Advertisment

୨୫ ରାଜ୍ୟର ଗ୍ରାମାଞ୍ଚଳକୁ କେନ୍ଦ୍ରର ଅନୁଦାନ, ଓଡ଼ିଶା ପାଇବ…

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟର ପଞ୍ଚାୟତକୁ କେନ୍ଦ୍ର ସରକାର ୮ ହଜାର ୯୨୩ କୋଟି ୮୦ ଲକ୍ଷ ଟଙ୍କା ଦେଇଛନ୍ତି। ୨୫ ରାଜ୍ୟର ଗ୍ରାମାଞ୍ଚଳ ପାଇଁ ଏହି ରାଶି ଖର୍ଚ୍ଚ ହେବ। ଓଡ଼ିଶାକୁ ମିଳିବ ୩୩୩ କୋଟି ୮୦ ଲକ୍ଷ ଟଙ୍କା। ସବୁଠାରୁ…

୨୫ ରାଜ୍ୟର ଗ୍ରାମାଞ୍ଚଳକୁ କେନ୍ଦ୍ରର ଅନୁଦାନ, ଓଡ଼ିଶା ପାଇବ…

Untitled-1

Advertisment

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟର ପଞ୍ଚାୟତକୁ କେନ୍ଦ୍ର ସରକାର ୮ ହଜାର ୯୨୩ କୋଟି ୮୦ ଲକ୍ଷ ଟଙ୍କା ଦେଇଛନ୍ତି। ୨୫ ରାଜ୍ୟର ଗ୍ରାମାଞ୍ଚଳ ପାଇଁ ଏହି ରାଶି ଖର୍ଚ୍ଚ ହେବ। ଓଡ଼ିଶାକୁ ମିଳିବ ୩୩୩ କୋଟି ୮୦ ଲକ୍ଷ ଟଙ୍କା। ସବୁଠାରୁ ଅଧିକ ମହାରାଷ୍ଟ୍ର ପାଇଁ ୮୬୧ କୋଟି ଟଙ୍କା ପ୍ରଦାନ କରାଯାଇଛି। ବିହାର ପାଇଁ ୭୪୧ କୋଟିରୁ ଅଧିକ, ପଶ୍ଚିମବଙ୍ଗ ପାଇଁ ୬୫୨.୨, ଗୁଜରାଟ ପାଇଁ ୪୭୨.୭ କୋଟି ଟଙ୍କା ପାଣ୍ଠି କେନ୍ଦ୍ର ଅର୍ଥ ମନ୍ତ୍ରାଣାଳୟ ଯୋଗାଇ ଦେଇଥିବା ସୂଚନା ଦିଆଯାଇଛି। ଏହି ଟଙ୍କାକୁ କରୋନା ମୁକାବିଲାରେ ମଧ୍ୟ ଖର୍ଚ୍ଚ କରାଯାଇପାରିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

Advertisment

ଶନିବାର ଯୋଗାଇ ଦିଆଯାଇଥିବା ରାଶି ହେଉଛି ୨୦୨୧-୨୨ ବର୍ଷ ପାଇଁ ଅନୁଦାନର ପ୍ରଥମ କିସ୍ତି। କୋଭିଡ୍-୧୯ ମହାମାରୀର ମୁକାବିଲା ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ପ୍ରତିରୋଧ ଏବଂ କ୍ଷତିକାରକ ପଦକ୍ଷେପ ପାଇଁ ଏହା ଆରଏଲବି ଦ୍ୱାରା ବ୍ୟବହୃତ ହୋଇପାରିବ। ଏହା ସହିତ ସଂକ୍ରମଣର ମୁକାବିଲା ପାଇଁ ପଞ୍ଚାୟତର ଉତ୍ସକୁ ବୃଦ୍ଧି କରିବ।

୧୫ ତମ ଅର୍ଥ ଆୟୋଗର ସୁପାରିଶ ଅନୁଯାୟୀ, ୨୦୨୧ ଜୁନ୍ ମାସରେ ଅନୁଦାନର ପ୍ରଥମ କିସ୍ତି ରାଜ୍ୟମାନଙ୍କୁ ଦେବାକୁ ଥିଲା। କିନ୍ତୁ ଚାଲିଥିବା କୋଭିଡ୍-୧୯ ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ମନ୍ତ୍ରଣାଳୟର ସୁପାରିଶ କ୍ରମେ ପଞ୍ଚାୟତ ରାଜ, ଅର୍ଥ ମନ୍ତ୍ରଣାଳୟ କାର୍ଯ୍ୟସୂଚୀ ପୂର୍ବରୁ ଅନୁଦାନ ଦେବାକୁ ନିଷ୍ପତ୍ତି ନେଇଛି। କିନ୍ତୁ ୧୫ ତମ ଅର୍ଥ ଆୟୋଗ ଏନେଇ କିଛି ସର୍ତ୍ତ ରଖିଥିଲ। ବର୍ତ୍ତମାନର ପରିସ୍ଥିତିକୁ ଧ୍ୟାନରେ ରଖି ସର୍ତ୍ତକୁ ଏଡାଇ ଅନୁଦାନର ପ୍ରଥମ କିସ୍ତି ରିଲିଜ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ