Advertisment

ବିଧାୟକଙ୍କ ଅଜବ ଯୁକ୍ତି, କହିଲେ- ପାଣି ସହ ଗୋମୁତ୍ର ମିଶାଇ ପିଇଲେ ହେବନି କରୋନା

ଲକ୍ଷ୍ନୌ: କରୋନା ମହାମାରୀ ବିରୋଧରେ ବିଶ୍ୱର ଅନେକ ଦେଶ ଲଢ଼େଇ ଜାରି ରଖିଛନ୍ତି। ଔଷଧ, ଇଞ୍ଜେକ୍ସନ, ଟିକାକୁ ନେଇ ଗବେଷଣା ହେଉଛି। ହେଲେ ଏହା ସତ୍ତ୍ୱେ ଏବେ ବି ବଞ୍ଚି ରହିଛି ଅନ୍ଧ ବିଶ୍ୱାସ ଓ ଅଜବ ଯୁକ୍ତି। ଉତ୍ତରପ୍ରଦେଶ ବଲିଆ…

ଅଦ୍ୟତନ ହୋଇଛି
ବିଧାୟକଙ୍କ ଅଜବ ଯୁକ୍ତି, କହିଲେ- ପାଣି ସହ ଗୋମୁତ୍ର ମିଶାଇ ପିଇଲେ ହେବନି କରୋନା

mla

Advertisment

ଲକ୍ଷ୍ନୌ: କରୋନା ମହାମାରୀ ବିରୋଧରେ ବିଶ୍ୱର ଅନେକ ଦେଶ ଲଢ଼େଇ ଜାରି ରଖିଛନ୍ତି। ଔଷଧ, ଇଞ୍ଜେକ୍ସନ, ଟିକାକୁ ନେଇ ଗବେଷଣା ହେଉଛି। ହେଲେ ଏହା ସତ୍ତ୍ୱେ ଏବେ ବି ବଞ୍ଚି ରହିଛି ଅନ୍ଧ ବିଶ୍ୱାସ ଓ ଅଜବ ଯୁକ୍ତି। ଉତ୍ତରପ୍ରଦେଶ ବଲିଆ ଜିଲ୍ଲା ବଇରିଆର ବିଜେପି ବିଧାୟକ ସୁରେନ୍ଦ୍ର ସିଂ କରୋନାର ଉପଚାର ପଦ୍ଧତି ବତାଇଛନ୍ତି। ତାକୁ ନେଇ ସୋସିଆଲ ମିଡିଆରେ ପ୍ରବଳ ସମାଲୋଚନା ହେଉଛି।

Advertisment

କରୋନା ମହାମାରୀରୁ ସୁରକ୍ଷା ଗୋମୁତ୍ର ଦେଇଛି। ଗୋମୁତ୍ର ପିଇଲେ ଏହା ମହାମାରୀ କରୋନା ବିରୋଧରେ ଲଢ଼ିବା ପାଇଁ ଶକ୍ତି ବଢ଼ାଇଥାଏ। ଏପରି କିଛି ଦାବି କରି ବିଧାୟକ ସୁରେନ୍ଦ୍ର ସିଂ ଏକ ଭିଡିଓ ଜାରି କରିଛନ୍ତି। ଯେଉଁଥିରେ ସେ ପାଣି ସହ ଗୋମୁତ୍ର ମିଶାଇ ପିଇବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ବିଜ୍ଞାନ ସିନା ଗୌମୁତ୍ର ଥିଓରୀକୁ ମାନିବାକୁ ନାରାଜ କିନ୍ତୁ ଏହା ବେଶ୍‌ ଫଳପ୍ରଦ ବୋଲି ସେ ଦାବି କରିଛନ୍ତି। ସେ ଖୋଦ୍ ପ୍ରତିଦିନ ୫୦ ମିଲିମିଟର୍ ଗୌମୁତ୍ରକୁ ୧୦୦ ମିଲିମିଟର୍ ପାଣି ସହ ମିଶାଇ ପିଉଛନ୍ତି। ଯାହା ତାଙ୍କ ଶାରିରୀକ ଶକ୍ତି ବଢ଼ାଇଥାଏ ବୋଲି ସେ କହିଛନ୍ତି।

କରୋନାର ଦ୍ୱିତୀୟ ତରଙ୍ଗ ସମଗ୍ର ଦେଶକୁ ଥରାଇ ଦେଇଛି। ଭାରତରେ କରୋନା ମାମଲା ବୃଦ୍ଧି ପାଉଥିବା ଆକଳନ ବର୍ତ୍ତମାନ ବିଶ୍ୱକୁ ଭୟଭୀତ କରିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୪ ଲକ୍ଷ ୩ ହଜାର ୭୩୮ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଥିବାବେଳେ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ମୃତ୍ୟୁ ସଂଖ୍ୟା ୪ ହଜାର ଅତିକ୍ରମ କରିଛି

Advertisment

ମହାମାରୀ କରୋନାର ମୁକାବିଲା ପାଇଁ ବିଭିନ୍ନ ରାଜ୍ୟର ପଞ୍ଚାୟତକୁ କେନ୍ଦ୍ର ସରକାର ୮ ହଜାର ୯୨୩ କୋଟି ୮୦ ଲକ୍ଷ ଟଙ୍କା ଦେଇଛନ୍ତି। ୨୫ ରାଜ୍ୟର ଗ୍ରାମାଞ୍ଚଳ ପାଇଁ ଏହି ରାଶି ଖର୍ଚ୍ଚ ହେବ। ସେପଟେ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଆଉ ସପ୍ତାହେ ପାଇଁ ଲକଡାଉନ୍ କଟକଣାକୁ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରେସ୍‌ କନଫରେନ୍ସ ଜରିଆରେ ଏନେଇ ସୂଚନା ଦେଇଛନ୍ତି। ମେ ୧୦ରେ ଶେଷ ହେବାକୁ ଥିବା ଲକ୍‌ଡାଉନ୍‌କୁ ବୃଦ୍ଧି କରାଯାଇ ମେ ୧୭ ସକାଳ ପର୍ଯ୍ୟନ୍ତ ଲାଗୁ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ