temple
ପ୍ରତାପଗଡ଼ : ଅନ୍ଧବିଶ୍ୱାସର ଅନ୍ତ । ତିଆରି ହେବାର କିଛି ଦିନ ଭିତରେ ଭାଙ୍ଗିଲା କରୋନା ମାତା ମନ୍ଦିର । ଉତ୍ତରପ୍ରଦେଶ ପ୍ରତାପଗଡ଼ରେ ଗାଁ ଲୋକଙ୍କ ଦ୍ୱାରା ତିଆରି ହୋଇଥିବା କରୋନା ମାତା ମନ୍ଦିରକୁ ତୁରନ୍ତ ହଟାଇ ଦେଇଛି ପୋଲିସ । ମନ୍ଦିର ନିର୍ମାଣ ହୋଇଥିବା ଜାଣିବା ମାତେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଜେସିବି ଦ୍ୱାରା ମନ୍ଦିରକୁ ଭାଙ୍ଗି ଦିଆଯାଇଛି । ଏହାସହ ରାତାରାତି ମନ୍ଦିର ଭଙ୍ଗା ହେବା ପରେ ପଡ଼ିଥିବା ମାଟି, ଗୁଡ଼ି ପଥର, ଇଟା ସବୁ ସଫା କରି ଦିଆଯାଇଛି, ଯେପରି ସେହି ଜାଗାରେ ପୂର୍ବରୁ କିଛି ନଥିଲା ।
ପ୍ରତାପଗଡ଼ର ସଙ୍ଗରୀପୁର ଥାନା ସ୍ଥିତ ଜୁହି ଶୁକ୍ଳପୁର ଗାାଁରେ ଏପରି ଘଟଣା ଘଟିଛି, ଏଠାରେ କିଛି ଦିନ ପୂର୍ବରୁ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ କରୋନା ମାତା ମନ୍ଦିର ନିର୍ମାଣ କରିଥିଲେ ଗ୍ରାମବାସୀ । । କରୋନା ଭୟରେ ଗ୍ରାମବାସୀ ଏକତ୍ରିତ ହୋଇ ଚାନ୍ଦା ସଂଗ୍ରହ କରି କରୋନା ମାତା ମନ୍ଦିର ନିର୍ମାଣ କରିଥିଲେ । କେବଳ ଏତିକି ନୁହେଁ କରୋନା ମାତା ମନ୍ଦିର ତିଆରି କରି କରୋନା ମାତାଙ୍କ ମୂର୍ତ୍ତି ମଧ୍ୟ ସ୍ଥାପନ କରି, ସେଥିରେ ମାସ୍କ ଲଗାଇ ପୂଜା କରୁଥିଲେ ।
ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା ଅନ୍ଧବିଶ୍ୱାସ ଆଧାରରେ ନିର୍ମାଣ ହୋଇଥିବା ଏହି ମନ୍ଦିରକୁ ଗ୍ରାମବାସୀଙ୍କ ସମେତ ଦୂରଦୂରାନ୍ତରୁ ଅନେକ ଲୋକ କରୋନା ମାତାଙ୍କୁ ଦର୍ଶନ କରିବାକୁ ଆସୁଥିଲେ । ଏଠାରେ ଲୋକମାନେ କରୋନା ମାତାଙ୍କୁ ପୂଜା କରୁଥିବା ଦେଖିବାକୁ ମିଳିଥିଲା । ଗ୍ରାମବାସୀମାନେ କରୋନା ମାତା ସାମ୍ନାରେ ଧୂପକାଠି ଜାଳିବା ସହ ପ୍ରସାଦ ଅର୍ପଣ କରି ପୂଜାର୍ଚ୍ଚନା ମଧ୍ୟ କରୁଥିଲେ । ସୂଚନା ଅନୁସାରେ ଏହି ଗାାଁରେ କରୋନାରେ ୩ ଜଣ ପ୍ରାଣ ହରାଇବା ପରେ ଅନେକ ଲୋକ ସଂକ୍ରମିତ ହୋଇଥିଲେ । ଫଳରେ ଭୟରେ ଗ୍ରାମବାମୀ ଔଷଧ ସହ ଅନ୍ଧବିଶ୍ୱାସ ଉପରେ ଭରସା କରି କରୋନା ମାତା ମନ୍ଦିର ନିର୍ମାଣ କରିଥିଲେ ।
ତେବେ ପୋଲିସ ଓ ପ୍ରଶାସନ ନିକଟରେ ଏ ସମ୍ପର୍କରେ ଖବର ପହଞ୍ଚିବା ପରେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ମନ୍ଦିର ଭଙ୍ଗା ହୋଇଯାଇଛି । ପୋଲିସ ଏବେ ଜଣେ ଗ୍ରାମବାସୀଙ୍କୁ ଅଟକ ରଖି ମାମାଲା ସମ୍ପର୍କରେ ପଚରାଉଚରା କରୁଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/temple_1623566436.jpg)