mukul roy
କୋଲକାତା : ଟିଏମସି ନେତା ମୁକୁଲ ରୟଙ୍କ ସୁରକ୍ଷା ପ୍ରତ୍ୟାହାର । ବିଜେପି ଛାଡ଼ି ତୃଣମୂଳ କଂଗ୍ରେସରେ ଯୋଗଦେବା ପରେ ମୁକୁଲ ରୟଙ୍କ ‘Z’ ବର୍ଗ ସୁରକ୍ଷା ପ୍ରତ୍ୟାହାର କରିଛି ଗୃହ ମନ୍ତ୍ରଣାଳୟ । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ସୁରକ୍ଷାକୁ ଅପଗ୍ରେଡ କରିବା ସହ ‘Z’ କାଟାଗୋରୀର ସୁରକ୍ଷା ପ୍ରଦାନ କରାଯାଇଥିଲା । ଆଉ ତା’ ପରଠାରୁ ମୁକୁଲଙ୍କ ସୁରକ୍ଷା ପାଇଁ ୨୪-୩୦ ସୁରକ୍ଷା କର୍ମୀ ନିୟୋଜିତ ହୋଇଥିଲେ ।
ନିର୍ବାଚନ ପ୍ରଚାର ସମୟରେ ଏବଂ ତାଙ୍କ ବାସଭବନରେ ଏହି ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଥିଲା । ପ୍ରାୟ ଚାରି ବର୍ଷ ପରେ ଟିଏମସିରେ ଯୋଗଦେବା ପରେ କେନ୍ଦ୍ରରୁ ମୁକୁଲ ରୟଙ୍କୁ ଦିଆଯାଇଥିବା ସୁରକ୍ଷା ପ୍ରତ୍ୟାହାର କରାଯାଇଛି । ଏହା ପୂର୍ବରୁ କେନ୍ଦ୍ର ସରକାର ମୁକୁଲ ରୟଙ୍କ ପୁଅ ଶୁଭ୍ରାଂସୁ ରୟଙ୍କ ସୁରକ୍ଷା କ୍ଷେତ୍ରରେ ନିୟୋଜିତ କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ (ସିଏସ୍ଏଫ୍) ପ୍ରତ୍ୟାହାର କରି ନେଇଥିଲେ।
ସେପଟେ ଟିଏମସିରେ ଯୋଗଦେବା ପରେ ବଙ୍ଗ ପୋଲିସ କର୍ମଚାରୀ ମୁକୁଲ ରୟଙ୍କୁ ସୁରକ୍ଷା ପ୍ରଦାନ କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ମୁକୁଲ ରୟଙ୍କୁ ‘Y’ + ବର୍ଗର ସୁରକ୍ଷା ଯୋଗାଇ ଦିଆଯାଇଛି । ବର୍ତ୍ତମାନ ପୋଲିସ କର୍ମଚାରୀମାନେ ୨୪ ଘଣ୍ଟା ମୁକୁଲ ରୟଙ୍କୁ ସୁରକ୍ଷା ପ୍ରଦାନ କରିବେ ।
ମୁକୁଲ ରୟ ୨୦୧୭ ମସିହାରେ ତୃଣମୂଳ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ଆଉ ଏବେ ପୁଣି ଥରେ ଟିଏମସିରେ ଯୋଗ ଦେଇଛନ୍ତି। ଟିଏମସି ମୁଖ୍ୟ ମମତା ବାନାର୍ଜୀ, ଦଳର ଜାତୀୟ ସାଧାରଣ ସମ୍ପାଦକ ତଥା ମମତାଙ୍କ ଭଣଜା ଅଭିଷେକ ବାନାର୍ଜୀ ଏବଂ ଦଳର ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ମୁକୁଲ ରୟ ଟିଏମସିକୁ ଫେରିଛନ୍ତି । ତାଙ୍କ ସହ ତାଙ୍କ ପୁଅ ଶୁଭ୍ରାଂଶୁ ମଧ୍ୟ ଟିଏମସିରେ ଯୋଗ ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/mukul-roy_1623920908.jpg)