Advertisment

ମୁମ୍ବାଇରେ ପହଞ୍ଚିଲେ କଙ୍ଗନା ରଣାୱତ

bollywood Actress Kangana Ranaut arrives at Mumbai's Chhatrapati Shivaji Maharaj International Airport

ଅଦ୍ୟତନ ହୋଇଛି
ମୁମ୍ବାଇରେ ପହଞ୍ଚିଲେ କଙ୍ଗନା ରଣାୱତ

kan

Advertisment

ମୁମ୍ବାଇ: କଡ଼ା ସୁରକ୍ଷା ମଧ୍ୟରେ ମୁମ୍ବାଇରେ ପହଞ୍ଚିଲେ ବଲିଉଡ କୁଇନ୍ କଙ୍ଗନା ରଣାୱତ। କିଛି ସମୟ ତଳେ ସେ ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିଛନ୍ତି। Y ପ୍ଲସ୍ ସିକ୍ୟୁରିଟି ଭିତରେ ସେ ହିମାଚଳ ପ୍ରଦେଶରୁ ବାହାରିରୁ ମୁମ୍ବାଇ ଆସିଛନ୍ତି। ଘର ପାଖ ମନ୍ଦିରରେ ପୂଜାର୍ଚ୍ଚନା ପରେ କାର୍ କେଡରେ ସେ ମୋହାଲି ଆସିଥିଲେ। ସେଠାରୁ କଙ୍ଗନା ସିଧା ମୁମ୍ବାଇରେ ପହଞ୍ଚିଛନ୍ତି।

Advertisment

ମୁମ୍ବାଇରେ ପହଞ୍ଚିବା ପରେ ଏୟାରପୋର୍ଟରେ ଖୁବ୍ ଭିଡ଼ ଦେଖିବାକୁ ମିଳିଥିଲା। କର୍ଣ୍ଣି ସେନା ଠାରୁ ଆରମ୍ଭ କରି ଆରପିଆଇ ପର୍ଯ୍ୟନ୍ତ ଲୋକେ ନାରା ଲଗାଇଥିଲେ। ଅନ୍ୟପକ୍ଷରେ ଶିବସେନାର ଶତାଧିକ କର୍ମକର୍ତ୍ତା ମଧ୍ୟ ଏୟାରପୋର୍ଟରେ ପହଞ୍ଚିଥିଲେ।

ଟି-୨୦ ଟର୍ମିନାଲ୍ ଗେଟ୍ ବାହାରେ ଖୁବ୍ ଭିଡ଼ ହେଇଥିଲା। ଏହା ମଧ୍ୟରେ ଶିବସେନାର କର୍ମକର୍ତ୍ତା ଏୟାରପୋର୍ଟରେ କଳା କପଡ଼ା ଧରି କଙ୍ଗନାଙ୍କର ବିରୋଧ କରିଥିଲେ। କଙ୍ଗନା ମୁମ୍ବାଇ ପହଞ୍ଚିବା ପୂର୍ବରୁ ବିଏମସି ତାଙ୍କର ପାଲି ହିଲ୍ ନିକଟସ୍ଥ କାର୍ଯ୍ୟାଳୟର କିଛି ଅବୈଧ ଅଂଶକୁ ଭାଙ୍ଗିଥିଲା।

Advertisment

କଙ୍ଗନା ନିଜର ଏହି ଅଫିସକୁ ଚଳିତ ବର୍ଷ ଜାନୁଆରୀରେ ୪୮ କୋଟି ଟଙ୍କାରେ ନିର୍ମାଣ କରିଥିଲେ, ଯାହା ଉପରେ ଅଚାନକ ଦିନକ ପୂର୍ବରୁ ବିଏମସି ଅଧିକାରୀମାନେ ନୋଟିସ୍ ମାରିଥିଲେ। କଙ୍ଗନାଙ୍କୁ ଏହି ନୋଟିସର ଜବାବ ପାଇଁ ୨୪ ଘଣ୍ଟା ସମୟ ଦିଆଯାଇଥିଲା ଏବଂ ୨୪ ଘଣ୍ଟା ପୂରଣ ହେବା ମାତ୍ରକେ ବିଏମସି ତାଙ୍କ ଅଫିସକୁ ଭଙ୍ଗାରୁଜା କରିବା ଆରମ୍ଭ କରିଦେଇଥିଲେ।

ଏହା ପୂର୍ବରୁ ସେ ଟ୍ୱିଟ୍ କରିଥିଲେ ଯେ, ମୁଁ ରାଣୀ ଲକ୍ଷ୍ମୀବାଈଙ୍କ ପଥ ଅନୁସରଣ କରୁଛି। ଡରିବାର ନାହିଁ କି ମୁଣ୍ଡ ନୁଆଇଁବାର ନାହିଁ। ସେପଟେ ମୁମ୍ବାଇରେ ପହଞ୍ଚିବା ପରେ ଶିବସେନା କର୍ମୀ କଙ୍ଗନାଙ୍କ ବିରୋଧରେ ବିକ୍ଷୋଭ କରିଛନ୍ତି। ମୁମ୍ବାଇକୁ ପିଓକେ ସହିତ ତୁଳନା କରିଥିବାରୁ ଓ ମୁମ୍ବାଇ ପୋଲିସ ବିରୋଧରେ ମନ୍ତବ୍ୟ ଦେଇଥିବାରୁ କଙ୍ଗନାଙ୍କ ବିରୋଧରେ ଏହି ବିକ୍ଷୋଭ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ