Covishield-Covaxin-bharat-biotech-covid-19-vaccine
କୋଭାକ୍ସିନ ନା କୋଭିସିଲ୍ଡ, କିଏ ଅଧିକ ଆଣ୍ଟିବଡି ତିଆରି କରୁଛି ? କରୋନା ଭ୍ୟାକ୍ସିନ କୋଭାକ୍ସିନ ତୁଳନାରେ କୋଭିସିଲ୍ଡ ଅଧିକ ଆଣ୍ଟିବଡି ସୃଷ୍ଟି କରୁଥିବା ଏକ ଅଧ୍ୟୟନରେ ଖୁଲାସା ହୋଇଛି । ଭାରତରେ ହୋଇଥିବା ଏହି ଅଧ୍ୟୟନରେ ଡାକ୍ତର, ନର୍ସ ଓ କିଛି ସ୍ୱାସ୍ଥ୍ୟକର୍ମୀ ସାମିଲ ଥିଲେ । ଯେଉଁମାନେ ଏହି ଦୁଇ ଭ୍ୟାକ୍ସିନର ଦୁଇ ଡୋଜ ନେଇଥିଲେ ।
ଡକ୍ତର ଏକେ ସିଂ ଓ ତାଙ୍କ ସହଯୋଗୀଙ୍କ ଦ୍ୱାରା କରାଯାଇଥିବା ଏହି ଷ୍ଟଡିରେ କୁହାଯାଇଛି, ଉଭୟ ଭ୍ୟାକ୍ସିନ ଶରୀରରେ ଆଣ୍ଟିବଡି ସୃଷ୍ଟି କରୁଛି । ତେବେ ଏହି ଅଧ୍ୟୟନର ଡାଟା ସର୍ବସମ୍ମୁଖରେ ପ୍ରକାଶ କରାଯାଇ ନାହିଁ । ତଥ୍ୟ ଅନୁସାରେ କୋଭିସିଲ୍ଡର ପ୍ରଥମ ଡୋଜେ୍ ନେବା ପରେ ଏହା ୭୦ ପ୍ରତିଶତ ପ୍ରଭାବୀ ହୋଇପାରୁଛି ।
ଅଧ୍ୟୟନ ଅନୁସାରେ ୫୧୫ ହେଲ୍ଥ ୱାର୍କର(୩୦୫ ପୁରୁଷ, ୨୧୦ ମହିଳା) ମଧ୍ୟରୁ ୯୫ ପ୍ରତିଶତ ଉଭୟ ଭ୍ୟାକ୍ସିନ ନେଇଥିଲେ । ଉଭୟ ଡୋଜ ନେଇଥିବା ସମସ୍ତ ଲୋକଙ୍କ ଶରୀରରେ ଆଣ୍ଟିବଡି ତିଆରି ହୋଇଥିଲା । ଏଥି ମଧ୍ୟରୁ ୪୨୫ ଜଣ କୋଭିସିଲ୍ଡ ଓ ୯୦ ଜଣ କୋଭକ୍ସିନ ଟିକା ନେଇଥିଲେ । କୋଭିସିଲ୍ଡ ଟିକା ଲଗାଇଥିବା ଲୋକଙ୍କ ଠାରେ ୯୮.୧ ପ୍ରତିଶତ ଓ କୋଭକ୍ସିନ ଟିକା ଲଗାଇଥବା ଲୋକଙ୍କ ଠାରେ ୮୦ ପ୍ରତିଶତ ଆଣ୍ଟିବଡ଼ି ତିଆରି ହୋଇଥିଲା ।
ଉୟୟ ଭ୍ୟାକ୍ସିନ ଆଣ୍ଟିବଡ଼ି ସୃଷ୍ଟି କରୁଛି , କିନ୍ତୁ ସେଥିପାଇଁ ଦୁଇଟି ଡୋଜ ନେବା ଦରକାର ବୋଲି ଅଧ୍ୟୟନରେ ଜଣାପଡ଼ିଛି । କୋଭାକ୍ସିନ ତୁଳନାରେ କୋଭାସିଲ୍ଡ ନେଇଥିବା ଲୋକଙ୍କ ଠାରେ ଅଧିକ ଆଣ୍ଟିବଡି ତିଆରି ହୋଇଥିବା ଦେଖିବାକୁ ମିଳୁଛି । ମୋଟ୍ ଉପରେ ଦେଖିବାକୁ ଗଲେ ଜଣାପଡ଼ୁଛି ଉଭୟ ଭ୍ୟାକ୍ସିନ ଶରୀରରେ ଆଣ୍ଟିବଡି ସୃଷ୍ଟି କରୁଛି । ଏପରି ସ୍ଥଳେ ଦେଶରେ ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରିବା ଆବଶ୍ୟକ । ସମ୍ଭାବିତ ତୃତୀୟ ଲହରୀ ଆସିବା ପୂର୍ବରୁ ଟିକାକରଣ ଉପରେ ଫୋକସ୍ କରିବା ଆବଶ୍ୟକ ।
ସେପଟେ ଡେଲଟା ପରେ ଭାରତରେ ଆଉ ଏକ ଭୟଙ୍କର ଭାରିଏଣ୍ଟ୍ ଚିହ୍ନଟ ହୋଇଛି । କରୋନା ଭାଇରସ୍ କ୍ରମାଗତ ଭାବରେ ରୂପ ବଦଳାଇ ଅଧିକ ବିପଜ୍ଜନକ ହୋଇଯାଉଛି । ପ୍ରତିଦିନ ନୂଆ ନୂଆ ଭାରିଏଣ୍ଟ ଚିହ୍ନଟ ହେଉଛି । ଭାରତରେ ବର୍ତ୍ତମାନ ଆଉ ଏକ ବିପଜ୍ଜନକ ଭାରିଏଣ୍ଟ୍ ଚିହ୍ନଟ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି । ଏହି ଭାରିଏଣ୍ଟରେ ସଂକ୍ରମିତ ହେବାର ସାତ ଦିନ ମଧ୍ୟରେ ରୋଗୀର ଓଜନ ହ୍ରାସ ହୋଇଯାଉଛି । ପୂର୍ବରୁ ବ୍ରାଜିଲରେ ଏ ପ୍ରକାର ଭାରିଏଣ୍ଟ୍ ଚିହ୍ନଟ ହୋଇଥିଲା । ସେଠାରୁ ଗୋଟିଏ ପ୍ରକାର ଭାରିଏଣ୍ଟ୍ ଭାରତ ଆସିଥିବା କୁହାଯାଇଥିଲା । ତେବେ ବର୍ତ୍ତମାନ ବ୍ରାଜିଲରୁ ଭାରତକୁ ଦୁଇ ପ୍ରକାର ଭାରିଏଣ୍ଟ୍ ଆସିଥିବା କହିଛନ୍ତି ବୈଜ୍ଞାନିକ । ଦ୍ୱିତୀୟ ପ୍ରକାର ଭାରିଏଣ୍ଟର ନାମ ହେଉଛି B.1.1.28.2 ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Covishield-Covaxin-bharat-biotech-covid-19-vaccine_1623029170.jpg)