ ଚାଲିଗଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କଲେଇକୁଣ୍ଡା ଏୟାର ବେସ୍ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମମତା ବାନାର୍ଜୀଙ୍କ ମଧ୍ୟରେ ମାତ୍ର ୧୫ ମିନିଟ ପାଇଁ ବାତ୍ୟା କ୍ଷୟକ୍ଷତି ନେଇ ସମୀକ୍ଷା ବୈଠକ ଥିଲା।

ଜରୁରୀ କାମ ଥିବା ଦର୍ଶାଇ ମୋଦିଙ୍କ ବୈଠକରୁ ପଳାଇଲେ ମମତା ଦିଦି

modi-mamata

Advertisment

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୟାସ୍ ବାତ୍ୟା କ୍ଷୟକ୍ଷତିର ରିପୋର୍ଟ ଦେଇ ଚାଲିଗଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କଲେଇକୁଣ୍ଡା ଏୟାର ବେସ୍ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମମତା ବାନାର୍ଜୀଙ୍କ ମଧ୍ୟରେ ମାତ୍ର ୧୫ ମିନିଟ ପାଇଁ ବାତ୍ୟା କ୍ଷୟକ୍ଷତି ନେଇ ସମୀକ୍ଷା ବୈଠକ ଥିଲା। ହେଲେ ମମତା ପ୍ରଧାନମନ୍ତ୍ରୀଙ୍କୁ କେବଳ କ୍ଷୟକ୍ଷତି ନେଇ ଏକ ରିପୋର୍ଟ ପ୍ରଦାନ କରି ଚାଲିଯାଇଥିଲେ। ଅନ୍ୟ ସ୍ଥାନରେ ବାତ୍ୟା କ୍ଷୟକ୍ଷତି ନେଇ ଜରୁରୀ ବୈଠକ ଥିବା କାରଣ ଦର୍ଶାଇ ମମତା ଚାଲିଯାଇଥିବା ଜଣାପଡିଛି।

Advertisment

ଏପଟେ ଏଏନଆଇକୁ ମମତା ବାନାର୍ଜୀ ଦେଇଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଡାକିଥିବା ବୈଠକ ବିଷୟରେ ତାଙ୍କ ଅଫିସ ଜାଣିନଥିଲା। ଦୀଘାରେ ଏକ ଜରୁରୀ ବୈଠକ ଥିଲା, ତେଣୁ କଲେଇକୁଣ୍ଡା ଏୟାରବେସରେ ପହଞ୍ଚି ୨୦ ହଜାର କୋଟି ଟଙ୍କାର କ୍ଷୟକ୍ଷତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ ଦେଇଥିଲେ। ଷ୍ଟେଟ ଅଫିସିଆଲଙ୍କ ସହ ଜରୁରୀ ମିଟିଂ ଥିବାରୁ ପ୍ରଧାନମନ୍ତ୍ରୀଙ୍କ ଅନୁମତି ନେଇ ସ୍ଥାନ ଛାଡିଥିବା କହିଛନ୍ତି ମମତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ