sabaramati
ଗୁଜୁରାଟ : ଗୁଜୁରାଟର ସାବରମତୀ ନଦୀରେ ମିଳିଲା କରୋନା ଭାଇରସ୍ । ପ୍ରାକୃତିକ ଜଳ ଉତ୍ସରେ ଜୀବିତ ରହୁଛି ଭୂତାଣୁ । ମହାମାରୀର ଦ୍ୱିତୀୟ ଲହରୀ ଧୀରେ ଧୀରେ କମ ହେଉଥିବା ବେଳେ ସଙ୍କଟ ସମ୍ପୂର୍ଣ୍ଣ ରୂପେ ଟଳିନାହିଁ । କରୋନାକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଗୁଜୁରାଟରେ ଏପରି ନୂଆ ତଥ୍ୟ ସାମ୍ନାକୁ ଆସିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସାବରମତୀ ନଦୀରେ କରୋନା ଭାଇରସ୍ ଠାବ ହୋଇଛି ।
ଗୁଜରାଟ ଅହମଦାବାଦ ମଧ୍ୟରେ ଯାଇଥିବା ସାବରମତୀ ପାଣିର ନମୂନା ପରୀକ୍ଷଣ କରାଯାଇଥିଲା, ଯେଉଁଥିଲେ କରୋନା ସଂକ୍ରମଣ ଚିହ୍ନଟ ହୋଇଛି । ସାବରମତୀ ନଦୀ ବ୍ୟତୀତ ଅହମଦାବାଦର ଦୁଇ ବଡ଼ ପୋଖରୀ କାଙ୍କରିଆ ଓ ଚନ୍ଦୋଲାରେ ମଧ୍ୟ କରୋନା ସଂକ୍ରମଣ ମିଳିଛି । ସାବରମତୀ ପୂର୍ବରୁ ଗଙ୍ଗା ନଦୀ ସଲଂଗ୍ନ ଅନେକ ସ୍ୱରେଜରେ ମଧ୍ୟ କରୋନା ଭୂତାଣୁ ମିଳିଥିଲା । କିନ୍ତୁ ଏବେ ପ୍ରାକୃତିତ ଜଳ ଉତ୍ସରେ କରୋନା ଭାଇରସ୍ ଚିହ୍ନଟ ହେବା ପରେ ଚିନ୍ତା ବଢ଼ିଯାଇଛି ।
ଅହମଦାବାଦର ସାବରମତୀ ନଦୀରୁ ନମୂନା ସଂଗ୍ରହ କରିଥିଲା ଆଇଆଇଟି ଗାନ୍ଧୀନଗର । ଆଉ ଏହାକୁ ଅଧ୍ୟୟନ କରାଯାଇଥିଲା । ପ୍ରୋଫେସର ମନୀଷ କୁମାର କହିଛନ୍ତି, ଯାଂଚ ସମୟରେ ସାବରମତୀ ଜଳରେ କରୋନା ସଂକ୍ରମଣ ଚିହ୍ନଟ ହୋଇଛି, ଯାହା ଅତ୍ୟନ୍ତ ଭୟଙ୍କର । ସାବରମତୀ ନଦୀରୁ ୬୯୪, କାଙ୍କରିଆ ପୋଖରୀରୁ ୫୪୯, ଚନ୍ଦୋଲା ପୋଖରୀରୁ ୪୦୨ ନମୂନା ନିଆଯାଇ ପରୀକ୍ଷଣ କରାଯାଇଥିଲା । ଏଥିରେ କରୋନା ଭାଇରସ୍ ଚିହ୍ନଟ ହୋଇଛି ।
ଆହୁରି ପଢନ୍ତୁ: ଗୋଟିଏ ଦିନରେ କୋଭାକ୍ସିନ୍ ଓ କୋଭିସିଲ୍ଡ ଭ୍ୟାକ୍ସିନ୍ ନେଲେ ଏହି ମହିଳା
ଅଧ୍ୟୟନ ଅନୁସାରେ ପ୍ରାକୃତିକ ଜଳ ଉତ୍ସରେ ମଧ୍ୟ ଜୀବିତ ରହୁଛି କରୋନା ଭାଇରସ୍ । ଏଥିପାଇଁ ଦେଶର ସମସ୍ତ ପ୍ରାକୃତିକ ଜଳ ଉତ୍ସର ଯାଂଚ କରାଯିବା ଜରୁରୀ ବୋଲି କହିଛନ୍ତି ଅଧ୍ୟୟନକର୍ତ୍ତା । କାରଣ କରୋନାର ଦ୍ୱିତୀୟ ଲହରୀରେ ଭାଇରସର ଅନେକ ପ୍ରକାର ମ୍ୟୁଟେସନ୍ ଦେଖିିବାକୁ ମିଳିଛି । ଖୁବ ଶୀଘ୍ର କରୋନାର ତୃତୀୟ ଲହରୀ ଆସିପାରେ ବୋଲି ଆଶଙ୍କା କରାଯାଉଥିବା ବେଳେ ଦନୀ ଗୁଡ଼ିକରୁ ନମୂନା ସଂଗ୍ରହ କରାଯାଇ ଯାଂଚ କରିବା ଆବଶ୍ୟକ ନିଶ୍ଚୟ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/sabaramati_1623999056.jpg)