corona
ନୂଆଦିଲ୍ଲୀ : କମୁଛି ସଂକ୍ରମଣ । ଦେଶରେ କରୋନାର ଦ୍ୱିତୀୟ ଲହରୀରେ ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ସମସ୍ତ ରାଜ୍ୟରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଛି। ସଂକ୍ରମଣ କମୁଥିଲେ ମଧ୍ୟ ଦେଶରେ ଆଜି ଦୈନିକ ମୃତ୍ୟୁ ହାର ରେକର୍ଡ ପାର୍ କରିଛି । ୨୪ ଘଣ୍ଟାରେ ୬ ହଜାର ୧୪୮ ଜଣଙ୍କ ଜୀବନ ନେଇଛି ମହାମାରୀ । ନୂଆ ମୃତ୍ୟୁ ସଂଖ୍ୟା ସହ ଦେଶରେ କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା ୩ ଲକ୍ଷ ୫୯ ହଜାର ୬୭୬କୁ ବୃଦ୍ଧି ପାଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ଦିନକରେ ୯୪ ହଜାର ୫୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୯୧ ଲକ୍ଷ ୮୩ ହଜାର ୧୨୧କୁ ବୃଦ୍ଧି ଘଟିଛି । ବର୍ତ୍ତମାନ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୧ଲକ୍ଷ ୬୭ ହଜାର ୯୫୨ ରହିଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଲେଣି ୨ କୋଟି ୭୬ ଲକ୍ଷ ୫୫ ହଜାର ୪୯୩ । ସେହିଭଳି ସାରା ଦେଶରେ ଏଯାବତ୍ ୨୪ କୋଟି ୨୭ ଲକ୍ଷ ୨୬ ହଜାର ୬୯୩ ଡୋଜ୍ ଟିକାକରଣ ହୋଇଛି ।
ମହାରାଷ୍ଟ୍ରରେ ୨୪ ଘଣ୍ଟାରେ ୧୦,୯୮୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୬୧ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହିପରି ଗୋଟିଏ ଦିନରେ ୧୬,୩୭୯ ରୋଗୀ ମଧ୍ୟ ସୁସ୍ଥ ହୋଇଛନ୍ତି । ନୂତନ ସଂକ୍ରମିତକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା ୫୮,୬୩,୮୮୦ରେ ପହଞ୍ଚିଛି । ସେହିପରି ଏଯାବତ୍ କରୋନା ମହାମାରୀରେ ୧,୦୧,୮୩୩ ଜଣଙ୍କ ଜୀବନ ଯାଇଛି । ମହାରାଷ୍ଟ୍ରରେ ଗତ ଦୁଇ ଦିନ ଧରି ନୂତନ ସଂକ୍ରମଣର ସଂଖ୍ୟା ପ୍ରାୟ ୧୦ ହଜାର ରହୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/corona-2_1623304040.jpg)