vaccination
ନୂଆଦିଲ୍ଲୀ: ଦେଶର ବହୁ ସ୍ଥାନରେ କରୋନା ଟିକାର ଅଭାବ ଅଭିଯୋଗ ଆସୁଥିବା ବେଳେ କେତେକ ସ୍ଥାନରେ କିଛି ପ୍ରାଇଭେଟ ହସ୍ପିଟାଲ ଓ ହୋଟେଲ ମିଳିତ ଭାବେ କରୋନା ଟିକାକରଣ ପ୍ୟାକେଜ ଦେଉଥିବାର ଅଭିଯୋଗ ହୋଇଛି। ଲକ୍ଜୁରି ହୋଟେଲରେ ପ୍ରାଇଭେଟ ହସ୍ପିଟାଲ ଗୁଡ଼ିକ ଟିକାକରଣ ବ୍ୟବସ୍ଥା କରିଛନ୍ତି। ଟିକାକରଣ ଲାଗି ଦିଆଯାଉଥିବା ଏହି ପ୍ୟାକେଜ୍ରେ ଲକ୍ଜୁରି ଓ ଷ୍ଟାର ହୋଟେଲରେ ରହିବା, ଜଳଖିଆ, ରାତ୍ରୀ ଭୋଜନ, ଓ୍ୱାଇଫାଇ ବ୍ୟବହାର ସହ ଅନ୍ୟାନ୍ୟ ସୁବିଧା ରହିଛି। ଏହାକୁ ନେଇ କଡ଼ା ଆପତ୍ତି ପ୍ରକାଶ କରିଛି କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ। ଏହା ଟିକାକରଣ ଗାଇଡ୍ଲାଇନ୍ର ଉଲ୍ଲଂଘନ ବୋଲି କୁହାଯାଉଛି। ଏପରି ବ୍ୟବସ୍ଥାକୁ ବନ୍ଦ କରିବା ସହିତ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଅତିରିକ୍ତ ସଚିବ ଡଃ ମନୋହର ଅଗନାନି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି।
ଗାଇଡ୍ଲାଇନ୍ ଅନୁସାରେ, କେବଳ ସରକାରୀ ହସ୍ପିଟାଲ ଏବଂ କିଛି ଘରୋଇ ହସ୍ପିଟାଲରେ ଟିକାକରଣ ଲାଗି ଅନୁମତି ଦିଆଯାଇଛି। ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଏବଂ ଶଯ୍ୟାଶାୟୀ ରୋଗୀଙ୍କ କ୍ଷେତ୍ରରେ ଅସ୍ଥାୟୀ ଭାବେ ଘରକୁ ଯାଇ କିମ୍ବା ଘର ନିକଟରେ ଟିକାକରଣ ଲାଗି ଅନୁମତି ଦିଆଯାଇଛି।
ରବିବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୧,୬୫,୫୫୩ ନୂଆ କରୋନା ଭାଇରସ ସଂକ୍ରମଣ ହୋଇଥିବା ଜଣାପଡିଛି। ଏହା ସହିତ ଦିନକରେ କରୋନା କାରଣରୁ ଦେଶରେ ୩,୪୬୦ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/vaccination-4_1622357410.jpg)