chhatisgarh
ମଇଁଷି ଚୋରି ଅଭିଯୋଗରେ ୬ ଜଣ ଲୋକଙ୍କୁ ନିର୍ଦ୍ଧୁମ ମାଡ଼ ମାରିଲେ ଗ୍ରାମବାସୀ । ମାଡ଼ ମାରିବା ପରେ ସେମାନଙ୍କ ମଧ୍ୟରୁ ଜଣଙ୍କର ଜୀବନ ଚାଲି ଯାଇଛି । ଛତିଶଗଡର ଗୋରେଲା-ପେଣ୍ଡ୍ରା-ମାରୱାହି ଜିଲ୍ଲାର ଏପରି ଭଆବନୀୟ ଘଟଣା ଘଟିଛି । ତେବେ ଘଟଣା ସାମ୍ନାକୁ ଆସିବା ପରେ ଗାଁ ମୁଖିଆଙ୍କ ସମେତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍ ।
କୌଣସି ପ୍ରମାଣ ନଥିଲେ ସୁଦ୍ଧା ମଇଁଷି ଚୋର ଭାବି ଦୁଇ ଯୁବକଙ୍କୁ ଛେଛିଦେଲେ ଗ୍ରାମବାସୀ । ମେ ୨୬ ମଇ ଅର୍ଥାତ୍ ବୁଧବାର ଦିନ ଏହି ଅଘଟଣ ଘଟିଛି । ଲୋକେଶ ଏବଂ ବିକାଶ ଯାଦବ ଚାରିଟି ମଇଁଷି ନେଇ ଯାଉଥିବା ବେଳେ ହଠାତ୍ କିଛି ଲୋକ ସେମାନଙ୍କୁ ଅଟକାଇ ଆକ୍ରମଣ କରିଥିଲେ। ଆକ୍ରମଣକାରୀମାନେ ଉଭୟଙ୍କୁ ବନ୍ଧକ ରଖି ରାତିସାରା ମାଡ ମାରିଥିଲେ ।
ଗାଁ ଲୋକଙ୍କ ଠାରୁ ରକ୍ଷା ପାଇବା ପାଇଁ ଲୋକେଶ ଏବଂ ବିକାଶ ସାହାଯ୍ୟ ପାଇଁ ତାଙ୍କର କିଛି ସାଙ୍ଗକୁ ଡକାଇଥିଲେ । ତେବେ ଘଟଣାସ୍ଥଳରେ ସାଙ୍ଗମାନେ ପହଞ୍ଚିବା ପରେ ସେମାନଙ୍କୁ ମଧ୍ୟ ଛାଡ଼ିଲେନି ଗାଁ ଲୋକେ । ସାଙ୍ଗଙ୍କୁ ରକ୍ଷା କରିବାକୁ ଆସିଥିବା ଯୁବକଙ୍କୁ ମଧ୍ୟ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ । ନିର୍ଦ୍ଧୁମ ମାଡ଼ ମାରିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଅଭିଯୋଗ ପରେ ଘଟଣାସ୍ଥଳରେ ପହଞ୍ଚି ଗାଁ ମୁଖିଆଙ୍କ ସମେତ ୬ ଜଣଙ୍କୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ପୋଲିସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/chhatisgarh_1622271553.jpg)