Advertisment

ଆଶ୍ୱସ୍ତିକର ଖବର: ‘ଡେଲ୍‌ଟା ପ୍ଲସ୍’ ଭାରିଏଣ୍ଟ ଉପରେ କୋଭିସିଲ୍ଡ ଓ କୋଭାକ୍ସିନ୍ ଉଭୟ ଭ୍ୟାକ୍ସିନ୍ ଫଳପ୍ରଦ

ନୂଆଦିଲ୍ଲୀ: ଡେଲ୍‌ଟା ପ୍ଲସ୍ ଭାରିଏଣ୍ଟ ଉପରେ କୋଭିସିଲ୍ଡ ଓ କୋଭାକ୍ସିନ୍ ଉଭୟ ଭ୍ୟାକ୍ସିନ୍ ଫଳପ୍ରଦ। ଏପରିକି ଆଲଫା, ବିଟା, ଗାମା ଇତ୍ୟାଦି ଭାରିଏଣ୍ଟ ଉପରେ ବି ଉଭୟ ଟିକା କାମ ଦେଉଛି। ICMR ଡିଜି ବଳରାମ ଭାର୍ଗବ ପ୍ରେସ୍‌ମିଟ୍‌ରେ ଏହି ସୂଚନା…

ଅଦ୍ୟତନ ହୋଇଛି
ଆଶ୍ୱସ୍ତିକର ଖବର: ‘ଡେଲ୍‌ଟା ପ୍ଲସ୍’ ଭାରିଏଣ୍ଟ ଉପରେ କୋଭିସିଲ୍ଡ ଓ କୋଭାକ୍ସିନ୍ ଉଭୟ ଭ୍ୟାକ୍ସିନ୍ ଫଳପ୍ରଦ

vaccine

Advertisment

ନୂଆଦିଲ୍ଲୀ: ଡେଲ୍‌ଟା ପ୍ଲସ୍ ଭାରିଏଣ୍ଟ ଉପରେ କୋଭିସିଲ୍ଡ ଓ କୋଭାକ୍ସିନ୍ ଉଭୟ ଭ୍ୟାକ୍ସିନ୍ ଫଳପ୍ରଦ। ଏପରିକି ଆଲଫା, ବିଟା, ଗାମା ଇତ୍ୟାଦି ଭାରିଏଣ୍ଟ ଉପରେ ବି ଉଭୟ ଟିକା କାମ ଦେଉଛି। ICMR ଡିଜି ବଳରାମ ଭାର୍ଗବ ପ୍ରେସ୍‌ମିଟ୍‌ରେ ଏହି ସୂଚନା ଦେଇଛନ୍ତି। ଦେଶର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଡେଲ୍‌ଟା ପ୍ଲସ୍ ଭାରିଆଣ୍ଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment

ଡେଲ୍‌ଟା ପ୍ଲସ୍ ପାଇଁ ଯେଉଁ ଟେଷ୍ଟ କରାଯାଉଛି ଆଲଫା, ବିଟା, ଗାମା ଭାରିଏଣ୍ଟ ପାଇଁ ବି ସମାନ ପରୀକ୍ଷଣ ହେଉଛି। ଯାହାର ରେଜଲ୍ଟ ୭ରୁ ୧୦ ଦିନ ଭିତରେ ଆସିବ। ଏହାପରେ ଜଣାପଡ଼ିବ କି ଏଥିରୁ କେତେଜଣ ବ୍ୟକ୍ତି ଟିକା ନେଇଛନ୍ତି ? ତେବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା କ’ଣ ରହିଛି ସେ ସବୁ ଉପରେ ନଜର ରଖାଯାଇଥିବା ICMR ଡିଜି ସୂଚନା ଦେଇଛନ୍ତି।

" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>

Advertisment

ଅନ୍ୟପକ୍ଷରେ, ଓଡ଼ିଶାରେ ଗୋଟିଏ ଡେଲ୍‌ଟା ପ୍ଲସ୍‌ ଭାରିଏଣ୍ଟ ଚିହ୍ନଟ ହୋଇଛି। ଡେଲ୍‌ଟା ପ୍ଲସ ଭାରିଏଣ୍ଟ ଚିହ୍ନଟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ଦେଶରେ ଚିହ୍ନଟ ମୋଟ ୪୮ଟି କେସ୍‌ରୁ ଓଡ଼ିଶାରେ ଗୋଟିଏ ରହିଛି। ମହାରାଷ୍ଟ୍ରରେ ୨୦, ତାମିଲନାଡୁରେ ୯, ମଧ୍ୟପ୍ରଦେଶରେ ୭ ଚିହ୍ନଟ ହୋଇଛନ୍ତି। ଓଡ଼ିଶାରେ ଚିହ୍ନଟ ଡେଲଟା ପ୍ଲସ ରୋଗୀ ଦେବଗଡ଼ର ବୋଲି ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଭାରତରେ କରୋନାର ଡେଲ୍‌ଟା ପ୍ଲସ୍‌ ଭାରିଏଣ୍ଟ ଭୂତାଣୁର ସଂକ୍ରମଣକୁ ରୋକାଯାଇ ପାରିବ। କୋଭିଡ୍ -୧୯ ପ୍ରୋଟୋକଲର ଉଚିତ ବ୍ୟବହାର, ଲକ୍‌ଡାଉନ୍ ଏବଂ ଟିକାକରଣ ଦ୍ୱାରା ଏହି ଡେଲ୍‌ଟା ପ୍ଲସ୍ ବିପଦକୁ ଏଡାଇ ହେବ ବୋଲି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି।

Advertisment
Delta Plush Variant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ