Advertisment

ନିର୍ଦ୍ଦୟ ପୋଲିସ! ପାସ୍‌ ନଥିବା କହି ଛାଡ଼ିଲାନି ଗାଡ଼ି, ଅଧାବାଟରେ ଚାଲିଗଲା ରୋଗୀଙ୍କ ଜୀବନ

ଛତିଶଗଡ଼: ଛତିଶଗଡ଼ରେ ପୋଲିସର ନିର୍ଦ୍ଦୟତା ଦେଖିବାକୁ ମିଳିଛି। ଯେଉଁଠାରେ ଜଣେ ଅସୁସ୍ଥ ମହିଳାଙ୍କୁ ଡାକ୍ତରଖାନା ନେବାକୁ ପୋଲିସ ଛାଡ଼ିନଥିଲା।  ଯାହାଦ୍ୱାରା ରାସ୍ତାରେ ହିଁ ମହିଳା ଜଣଙ୍କ ପ୍ରାଣ ହରାଇଥିଲେ। ଛତିଶଗଡ଼ର ବଳରାମପୁରର ଜଣେ ବ୍ୟକ୍ତି ନିଜ ପତ୍ନୀର ଦେହ ଖରାପ କହି ପୋଲିସ ଆଗରେ ବାରମ୍ୱାର ନିବେଦନ କରିଥିଲେ। ଏମିତିକି ବ୍ୟକ୍ତି ଜଣଙ୍କ ହସ୍ପିଟାଲର ସ୍ଲିପ୍‌ ମଧ୍ୟ ଦେଖାଇଥିଲେ, ତଥାପି ପୋଲିସ ବ୍ୟକ୍ତିଙ୍କ ଗାଡ଼ିକୁ ଆଗକୁ ଛାଡ଼ିନଥିଲା। ପୋଲିସି ବ୍ୟକ୍ତିଙ୍କୁ ପାସ୍‌ ମାଗିଥିଲା। ପାସ୍‌ ନ ଦେଇପରିବା […]

ଅଦ୍ୟତନ ହୋଇଛି
ନିର୍ଦ୍ଦୟ ପୋଲିସ! ପାସ୍‌ ନଥିବା କହି ଛାଡ଼ିଲାନି ଗାଡ଼ି, ଅଧାବାଟରେ ଚାଲିଗଲା ରୋଗୀଙ୍କ ଜୀବନ

police

Advertisment

ଛତିଶଗଡ଼: ଛତିଶଗଡ଼ରେ ପୋଲିସର ନିର୍ଦ୍ଦୟତା ଦେଖିବାକୁ ମିଳିଛି। ଯେଉଁଠାରେ ଜଣେ ଅସୁସ୍ଥ ମହିଳାଙ୍କୁ ଡାକ୍ତରଖାନା ନେବାକୁ ପୋଲିସ ଛାଡ଼ିନଥିଲା।  ଯାହାଦ୍ୱାରା ରାସ୍ତାରେ ହିଁ ମହିଳା ଜଣଙ୍କ ପ୍ରାଣ ହରାଇଥିଲେ। ଛତିଶଗଡ଼ର ବଳରାମପୁରର ଜଣେ ବ୍ୟକ୍ତି ନିଜ ପତ୍ନୀର ଦେହ ଖରାପ କହି ପୋଲିସ ଆଗରେ ବାରମ୍ୱାର ନିବେଦନ କରିଥିଲେ। ଏମିତିକି ବ୍ୟକ୍ତି ଜଣଙ୍କ ହସ୍ପିଟାଲର ସ୍ଲିପ୍‌ ମଧ୍ୟ ଦେଖାଇଥିଲେ, ତଥାପି ପୋଲିସ ବ୍ୟକ୍ତିଙ୍କ ଗାଡ଼ିକୁ ଆଗକୁ ଛାଡ଼ିନଥିଲା। ପୋଲିସି ବ୍ୟକ୍ତିଙ୍କୁ ପାସ୍‌ ମାଗିଥିଲା। ପାସ୍‌ ନ ଦେଇପରିବା ଯୋଗୁ ଘଟଣାର କିଛି ସମୟ ପରେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଧରୀ ଘରକୁ ଫେରୁଥିଲେ। କିନ୍ତୁ ତାଙ୍କ ପତ୍ନୀ ଗାଁଠାରୁ ୧୦ କିମି ଦୂରରେ ପ୍ରାଣ ହରାଇଥିଲେ। ପୋଲିସ ଯୋଗୁ ମହିଳାଙ୍କର ପ୍ରାଣ ଚାଲିଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

Advertisment

ଖବର ଅନୁଯାୟୀ, ବଳରାମପୁର ଜିଲ୍ଲାର ଗୌନା ଗାଁର ବିହାନୀ ଦେବୀ କିଛି ଦିନ ହେବ ଅସୁସ୍ଥ ଥିଲେ। ଏନେଇ ତାଙ୍କ ସ୍ୱାମୀ ଏକ ଭଡ଼ା ଗାଡ଼ି କରି ଚିକିତ୍ସା ପାଇଁ ତାଙ୍କୁ ଅମ୍ବିକାପୁରର ସରକାରୀ ଡାକ୍ତରଖାନାକୁ ନେଉଥିଲେ। କିନ୍ତୁ ସୁରଜପୁର ଜିଲ୍ଲାର ସୀମାରେ ଡ୍ୟୁଟି କରୁଥିବା ପୋଲିସ ତାଙ୍କୁ ଆଗକୁ ଛାଡ଼ିନଥିଲା। ବିହାନୀଙ୍କ ସ୍ୱାମୀ ପୋଲିସକୁ ହସ୍ପିଟାଲର ସ୍ଲିପ୍‌ ଦେଖାଇବା ସହିତ ଯେତେ କାକୁତି ମିନତୀ ହୋଇ କହିଥିଲେ ମଧ୍ୟ ପୋଲିସ ଗାଡ଼ି ଛାଡ଼ିନଥିଲା। ବ୍ୟକ୍ତିଙ୍କୁ ପୋଲିସ କର୍ମଚାରୀ ପାସ୍‌ ମାଗିଥିଲେ। ପାସ୍‌ ନଥିବା କହି ବ୍ୟକ୍ତିଙ୍କୁ ମେଡ଼ିକାଲ ଯିବାକୁ ଅନୁମତି ଦେଇନଥିଲେ।

ପରେ ବ୍ୟକ୍ତି ଜଣଙ୍କ ଅସୁସ୍ଥ ପତ୍ନୀଙ୍କୁ ଧରି ଘରକୁ ଫେରୁଥିଲେ। ତଥାପି ବ୍ୟକ୍ତିଙ୍କ ଦୁଃଖ ସରିନଥିଲା। ଘରକୁ ଫେରୁଥିବା ସମୟରେ ଗାଡ଼ିର ଡ୍ରାଇଭର ମଧ୍ୟ ସେମାନଙ୍କୁ ଅଧା ରାସ୍ତାରେ ଛାଡି ପଳାଇ ଯାଇଥିଲା। ପ୍ରାୟ ଏକ ଘଣ୍ଟା ଧରି ରାସ୍ତାରେ ଅପେକ୍ଷା କରିଥିଲେ। ସେତେବେଳକୁ ବିହାନୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଛି। ପରେ ଏକ ଟ୍ରାକ୍ଟର ସାହାଯ୍ୟରେ ମହିଳାଙ୍କ ଜଣଙ୍କ ଘରକୁ ଫେରୁଥିଲେ। କିନ୍ତୁ ଗାଁଠାରୁ ୧୦ କିମି ଦୂରରେ ମହିଳାଙ୍କର ପ୍ରାଣ ବାୟୁ ଉଡ଼ିଯାଇଥିଲା। ବ୍ୟକ୍ତି ଜଣଙ୍କ ମହିଳାଙ୍କ ମୃତଦେହକୁ ନେଇ ଗାଁକୁ ଫେରିଥିଲେ।

Advertisment

ଏଭଳି ଦୁଃଖଦ ଘଟଣାର ତଦନ୍ତ ପାଇଁ ସ୍ଥାନୀୟ ପ୍ରଶାସନ ଜଣେ ଅଧିକାରୀଙ୍କୁ ନିଯୁକ୍ତି କରିଥିବା ଜଣାପଡ଼ିଛି। ଏଥିସହିତ ସେଠାକାର ଜିଲ୍ଲାପାଳ ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ଯଦି କେହିବି ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ