Advertisment

CoWIN ପୋର୍ଟାଲରେ ପଞ୍ଜୀକରଣ ସମୟରେ ଦେବାକୁ ପଡ଼ିବନି Captcha

କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଦେଶରେ ଟିକାକରଣ ଅଭିଯାନ ଚାଲିଛି । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ କରୋନା ଟିକା ନେଉଛନ୍ତି । ଟିକାକରଣ ସ୍ଲଟ୍ ବୁକିଂ କରିବା ପାଇଁ CoWIN ପୋର୍ଟାଲରେ ରେଜିଷ୍ଟର କରୁଛନ୍ତି ଲୋକେ ।  ତେବେ…

ଅଦ୍ୟତନ ହୋଇଛି
CoWIN  ପୋର୍ଟାଲରେ ପଞ୍ଜୀକରଣ ସମୟରେ ଦେବାକୁ ପଡ଼ିବନି Captcha

cowin

Advertisment

କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଦେଶରେ ଟିକାକରଣ ଅଭିଯାନ ଚାଲିଛି । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ କରୋନା ଟିକା ନେଉଛନ୍ତି । ଟିକାକରଣ ସ୍ଲଟ୍ ବୁକିଂ କରିବା ପାଇଁ CoWIN ପୋର୍ଟାଲରେ ରେଜିଷ୍ଟର କରୁଛନ୍ତି ଲୋକେ ।  ତେବେ ବର୍ତ୍ତମାନ ଲୋକଙ୍କୁ CoWIN ପୋର୍ଟାଲ ଏବଂ ଆପରେ ପଞ୍ଜୀକରଣ କରିବା ସମୟରେ କ୍ୟାପଚା ଦେବାକୁ ପଡିବ ନାହିଁ । ଫଳରେ ପୋର୍ଟାଲରେ ପଞ୍ଜୀକରଣ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି ।

Advertisment

CoWIN ପୋର୍ଟାଲ ଏବଂ ଆପରେ ପଞ୍ଜୀକରଣ କରିବା ସମୟରେ ହିତାଧିକାରୀଙ୍କୁ ବର୍ତ୍ତମାନ ଚାରି ଅଙ୍କ ବିଶିଷ୍ଟ କୋଡ୍ ଦିଆଯାଉଛି, ଯାହାକୁ ନିର୍ଦ୍ଦିଷ୍ଟ ଟିକାକରଣ କେନ୍ଦ୍ରରେ ଦେଖାଇ ସେମାନେ ଟିକା ନେଇପାରିବେ । ଏହା ପରେ ପଞ୍ଜୀକରଣ ପ୍ରକ୍ରିୟାରୁ କ୍ୟାପଚା ଦେବାର ପ୍ରକ୍ରିୟାକୁ ହଟାଇ ଦିଆଯାଇଛି ।

 CoWIN ବ୍ୟବହାର କରୁଥିବା ହିତାଧିକାରୀଙ୍କ ପୂର୍ବରୁ ପ୍ରୋଗ୍ରାମର,  ସ୍ଲଟ୍ ବୁକ୍ କରିବା ଏବଂ କ୍ୟାପଚାର ବିକଳ୍ପ ଖୋଜୁଥିବା ନିକଟରେ ରିପୋର୍ଟ ଆସିଥିଲା । ଫଳରେ ଏବେ ସ୍ଲଟ୍ ବୁକିଂ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ଏକ ଚାରି ଅଙ୍କ ବିଶିଷ୍ଟ କୋଡ୍ ପ୍ରଦାନ ପ୍ରକ୍ରିୟା ଯୋଡା ଯାଇଛି । ପଞ୍ଜୀକରଣ ପ୍ରକ୍ରିୟାରେ ହେଉଥିବା ହେରଫେର ରୋକିବାରେ ଏହା ସାହାଯ୍ୟ ହେଉଛି ।

Advertisment

 CoWIN ପୋର୍ଟାଲରେ ସ୍ଲଟ୍ କିପରି ବୁକ୍ କରିବେ ?

CoWIN ପୋର୍ଟାଲରେ ଏକ ଟିକାକାକରଣ ସ୍ଲଟ୍ ବୁକ୍ କରିବାକୁ ପ୍ରଥମେ CoWIN  ୱେବସାଇଟ୍ ଓପନ୍ କରିବାକୁ ପଡ଼ିବ

ୱେବସାଇଟ୍ ଖୋଲିବା ପରେ ସେଠାରେ ରେଜିଷ୍ଟର / ସାଇନ୍ ଇନରେ କ୍ଲିକ୍ କରନ୍ତୁ

ଏପରି କରିବା ପରେ ଆପଣଙ୍କର ମୋବାଇଲ୍ ନମ୍ବର ଦିଅନ୍ତୁ ଏବଂ Get OTPରେ କ୍ଲିକ୍ କରନ୍ତୁ

Advertisment

OTP  ଆସିବା ପରେ ଏଣ୍ଟର କରି ଭେରିଫାଏରେ କ୍ଲିକ୍ କରନ୍ତୁ

ଏବେ ଆପଣଙ୍କୁ ସାମ୍ନାକୁ ଆସିବ Register for Vaccination ପେଜ୍

ଏଠାରେ ଆପଣଙ୍କୁ ଆପଣଙ୍କର ସମସ୍ତ ସୂଚନା ଦେବାକୁ ପଡିବ, ଯେଉଁଥିରେ ଆଇଡି ପ୍ରୁଫ୍ , ନାମ,  ଜନ୍ମ ତାରିଖ ପରି ସୂଚନା ରହିବ

ସମସ୍ତ ବିବରଣୀ ଦେବା ପରେ ରେଜିଷ୍ଟରରେ କ୍ଲିକ୍ କରନ୍ତୁ

ପଞ୍ଜୀକରଣ କରିବା ପରେ ଆପଣ Appointment schedule ବିକଳ୍ପ ପାଇବେ

ବର୍ତ୍ତମାନ ନାମ ପାଖରେ ଥିବା ସିଡ୍ୟୁଲ୍ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ

ଏବେ ସର୍ଚ୍ଚ ବାରରେ ପିନ୍ କୋଡ ଦେବେ, ଯେଉଁ ଯେଉଁ ସ୍ଥାନରେ ଟିକାକରଣ କେନ୍ଦ୍ର ଥିବା ସେଠାରେ ସେଠାରେ ପିନ୍ ଦୃଶ୍ୟମାନ ହେବ

ବର୍ତ୍ତମାନ ଆପଣଙ୍କ ନିଜ ଇଚ୍ଛା ଅନୁସାରେ ତାରିଖ ଏବଂ ସମୟ ସେଟ୍ କରି କନଫର୍ମ ଉପରେ କ୍ଲିକ୍ କରନ୍ତୁ

ଆପଣ ଗୋଟିଏ ଥର ଲଗଇନ୍ ସହିତ ଚାରିଜଣ ସଦସ୍ୟଙ୍କୁ ଯୋଡିପାରିବେ, ତାରିଖ ପରିବର୍ତ୍ତନ କରିବାକୁ ଚାହୁଁଥିଲେ କରିପାରିବେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ