Advertisment

ଏହିସବୁ ରାଜ୍ୟରେ ବଢ଼ିଲା ଲକ୍‌ଡାଉନ୍‌

ନୂଆଦିଲ୍ଲୀ: କରୋନା ସଂକ୍ରମଣରେ ବ୍ରେକ୍‌ ଦେବା ଲାଗି ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌ କଟକଣା ଅବଧି ବଢ଼ାଯାଇଛି । ଓଡ଼ିଶାରେ ଜୁନ୍ ୧୭ ତାରିଖ ଯାଏ କଟକଣା ଅବଧି ବୃଦ୍ଧି କରାଯାଇଥିବା ବେଳେ ମହାରାଷ୍ଟ୍ରରେ ଜୁନ୍‌ ୧୫ ଓ ତେଲେଙ୍ଗାନାରେ ଜୁନ୍‌ ୧୦…

ଅଦ୍ୟତନ ହୋଇଛି
ଏହିସବୁ ରାଜ୍ୟରେ ବଢ଼ିଲା ଲକ୍‌ଡାଉନ୍‌

corona lockdown

Advertisment

ନୂଆଦିଲ୍ଲୀ: କରୋନା ସଂକ୍ରମଣରେ ବ୍ରେକ୍‌ ଦେବା ଲାଗି ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌ କଟକଣା ଅବଧି ବଢ଼ାଯାଇଛି । ଓଡ଼ିଶାରେ ଜୁନ୍ ୧୭ ତାରିଖ ଯାଏ କଟକଣା ଅବଧି ବୃଦ୍ଧି କରାଯାଇଥିବା ବେଳେ ମହାରାଷ୍ଟ୍ରରେ ଜୁନ୍‌ ୧୫ ଓ ତେଲେଙ୍ଗାନାରେ ଜୁନ୍‌ ୧୦ ଯାଏ କଟକଣା ବୃଦ୍ଧି କରାଯାଇଛି।

Advertisment

ମହାରାଷ୍ଟ୍ରରେ ଆସନ୍ତା ଜୁନ୍ ୧୫ ଯାଏ ଲକ୍‌ଡାଉନ୍‌ କଟକଣା ଅବଧି ବୃଦ୍ଧି ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଘୋଷଣା କରିଛନ୍ତି। ମାତ୍ର  କିଛି ହାତ ଗଣତି ଜିଲ୍ଲାରେ କଟକଣା ସାମାନ୍ୟ କୋହଳ କରାଯାଇଛି। ଯେଉଁ ସବୁ ଜିଲ୍ଲାରେ ପଜିଟିଭିଟି ହାର ୧୦ ପ୍ରତିଶତରୁ କମ୍ ରହିଛି, ସେଠାରେ କଟକଣା ସାମାନ୍ୟ କୋହଳ କରାଯାଇଛି। ତେବେ ଯେଉଁ ସବୁ ଜିଲ୍ଲାରେ ଆଗକୁ ସଂକ୍ରମଣ ହାରରେ ବୃଦ୍ଧି ଦେଖାଦେବ ସେଠାରେ କଟକଣାକୁ ଅଧିକରୁ ଅଧିକ କଠୋର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କହିଛନ୍ତି। ପୂର୍ବରୁ ମହାରାଷ୍ଟ୍ରରେ ଅତ୍ୟାବଶ୍ୟକ ଦୋକାନ ଖୋଲିବା ଲାଗି ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଅନୁମତି ପ୍ରଦାନ କରାଯାଇଥିଲା। ଏବେ ଦିନ ୨ଟା ଯାଏ ଏହାକୁ ବଢ଼ାଇ ଦିଆଯାଇଛି।

ତେଲେଙ୍ଗାନା ସରକାର ମଧ୍ୟ ସଂକ୍ରମଣରେ ବ୍ରେକ୍‌ ଦେବା ଲାଗି ଲକ୍‌ଡାଉନ୍‌ କଟକଣା ଅବଧିକୁ ଜୁନ୍‌ ୧୦ ଯାଏ ବଢ଼ାଇଛନ୍ତି। ରାଜ୍ୟରେ କରୋନା ସ୍ଥିତି ନେଇ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଏନେଇ ଘୋଷଣା କରିଛନ୍ତି। ଦିନ ୧ଟା ଯାଏ କଟକଣା କିନ୍ତୁ କୋହଳ କରାଯାଇଛି। ଏହି ସମୟ ମଧ୍ୟରେ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ କିଣାକିଣି କରିପାରିବେ।

Advertisment

" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>

ସେହିପରି ଓଡ଼ିଶାରେ ମଧ୍ୟ ୧୬ ଦିନ ପାଇଁ ଲକଡାଉନ୍ ଅବଧି ବଢ଼ାଇଛନ୍ତି ରାଜ୍ୟ ସରକାର। ଜୁନ୍ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଲକଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି। ଲକଡାଉନ୍ ବେଳେ ପୂର୍ବରୁ ଜାରି ସମସ୍ତ କଟକଣା ବଳବତ୍ତର ରହିବ। ଏଥିସହ ସପ୍ତାହାନ୍ତ ସଟଡାଉନ୍ କଟକଣା ମଧ୍ୟ ଆଗଭଳି ଜାରି ରହିବ।  ତେବେ ସଂକ୍ରମଣ କମୁଥିବା ୩ଟି ଜିଲ୍ଲାରେ ଲକଡାଉନ୍ କଟକଣାକୁ ସାମାନ୍ୟ କୋହଳ କରାଯାଇଛି। କଟକଣା କୋହଳ ହୋଇଥିବା ଜିଲ୍ଲା ଗୁଡ଼ିକ ହେଲା ନୂଆପଡ଼ା, ଗଜପତି ଓ ସୁନ୍ଦରଗଡ଼।

Advertisment

ଅନ୍ୟପକ୍ଷେ, ସଂକ୍ରମଣ ଧୀରେ ଧୀେରେ ହ୍ରାସ ପାଉଥିବାରୁ ଆଜି ଠାରୁ ଦିଲ୍ଲୀରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଅନଲକ୍ ପ୍ରକ୍ରିୟାର ପ୍ରଥମ ସପ୍ତାହରେ କାରଖାନା ଏବଂ ନିର୍ମାଣ କାର୍ଯ୍ୟକୁ ଅନୁମତି ଦିଆଯାଇଛି । କଟକଣା କୋହଳ କରାଯାଇଥିଲେ ହେଁ ଚଳିତ ସପ୍ତାହରେ ଦିଲ୍ଲୀରେ ମେଟ୍ରୋ ବନ୍ଦ ରହିବ। କର୍ଫ୍ୟୁ ପୂର୍ବ ପରି ଜୁନ୍ ୭ ସକାଳ ୫ ଟା ପର୍ଯ୍ୟନ୍ତ ଜାରି ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ