Advertisment

କରୋନା ମୁକାବିଲାରେ ଗେମ୍‌ଚେଞ୍ଜର ହେବ କି ସ୍ପୁଟନିକ୍‌ ଲାଇଟ୍ ଭ୍ୟାକ୍‌ସିନ୍‌ ?

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍ ସହ ଲଢ଼େଇ ପାଇଁ ଭ୍ୟାକ୍‌ସିନ୍‌ ହିଁ ଏକମାତ୍ର ଭରସା। ଏଭଳି ସ୍ଥିତିରେ ଭ୍ୟାକ୍‌ସିନେସନ୍‌ ଅର୍ଥାତ୍‌ ଟିକାକରଣକୁ ଗୁରୁତ୍ୱ ଦେଉଛନ୍ତି ସରକାର। ଭାରତରେ ଏବେ ଦୁଇ ପ୍ରକାରର ଭ୍ୟାକ୍‌ସିନ୍‌ କୋଭାକ୍ସିନ୍ ଓ କୋଭିସିଲ୍ଡ ଦିଆଯାଉଛି। ଏହାର ଦୁଇଟି…

ଅଦ୍ୟତନ ହୋଇଛି
କରୋନା ମୁକାବିଲାରେ ଗେମ୍‌ଚେଞ୍ଜର ହେବ କି ସ୍ପୁଟନିକ୍‌ ଲାଇଟ୍ ଭ୍ୟାକ୍‌ସିନ୍‌ ?

Sputnik Light

Advertisment

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍ ସହ ଲଢ଼େଇ ପାଇଁ ଭ୍ୟାକ୍‌ସିନ୍‌ ହିଁ ଏକମାତ୍ର ଭରସା। ଏଭଳି ସ୍ଥିତିରେ ଭ୍ୟାକ୍‌ସିନେସନ୍‌ ଅର୍ଥାତ୍‌ ଟିକାକରଣକୁ ଗୁରୁତ୍ୱ ଦେଉଛନ୍ତି ସରକାର। ଭାରତରେ ଏବେ ଦୁଇ ପ୍ରକାରର ଭ୍ୟାକ୍‌ସିନ୍‌ କୋଭାକ୍ସିନ୍ ଓ କୋଭିସିଲ୍ଡଦିଆଯାଉଛି। ଏହାର ଦୁଇଟି ଲେଖାଏ ଡୋଜ୍ ନେବାକୁ ପଡ଼ୁଛି। ତେବେ ଋଷ ଏଭଳି ଏକ ଭ୍ୟାକ୍‌ସିନ୍‌ ବାହାର କରିଛି ଯାହାର ସିଙ୍ଗଲ ଡୋଜ୍‌ରେ ହିଁ କରୋନାର ମୁକାବିଲା କରି ହେବ। ଏହି ଟିକା ହେଉଛି ସ୍ପୁଟନିକ୍‌ ଲାଇଟ୍(Sputnik Light)। ଭାରତ ଭଳି ଜନବହୁଳ ଦେଶ ପାଇଁ ଏହା ନିଶ୍ଚିତ ଭାବେ ଆଶ୍ୱସ୍ତିକର ଖବର। ଅନ୍ୟ ଭ୍ୟାକ୍‌ସିନ୍‌ର ଦୁଇଟି ଡୋଜ୍ ସହ ସ୍ପୁଟନିକ୍‌ ଲାଇଟ୍ର ଗୋଟିଏ ଡୋଜ୍ ପର୍ଯ୍ୟାପ୍ତ ହୋଇଥିବାରୁ ଟିକାକରଣ କ୍ଷେତ୍ରରେ ଏହା ଗେମ୍‌ଚେଞ୍ଜର ହେବ ବୋଲି କୁହାଯାଉଛି।

Advertisment

RDIF(Russian Direct Investment Fund) ଓ GRIEM(Gamaleya Research Institute of Epidemiology and Microbiology) ସ୍ପୁଟନିକ୍‌ ଲାଇଟ୍ ଟିକାକୁ ପ୍ରସ୍ତୁତ କରିଛନ୍ତି।

ଜାଣନ୍ତୁ କ’ଣ ଏହି ସ୍ପୁଟନିକ୍‌ ଲାଇଟ୍ ଭ୍ୟାକ୍‌ସିନ୍‌….

ସ୍ପୁଟନିକ୍‌-ଭି(Sputnik V) ଭ୍ୟାକ୍‌ସିନ୍‌ର ଉନ୍ନତିକରଣ କରି ଋଷ ସ୍ପୁଟନିକ୍‌ ଲାଇଟ୍ ଭ୍ୟାକ୍‌ସିନ୍‌ ପ୍ରସ୍ତୁତ କରିଛି।  ସ୍ପୁଟନିକ-ଭି ଦୁଇଟି ଡୋଜ୍ ନେବା ପରେ କରୋନା ମୁକାବିଲାରେ ୯୦% ପ୍ରଭାବୀ ହୋଇଥିବା ବେଳେ ସ୍ପୁଟନିକ ଲାଇଟ୍ ସିଙ୍ଗଲ ଡୋଜ୍‌ରେ ହିଁ ପ୍ରାୟ ୮୦% କାମ କରୁଥିବା କୁହାଯାଉଛି। ସ୍ପୁଟନିକ୍ ଲାଇଟ୍‌ର ଗୋଟିଏ ଡୋଜ୍ ନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ପ୍ରାୟ ୯୧. ୭% ଲୋକଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥିବା ପରୀକ୍ଷଣରୁ ଜଣାପଡ଼ିଛି। ଏପର୍ଯ୍ୟନ୍ତ ଏହାର କୌଣସି ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ନଜରକୁ ଆସି ନାହିଁ। ସ୍ପୁଟନିକ୍‌ ଲାଇଟ୍‌କୁ ସଂରକ୍ଷଣ କରିବା ପ୍ରକ୍ରିୟା ମଧ୍ୟ ସହଜ। ୨ରୁ ୮ ଡିଗ୍ରୀ ସେଲ୍‌ସିୟସ ତାପମାତ୍ରା ଭିତରେ ଏହାକୁ ରଖି ହେବ। ଏହାର ଦାମ୍ ୧୦ ଆମେରିକୀୟ ଡଲାରରୁ କମ୍ ରହିଛି।

Advertisment

ଋଷ ଭାରତକୁ ସ୍ପୁଟନିକ୍-ଭି ର ୨୫ କୋଟି ଡୋଜ୍ ଦେବା ପାଇଁ ପ୍ରତିଶ୍ରୁତି ଦେଇଛି। ଏହାଛଡ଼ା ସ୍ପୁଟନିକ-ଭି ର ୮୫ କୋଟି ଡୋଜ୍ ଭାରତୀୟ କମ୍ପାନୀ ପ୍ରସ୍ତୁତ କରିବା ପାଇଁ ଋଷ ଲାଇସେନ୍ସ ମଧ୍ୟ ଦେଇଛି। ସ୍ପୁଟନିକ୍‌ ଲାଇଟ୍ ଭ୍ୟାକ୍‌ସିନ୍‌ ଋଷ ଛଡ଼ା ଭାରତ, ଦକ୍ଷିଣ କୋରିଆ ଏବଂ ଚୀନ୍‌ରେ ପ୍ରସ୍ତୁତ କରାଯିବ। ଏଥିପାଇଁ ଋଷ ଅନୁମତି ପ୍ରଦାନ କରିଥିବା ବିଭିନ୍ନ ଦେଶର କମ୍ପାନୀଙ୍କ ସହାୟତା ମଧ୍ୟ ନିଆଯିବ। ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ର ସିଙ୍ଗଲ ଡୋଜ୍ ଭ୍ୟାକ୍‌ସିନ୍‌କୁ ଆମେରିକା ଫେବୃଆରୀରୁ ଅନୁମତି ଦେଇ ସାରିଛି। ମାତ୍ର ଭାରତରେ ଏହା ଉପଲ୍ଲବ୍ଧ ହୋଇ ନାହିଁ। ତେବେ ଭାରତ ସମେତ ବିଶ୍ୱର ୬୦ଟି ଦେଶ ସ୍ପୁଟନିକ-ଭି ଟିକା ବ୍ୟବହାର ପାଇଁ ମଞ୍ଜୁରୀ ଦେଇ ସାରିଛନ୍ତି। ସାରା ବିଶ୍ୱରେ ଏଯାଏ ୨ କୋଟିରୁ ଅଧିକ ଲୋକଙ୍କୁ ସ୍ପୁଟନିକ୍-ଭି ଭ୍ୟାକ୍‌ସିନ୍‌ ମଧ୍ୟ ଦିଆ ସରିଲାଣି। ଏଭଳି ସ୍ଥିତିରେ ସ୍ପୁଟନିକ୍ ଲା‌ଇଟ୍‌ ମଧ୍ୟ ଭାରତ ଆସିବା ରାସ୍ତା ସଫା ହୋଇଛି। 

ସ୍ପୁଟନିକ୍ ଲା‌ଇଟ୍‌ ଭ୍ୟାକ୍‌ସିନ୍‌ ଭାରତ ଭଳି ଜନବହୁଳ ଦେଶ ପାଇଁ ଏହା ନିଶ୍ଚିତ ଭାବେ ‌ଆଶ୍ୱସ୍ତିକର। ଦୁଇଟି ଡୋଜ୍ ଟିକାକରଣ ଟାର୍ଗେଟ୍ ପୂରଣ କରିବା ପାଇଁ ଲମ୍ବା ସମୟ ଲାଗିବାକୁ ଥିବା ବେଳେ ସ୍ପୁଟନିକ୍ ଲାଇଟ୍‌ର ସିଙ୍ଗଲ ଡୋଜ୍ ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ ବୋଲି ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ