Advertisment

ଦିନକରେ ୪ ଲକ୍ଷ ୩ ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ତରଙ୍ଗ ସମଗ୍ର ଦେଶକୁ ଥରାଇ ଦେଇଛି। ଭାରତରେ କରୋନା ମାମଲା ବୃଦ୍ଧି ପାଉଥିବା ଆକଳନ ବର୍ତ୍ତମାନ ବିଶ୍ୱକୁ ଭୟଭୀତ କରିବାରେ ଲାଗିଛି। ଗତ ତିନି ଦିନ ଧରି କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୪ ଲକ୍ଷରୁ ଅଧିକ…

ଦିନକରେ ୪ ଲକ୍ଷ ୩ ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା

Untitled-1

Advertisment

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ତରଙ୍ଗ ସମଗ୍ର ଦେଶକୁ ଥରାଇ ଦେଇଛି। ଭାରତରେ କରୋନା ମାମଲା ବୃଦ୍ଧି ପାଉଥିବା ଆକଳନ ବର୍ତ୍ତମାନ ବିଶ୍ୱକୁ ଭୟଭୀତ କରିବାରେ ଲାଗିଛି। ଗତ ତିନି ଦିନ ଧରି କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୪ ଲକ୍ଷରୁ ଅଧିକ ହୋଇଥିବାରୁ ଦେଶରେ କରୋନା ଅବସ୍ଥା ବିଗିଡିବା ଅନୁମାନ କରାଯାଇପାରେ। ଗତ ୨୪ ଘଣ୍ଟାରେ ଦେଶରେ ୪ ଲକ୍ଷ ୩ ହଜାର ୭୩୮ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଥିବାବେଳେ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ମୃତ୍ୟୁ ସଂଖ୍ୟା ୪ ହଜାର ଅତିକ୍ରମ କରିଛି।

Advertisment

ଦେଶରେ ଗୋଟିଏ ଦିନରେ ୪ ହଜାର ୯୨ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାପୂର୍ବରୁ ଶୁକ୍ରବାର ଦେଶରେ ପ୍ରଥମ ଥର ପାଇଁ ୪ ହଜାର ୨୩୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଫଳରେ ଏହି ସଂଖ୍ୟା ୨ ଲକ୍ଷ ୪୨ ହଜାର ୩୬୨କୁ ବୃଦ୍ଧି ପାଇଛି। ତେବେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ମଧ୍ୟରେ ଆଶ୍ଵସ୍ଥିର ଖବର ହେଉଛି ଯେ କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢୁଛି। ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଗତ ୩ ଲକ୍ଷ ୮୬ ହଜାର ୪୪୪ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୨.୨୨ କୋଟି ଲୋକ କରୋନା ସଂକ୍ରମିତ ହୋଇଥିବାବେଳେ ୧.୮୩ କୋଟି ସୁସ୍ଥ ହୋଇଛନ୍ତି। ଏବେ ଦେଶରେ ୩୭ ଲକ୍ଷ ୩୬ ହଜାର ୬୪୮ ଆକ୍ଟିଭ୍ କେସ୍ ରହିଛି। ସେପଟେ ଦେଶରେ ଏଯାଏଁ ୧୬ କୋଟି ୯୪ ଲକ୍ଷ ୩୯ ହଜାର ୬୬୩ ଡୋଜ୍ ଟିକାକରଣ ହୋଇଛି।

ମହାରାଷ୍ଟ୍ର କରୋନା ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ଜଣାପଡିଛି। ଶନିବାର ମହାରାଷ୍ଟ୍ରରେ ୫୩,୬୦୫ ନୂଆ ମାମଲା ଆସିବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୦,୫୩,୩୩୬କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ୮୬୪ ଜଣ ରୋଗୀଙ୍କ ମୃତ୍ୟୁ ପରେ ରାଜ୍ୟରେ ମହାମାରୀ ଯୋଗୁଁ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୭୫,୨୭୭କୁ ବୃଦ୍ଧି ପାଇଛି। ଏହା ସହିତ ଆଜି ୮୨,୨୬୬ ଜଣଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ଆରୋଗ୍ୟ ହୋଇଥିବା ରୋଗୀଙ୍କ ସଂଖ୍ୟା ୪୩,୪୭,୫୯୨କୁ ବୃଦ୍ଧି ପାଇଛି।

Advertisment

ସେହିପରି ଶନିବାର କର୍ଣ୍ଣାଟକରେ କରୋନାରେ ୪୮୨ ଜଣଙ୍କ ମୃତ୍ୟୁ ପରେ ମହାମାରୀରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୧୮,୨୮୬କୁ ବୃଦ୍ଧି ପାଇଛି। ଏହା ବ୍ୟତୀତ ୪୭,୫୬୩ ନୂଆ ମାମଲା ଆସିବା ପରେ ସଂକ୍ରମିତଙ୍କ ସଂଖ୍ୟା ୪୮,୮୬,୪୪୮ କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଆଜି ଦିନକୁ ୩୪,୮୮୧ ଜଣଙ୍କୁ ମୁକ୍ତ କରିବା ପରେ ଆରୋଗ୍ୟ ହୋଇଥିବା ମୋଟ ଲୋକଙ୍କ ସଂଖ୍ୟା ୧୩,୧୯,୩୦୧କୁ ବୃଦ୍ଧି ପାଇଛି। ବିଭାଗ କହିଛି ଯେ ଏପର୍ଯ୍ୟନ୍ତ ୨.୬୯ କୋଟି ନମୁନା ପରୀକ୍ଷା କରାଯାଇଛି। ଶନିବାର ୧,୫୭,୦୨୭ ନମୁନା ପରୀକ୍ଷା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ