Advertisment

ଆସାମରେ ପୁଣି ଫୁଟିଲା ପଦ୍ମ

ଆସାମରେ ପୁଣି ଫୁଟିଲା ପଦ୍ମ। କ୍ଷମତା ବଜାୟ ରଖିଲା ବିଜେପି। ପ୍ରଥମ ଥର ଲାଗି ୫ ବର୍ଷର ଶାସନ ପୁରା କରିଥିବା ବିଜେପି ଉପରେ ପୁଣି ଆସ୍ଥା ପ୍ରକଟ କରିଛନ୍ତି ଆସାମବାସୀ। ଏନଆରସି-ସିଏଏ, ଶରଣାର୍ଥୀ ସମସ୍ୟା ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟରେ ରାଜନୈତିକ ବିବାଦ ଭିତରେ ବିଜେପିର ବିକାଶ ମଡେଲକୁ ଗ୍ରହଣ କରିଛନ୍ତି ରାଜ୍ୟବାସୀ।

ଆସାମରେ ପୁଣି ଫୁଟିଲା ପଦ୍ମ

assam

Advertisment
  • ପୁଡୁଚେରୀରେ କଂଗ୍ରେସଠୁ କ୍ଷମତା ଛଡାଇ ନେଲା ଏନଡ଼ିଏ
  • କେରଳରେ କ୍ରମାଗତ କ୍ଷମତା ହାତେଇ ଇତିହାସ ରଚିଲେ ମୁଖ୍ୟମନ୍ତ୍ରୀ ବିଜୟନ
  • ତାମିଲନାଡୁରେ ଷ୍ଟାଲିନଙ୍କ ନେତୃତ୍ୱରେ DMKର ଜବରଦସ୍ତ କମବ୍ୟାକ୍‌
Advertisment

ଗୌହାଟୀ: ଆସାମରେ ପୁଣି ଫୁଟିଲା ପଦ୍ମ। କ୍ଷମତା ବଜାୟ ରଖିଲା ବିଜେପି। ପ୍ରଥମ ଥର ଲାଗି ୫ ବର୍ଷର ଶାସନ ପୁରା କରିଥିବା ବିଜେପି ଉପରେ ପୁଣି ଆସ୍ଥା ପ୍ରକଟ କରିଛନ୍ତି ଆସାମବାସୀ। ଏନଆରସି-ସିଏଏ, ଶରଣାର୍ଥୀ ସମସ୍ୟା ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟରେ ରାଜନୈତିକ ବିବାଦ ଭିତରେ ବିଜେପିର ବିକାଶ ମଡେଲକୁ ଗ୍ରହଣ କରିଛନ୍ତି ରାଜ୍ୟବାସୀ।

ଆସାମରେ ବିଜେପିର ଜବରଦସ୍ତ ବିଜୟ। ରାଜ୍ୟରେ ସ୍ଥିତିକୁ ଆହୁରି ମଜଭୂତ କଲା ଦଳ। ଆସାମର ଭୌଗୋଳିକ, ରାଜନୈତିକ ତଥା ସାମାଜିକ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ୱାଲ ସରକାର ଆଗରେ ଥିଲା। ଅନେକ ଚ୍ୟାଲେଞ୍ଜ ସିଏଏ ଓ ଏନଆରସିକୁ ବିରୋଧ, ବିଜେପି ପାଇଁ ଥିଲା ସବୁଠୁ ବଡ଼ ଅଡୁଆ। ଶରଣାର୍ଥୀ ସମସ୍ୟା, ଆଦିବାସୀ ଓ ଅଣଆଦିବାସୀ ଏବଂ ମୂଳ ବାସିନ୍ଦାଙ୍କୁ ନେଇ ବିବାଦ ଓ ଚା ତୋଳାଳୀଙ୍କ ସମସ୍ୟା ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ଆସାମରେ ଚାଲିଥିଲା ରାଜନୈତିକ ଘମାସାନ। ଆଉ ଗୋଳିଆ ପାଣିରୁ ଫାଇଦା ଉଠାଇବାକୁ ଯଥାସମ୍ଭବ ଉଦ୍ୟମ କରିଥିଲା କଂଗ୍ରେସ। ହେଲେ ଏସବୁ ପ୍ରସଙ୍ଗକୁ ପଛରେ ପକାଇ,ବିକାଶ ଯୋଜନାକୁ ଆଗକୁ ଆଣି ଲୋକଙ୍କ ନିକଟକୁ ଯାଇଥିଲା ବିଜେପି।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ଦଳ ସଭାପତି ଜେପି ନଡ୍ଡା, ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ୱାଲ, ବରିଷ୍ଠ ନେତା ହିମନ୍ତ ବିଶ୍ୱଶର୍ମା ଏବଂ ରାଜ୍ୟ ପ୍ରଭାରୀ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ଦଳ ସୁଚିନ୍ତିତ ରଣକୌଶଳ ସହ ମଇଦାନକ ଓହ୍ଲାଇଥିଲା। ଦଳୀୟ ନେତାଙ୍କ ଅକ୍ଲାନ୍ତ ପରିଶ୍ରମ ନିର୍ବାଚନ ଫଳାଫଳରେ ପ୍ରତିଫଳିତ ହୋଇଛି।

ଆସାମ ଗଣ ପରିଷଦ, UPPL ଓ GSP ଭଳି ଦଳଙ୍କ ସହ ବିଜେପି ମେଣ୍ଟ କରିଥିବା ବେଳେ ଏହାକୁ କାଉଣ୍ଟର ଲାଗି ବଦ୍ରୁଦ୍ଦିନ ଅଜମଲଙ୍କ ଅଲ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ AIUDF ଏବଂ ବିଜେପିର ପୂର୍ବତନ ସହଯୋଗୀ ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟ-BPF ସହ ମହାଗଠବନ୍ଧନ କରି ନିର୍ବାଚନକୁ ଓହ୍ଲାଇଥିଲା କଂଗ୍ରେସ। ଭୋଟ ବିଭାଜନ ରୋକି ବିଜେପିକୁ ପରାସ୍ତ କରିବା ଲାଗି ଏହା ଥିଲା କଂଗ୍ରେସ ଷ୍ଟ୍ରାଟେଜି। ତେବେ କଂଗ୍ରେସର ରଣନୀତି ଫେଲ ମାରିଛି। କ୍ରମାଗତ ଦ୍ୱିତୀୟ ବିଜୟ ସହ ବିଜେପି ଆସାମରେ ଇତିହାସ ସୃଷ୍ଟି କରିଛି। କାରଣ କଂଗ୍ରେସକୁ ଛାଡି ଦେଲେ ପୂର୍ବରୁ ଅନ୍ୟ କୌଣସି ଦଳ ଆସାମରେ କ୍ରମାଗତ ଦ୍ୱିତୀୟ ଥର କ୍ଷମତା ହାସଲ କରିପାରିନାହିଁ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ