china
ପେଇଚିଙ୍ଗ୍ : ପୁଣି ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚୁଛି ଚୀନ୍ । ପୂର୍ବ ଲଦାଖରେ ବିଗତ କିଛି ମାସ ଧରି ଭାରତ ଓ ଚୀନ ସେନା ମଧ୍ୟରେ ଜାରି ରହିଥିବା ବିବାଦ ମଧ୍ୟରେ ଡ୍ରାଗନ୍ ପୁଣି ଥରେ ଭାରତୀୟ ସୀମାରେ ସକ୍ରିୟ ହୋଇଛି । ପଶ୍ଚିମ ସୀମାରେ ବଳ ଗୋଟାଇବାରେ ଲାଗିଛି ଚୀନ୍ । ଭାରତ ସହ ଉତ୍ତେଜନା ଚରମରେ ପହଞ୍ଚିଥିବା ବେଳେ ପଶ୍ଚିମ ସୀମାରେ ଚୀନ ବାୟୁ ଶକ୍ତି ବୃଦ୍ଧି କରୁଛି । ବିଶ୍ୱସ୍ତ ସୂତ୍ର ଅନୁସାରେ ଚୀନ ନିଜର ଏୟାରବେସରେ ଘାତକ କ୍ଷେପଣାସ୍ତ୍ର ଠାରୁ ଆରମ୍ଭ କରି ପରମାଣୁ ବମ୍ବର ପର୍ଯ୍ୟନ୍ତ ମୁତୟନ କରୁଛି । ଏହା ପୂର୍ବରୁ ଚୀନ୍ ବାୟୁସେନା ଭାରତୀୟ ସୀମାରେ ଏକ ବଡ଼ ଯୁଦ୍ଧାଭ୍ୟାସ କରିଥିଲା ।
ଗଲୱାନ୍ ହିଂସା ପରେ ପୂର୍ବ ଲଦାଖରେ ଭାରତ ଏବଂ ଚୀନ ବିବାଦ ବର୍ତ୍ତମାନ ନିର୍ଣ୍ଣାୟକ ମୋଡ଼ ନେଇଛି। ଉଭୟ ଦେଶ ନିଜ ନିଜ ସୀମାକୁ ଆହୁରି ମଜବୁତ କରିବା ପାଇଁ ସୀମାରେ ଅଧିକ ସେନା ମୁତୟନ କରୁଛନ୍ତି । ଭାରତ ନିଜ ସୀମାରେ ସେନା ସଂଖ୍ୟା ବଢ଼ାଇଥିବା ବେଳେ ଯୁଦ୍ଧ ବିମାନ ରାଫେଲ ମୁୟତନ କରିଛି । ସେହିପରି ଚୀନ୍ ମଧ୍ୟ ସୀମାରେ ସୈନ୍ୟ ସଂଖ୍ୟା ବୃଦ୍ଧି କରିଛି । ଗତ ଏକ ବର୍ଷ ମଧ୍ୟରେ ଚୀନ୍ ଭାରତ ସୀମାରେ ଏକ ଅପ୍ରତ୍ୟାଶିତ ଭାବରେ ଚୀନ ବାୟୁସେନା ଚକ୍କର କାଟୁଛି । ଚୀନ୍ ଏୟାରବେସରେ ଏଭଳି ବିମାନ ରହିଛି, ଯାହା ଭାରତୀୟ ବିମାନକୁ ଲକ୍ଷ୍ୟଭେଦ କରିପାରିବ ।
ସୂଚନାଯୋଗ୍ୟ ଗଲୱାନ ଘାଟିରେ ଭାରତ ଏବଂ ଚୀନ୍ ସେନା ମଧ୍ୟରେ ସଂଘର୍ଷକୁ ଦୁଇ ଦିନ ପୂର୍ବରୁ ବର୍ଷେ ପୂରିଛି । ଏବେ ବି ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି । ଏହାରି ମଧ୍ୟରେ ଶାନ୍ତି ବଜାୟ ରଖିବା ପାଇଁ ୧୧ଟି ପର୍ଯ୍ୟାୟରେ ଭାରତ ଓ ଚୀନ ମଧ୍ୟରେ ଆଲୋଚନା ହୋଇସାରିଛି, ତଥାପି କୌଣସି ନିଷ୍କର୍ଶ ବାହାରି ପାରିନାହିଁ । ସୀମାର ଉଭୟ ପାର୍ଶ୍ୱରେ ସାମରିକ ଶକ୍ତି ବୃଦ୍ଧି ପାଇବାରେ ଲାଗିଛି । ଚୀନ୍ ପୂର୍ବ ଲଦାଖରେ କ୍ରମାଗତ ଭାବେ କ୍ଷମତା ବୃଦ୍ଧି କରୁଛି । ତେବେ ସମସ୍ତ ପରିସ୍ଥିତିର ସାମ୍ନା କରିବାକୁ ଭାରତୀୟ ସେନା ମଧ୍ୟ ପ୍ରସ୍ତୁତ ଅଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/china_1623919321.jpg)