Advertisment

‘ସୁପରମ୍ୟାନ୍‌’ ଡ୍ରେସ୍ ପିନ୍ଧି ରାସ୍ତାରେ ଷ୍ଟଣ୍ଟ୍‌ କରୁଥିଲେ; ପଛପଟୁ ଧକ୍କା ଦେଲା ବସ୍‌, ତା’ପରେ...

ଆପଣ, ଏମିତି ଅନେକ ଘଟଣା ଦେଖିଥିବେ ଯେଉଁଠି ବିପଦପୂର୍ଣ୍ଣ ଷ୍ଟଣ୍ଟ୍‌ କରି ଲୋକମାନେ ନିଜ ପାଇଁ ନିଜେ ସମସ୍ୟା ସୃଷ୍ଟି କରିଥାନ୍ତି। ହୁଏତ ଏହା ସେମାନଙ୍କ ପାଇଁ ଏକ ସଉକ ହୋଇପାରେ, ହେଲେ ଏହି ସଉକ୍‌ ଦିନେ ସେମାନଙ୍କୁ ମରଣ ମୁହଁକୁ…

‘ସୁପରମ୍ୟାନ୍‌’ ଡ୍ରେସ୍ ପିନ୍ଧି ରାସ୍ତାରେ ଷ୍ଟଣ୍ଟ୍‌ କରୁଥିଲେ; ପଛପଟୁ ଧକ୍କା ଦେଲା ବସ୍‌, ତା’ପରେ...

comedian

Advertisment

ଆପଣ, ଏମିତି ଅନେକ ଘଟଣା ଦେଖିଥିବେ ଯେଉଁଠି ବିପଦପୂର୍ଣ୍ଣ ଷ୍ଟଣ୍ଟ୍‌ କରି ଲୋକମାନେ ନିଜ ପାଇଁ ନିଜେ ସମସ୍ୟା ସୃଷ୍ଟି କରିଥାନ୍ତି। ହୁଏତ ଏହା ସେମାନଙ୍କ ପାଇଁ ଏକ ସଉକ ହୋଇପାରେ, ହେଲେ ଏହି ସଉକ୍‌ ଦିନେ ସେମାନଙ୍କୁ ମରଣ ମୁହଁକୁ ଠେଲି ଦେବ, ହୁଏତ ଏହା ସେମାନଙ୍କୁ ଜଣାନଥିବ। ଏମିତି ଏକ ଘଟଣାର ଦୃଶ୍ୟ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି, ବ୍ରାଜିଲର ଜଣେ କମେଡିଆନ୍‌ ‘ସୁପରମ୍ୟାନ୍‌’ ଡ୍ରେସ୍ ପିନ୍ଧି ରାସ୍ତାରେ ଷ୍ଟଣ୍ଟ୍‌ କରିବା ପାଇଁ ପ୍ରୟାସ କରୁଥିବା ବେଳେ ପଛପଟୁ ତାଙ୍କୁ ଏକ ବସ୍‌ ଧକ୍କା ଦେଇଥିଲା। ଏଥିରେ ସେ ଆହତ ହୋଇଛନ୍ତି। ମେ’ ୩୦ରେ ବ୍ରାଜିଲର Barra dos Coqueirosରେ ଏହି ଅଭାବନୀୟ ଘଟଣା ଘଟିଥିଲା।

Advertisment

ଡେଲି ମେଲ୍‌ର ଏକ ରିପୋର୍ଟ ଅନୁସାରେ, ପ୍ରସିଦ୍ଧ କମେଡିଆନ୍‌ ଲୁଇଜ୍‌ ରିବିରୋ ଡେ ଏଣ୍ଡ୍ରେଡ୍‌(Luiz Ribeiro de Andrade) ‘ସୁପରମ୍ୟାନ୍‌’ କଷ୍ଟ୍ୟୁମ୍‌ ପିନ୍ଧି ରାସ୍ତା ମଝିରେ ଛିଡ଼ା ହୋଇଥିଲେ। ବସ୍‌ଟି ତାଙ୍କର ନିକଟତର ହେବା ଦେଖି ଏହାକୁ ଅଟକାଇବା ପାଇଁ ଲୁଇଜ୍‌ କ୍ୟାମେରା ସାମ୍ନାରେ ଆକ୍ଟିଂ କରି କହିଥିଲେ, ‘ବର୍ତ୍ତମାନ ମୁଁ ଭାବୁଛି, ପ୍ରକୃତରେ ମୁଁ ଷ୍ଟିଲ୍‌ରେ ତିଆରି। ହେଲେ ତାଙ୍କର ଏହି ମଜାକ୍‌ ହଠାତ୍‌ ଦୁର୍ଘଟଣାରେ ବଦଳି ଯାଇଥିଲା। ବସ୍‌ଟି ପଛପଟୁ ଆସି ତାଙ୍କୁ ଜୋର୍‌ରେ ଧକ୍କା ଦେଇଥିଲା ଓ ଏଥିରେ ସେ ଆହତ ହୋଇଥିଲେ। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବା ଜଣାପଡ଼ିଛି।

Advertisment

ଘଟଣାକୁ ନେଇ ଲୁଇଜ୍‌ କହିଛନ୍ତି, ତାଙ୍କର ଏହି ଷ୍ଟଣ୍ଟ୍‌ ଫେଲ୍‌ ମାରିଥିଲା। କାହିଁକି ନା ବସ୍‌ ଡ୍ରାଇଭର ବସ୍‌ ଅଟକାଇବା ଦୂରତାକୁ ଠିକ୍‌ ଭାବେ ଅନୁମାନ ଲଗାଇ ପାରିନଥିଲେ ଓ ଶେଷରେ ମୁଁ ତଳେ ପଡ଼ି ଯାଇଥିଲେ। ଏଥିପାଇଁ ମୁଁ ନିଜକୁ ଦାୟୀ କରୁଛି। ବସ୍‌ର ବ୍ରେକ୍‌ରେ କୌଣସି ସମସ୍ୟା ନଥିଲା। କମେଡି ପାଇଁ ବ୍ରାଜିଲ୍‌ରେ ‘ସୁପରମ୍ୟାନ୍‌’ ଭାବେ ଲୁଇଜ୍‌ ବେଶ୍‌ ପରିଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ