new strain of coronavirus
- ଭାରତରେ ମିଳିଲା କରୋନା ଭାଇରସର ନୂଆ ଷ୍ଟ୍ରେନ
- ଏହି ଭାରିଏଣ୍ଟ ଆନ୍ଧ୍ର ପ୍ରଦେଶରୁ ଠାବ କରାଯାଇଥିବାରୁ ଏହାକୁ AP Strain କୁହାଯାଉଛି
- ଏହି ଭାରିଏଣ୍ଟ ୧୫ ଗୁଣାରୁ ଅଧିକ ସଂକ୍ରମିତ କରୁଛି
- ଯୁବ ବର୍ଗଙ୍କୁ ଏହା ଅଧିକ ସଂକ୍ରମିତ କରୁଛି
- ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ ୫୭ ହଜାର ୨୨୯ ଜଣ କରୋନା ସଂକ୍ରମିତ
ବିଶାଖାପାଟଣା: ସାରା ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବେଙ୍ଗଲ ଷ୍ଟ୍ରେନ ପରେ ଏବେ ଭାରତରେ କରୋନା ଭାଇରସର ଏକ ନୂଆ ଭାରିଏଣ୍ଟ ସାମ୍ନାକୁ ଆସିଛି। ଯାହାର ନାଁ ‘AP Strain’ । ଅର୍ଥାତ ଏହି ଭାରିଏଣ୍ଟ ଆନ୍ଧ୍ର ପ୍ରଦେଶରୁ ଠାବ କରାଯାଇଥିବାରୁ ଏହାକୁ AP Strain କୁହାଯାଉଛି। CCMB (Centre for Cellular and Molecular Biology)ର ବୈଜ୍ଞାନିକମାନେ ଏହି ଭାରିଏଣ୍ଟକୁ ଠାବ କରିଛନ୍ତି। କୁହାଯାଉଛି ଯେ, ଏହି ଭାରିଏଣ୍ଟ ୧୫ ଗୁଣାରୁ ଅଧିକ ସଂକ୍ରମିତ କରୁଛି। ଫଳରେ ୩ରୁ ୪ ଦିନ ମଧ୍ୟରେ ସଂକ୍ରମିତ ଲୋକ ଗୁରୁତର ଭାବେ ଅସୁସ୍ଥ ହୋଇପଡୁଛନ୍ତି ।
AP Strain ଅର୍ଥାତ N440K ଭାରିଏଣ୍ଟକୁ ସର୍ବପ୍ରଥମେ ଆନ୍ଧ୍ର ପ୍ରଦେଶର କୁରନୁଲରେ ଠାବ କରାଯାଇଥିଲା। ଏହି ଭାରିଏଣ୍ଟ B1.617 ଓ B1.618 ଠାରୁ ଅଧିକ ଶକ୍ତିଶାଳୀ। ଏନେଇ ବିଶାଖାପାଟଣାର ଜିଲ୍ଲାପାଳ କହିଛନ୍ତି, ବର୍ତ୍ତମାନ CCMBରେ ଅନେକ ଭାରିଏଣ୍ଟକୁ ନେଇ ରିସର୍ଚ୍ଚ ଚାଲିଛି। କେଉଁ ଭାରିଏଣ୍ଟ କେତେ ବିପଦପୂର୍ଣ୍ଣ ତାହା କେବଳ CCMBର ବୈଜ୍ଞାନିକମାନେ ହିଁ କହିପାରିବେ। ହେଲେ ଏହା ସତ ଯେ, କରୋନା ଭାଇରସର ନୂଆ ଷ୍ଟ୍ରେନ ମିଳିଛି ଓ ଏହାର ସାମ୍ପଲ ଲାବ୍ରୋଟେରୀକୁ ପଠାଯାଇଛି।
ଦେଖିବାକୁ ମିଳିଛି ଯେ, କରୋନା ଭାଇରସର ଏହି ନୂଆ AP Strain ଅର୍ଥାତ N440K ଭାରିଏଣ୍ଟ ଲୋକଙ୍କୁ ଶୀଘ୍ର ସଂକ୍ରମିତ କରୁଛି। ଏହା ଦ୍ରୁତ ଗତିରେ ଅଧିକ ଲୋକଙ୍କୁ ସଂକ୍ରମଣ କରୁଛି। ଏହି ଷ୍ଟ୍ରେନରେ ସଂକ୍ରମିତ ଲୋକ ୩ରୁ ୪ ଦିନ ମଧ୍ୟରେ ଗୁରୁତର ଭାବେ ଅସୁସ୍ଥ ହୋଇପଡୁଛନ୍ତି । ଯାହାକୁ ନେଇ ଚିନ୍ତା ଆହୁରି ବଢିଛି। ସବୁଠାରୁ ବଡ଼ କଥା, ଯୁବ ବର୍ଗଙ୍କୁ ଏହା ଅଧିକ ସଂକ୍ରମିତ କରୁଛି।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ ୫୭ ହଜାର ୨୨୯ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ସେହିପରି ୨୪ ଘଣ୍ଟା ମଧ୍ୟରେ ୩୪୪୯ ଲୋକଙ୍କର ଜୀବନ ନେଇଛି କରୋନା । ସେହିପରି ସୋମବାର ଦିନ ୨.୯୯ ଲକ୍ଷ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/new-strain-of-coronavirus_1620121645.jpg)